ରାଜ୍ୟ

ମାଓବାଦୀ ମୃତ୍ୟୁଜାଲରୁ ବର୍ତ୍ତିଲେ ଯବାନ: ଲ୍ୟାଣ୍ଡ୍‌ମାଇନ୍‌, ଟିଫିନ୍‌ ବୋମା, ବିପୁଳ ବିସ୍ଫୋରକ ଠାବ

ଫୁଲବାଣୀ/କୋଟଗଡ଼: କନ୍ଧମାଳରେ ମାଓବାଦୀ ଜଣେ ଯୁବକଙ୍କୁ ପୁଲିସ ଇନ୍‌ଫର୍ମର୍‌ ଦର୍ଶାଇ ନିର୍ମମ ହତ୍ୟା କରିବା ପରେ ପୁଲିସ ବାହିନୀ ପକ୍ଷରୁ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଆଜି କୋଟଗଡ଼ ଥାନା ଅନ୍ତର୍ଗତ ଡେଙ୍ଗାଗୁଡ଼ା ଗ୍ରାମ ସନ୍ନିକଟ ଲାସେରି ସଂରକ୍ଷିତ ଜଙ୍ଗଲରେ ସିଆର୍‌ପିଏଫ୍‌, ଏସ୍‌ଓଜି ଏବଂ ଡିଭିଏଫ୍‌ ଯବାନମାନେ ମିଳିତ କମ୍ବିଂ ଅପରେସନ୍‌ ଚଳାଇଥିବା ବେଳେ ଲ୍ୟାଣ୍ଡ୍‌ମାଇନ୍‌ ଏବଂ ଟିଫିନ୍‌ ବୋମା ଠାବ ହୋଇଛି। ଯବାନଙ୍କୁ ଟାର୍ଗେଟ୍‌ କରି ମାଓବାଦୀ ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ। ତେବେ ଯବାନମାନେ ଏସ୍‌ଓପି ପାଳନ କରି ଅତ୍ୟନ୍ତ ସନ୍ତର୍ପଣରେ ସର୍ଚ୍ଚ ଅପରେସନ୍‌ କରୁଥିବା ସମୟରେ ଏସବୁ ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହୋଇଛି।

କୋଟଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ବଂଶଧାରା-ଘୁମୁସର- ନାଗାବଳୀ (ବିଜିଏନ୍‌) ମାଓ ଡିଭିଜନ୍‌ ସକ୍ରିୟ ଥିବାରୁ ଗତ କିଛିଦିନ ଧରି ଏଠ‌ାରେ କମ୍ବିଂ ଅପରେସନ ଜାରି ରହିଛି। ଯବାନଙ୍କୁ ଟାର୍ଗେଟ୍‌ କରି ଲାଲବାହିନୀ ଲ୍ୟାଣ୍ଡମାଇନ ବିଛାଇଥିଲା ଓ ଟିଫିନ୍‌ ବୋମା ଖଞ୍ଜିଥିଲା। ଯବାନ ଓ ଡଗ୍‌ ସ୍କ୍ବାଡ୍‌ ସହାୟତାରେ ଲ୍ୟାଣ୍ଡମାଇନକୁ ଉଦ୍ଧାର କରାଯାଇଛି। ନିର୍ବାଚନ ସମୟରେ କୋଟଗଡ଼ର ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର ଜାରି କରି ପୁଲିସକୁ ଆହ୍ବାନ ଦେଇଥିଲେ। ଗତକାଲି ପୁଲିସ ଇନ୍‌ଫର୍ମର୍‌ ସନ୍ଦେହରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବାରିପଙ୍ଗା ଗ୍ରାମର ଯୁବକ ‌ମେଟଲା ରୋହିତଙ୍କୁ ମାଓବାଦୀ ନିର୍ମମ ହତ୍ୟା କରିଥିଲେ। ମାଓବାଦୀ ରୋହିତଙ୍କ ମୃତଶରୀରକୁ ପଲିଥିନ୍‌ରେ ଗୁଡ଼ାଇ ବାରିପଙ୍ଗା ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଫିଙ୍ଗି ଦେଇଥିଲେ। ବାରମ୍ବାର ମାଓବାଦୀ ପୁଲିସକୁ ଆହ୍ବାନ ଦେଉଥିବାରୁ ପୁଲିସର ମୁଣ୍ଡବିନ୍ଧା ବଢ଼ିଯାଇଛି। କୋଟଗଡ଼ ଏବଂ ରାୟଗଡ଼ା ସୀମାନ୍ତ ଜଙ୍ଗଲରେ କମ୍ବିଂ ଅପରେସନ ଜାରିରହିଛି ବୋଲି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।