ଅପରାଧ ରାଜ୍ୟ

ମାଓକ୍ୟାମ୍ପରେ ଚଢଉ : ବିପୁଳ ପରିମାଣର ବନ୍ଧୁକ ଓ ଗୋଳାବାରୁଦ ଜବତ

କଳାହାଣ୍ଡି,୨୬/୦୬: ମାଓ କ୍ୟାମ୍ପରେ ଚଢଉ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । କଳାହାଣ୍ଡି ଏସପିଙ୍କ ତତ୍ତ୍ବାବଧାନରେ ଏସଓଜି ଏବଂ ସିଆରପିଏଫ ମିଳିତ ଚଢ଼ାଉରେ ଏହି ସଫଳତା ମିଳିଛି । ଏନେଇ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏସପି କହିଛନ୍ତି ଯେ, ଚଢ଼ଉରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହେଇଥିବା ବେଳେ ତିନୋଟି ବୋମାକୁ ନିଷ୍କ୍ରିୟ କରାଯାଇଛି । ୪ଟି ଏକେ୪୭ ବନ୍ଧୁକ, ୪ଟି ଗୋଳା ବାରୁଦ , ୨ଟି ବାରୁଦ ପ୍ୟାକେଟ, ୨ଟି ଇଲେକ୍ଟ୍ରୋନିକ ଡିଟୋନେଟର, ୨ଟି ସୋଲାର ପ୍ୟାନେଲ, ୩ଟି ରେଡ଼ିଓ ଟ୍ରାନଜିଷ୍ଟର୍, ୨ଟି ମଲ୍ଟି ମିଟର, ୫ଟି ଆଇଇଡି ମେକାନିକ, ୧୦ମିଟର ଇଲେକ୍ଟ୍ରୋନିକ ତାର, ୫ଟି ମାଓ ଡ୍ରେସ, ୪ଟି ଡ୍ରେସ, ୫ଟି ବ୍ୟାଗ, ୪ଟି ମାଓ ବ୍ୟାନର, ୩ଟି ବେଲ୍ଟ, ୬ଟି ଚପଲ, ୪ଟି ଜୋତା, ୧ଟି ମଶାରୀ, ୮ଟି ପଲିଥିନ ଜରି ଜବତ କରାଯାଉଛି । ଆହୁରି ମଧ୍ୟ ୩ଟି ଛୁରୀ, ୧ଟି କୁରାଢ଼ୀ,ବିଭିନ୍ନ ପ୍ରକାର ଔଷଧ, ୨ଟି ଛତା, ୬ଟି ବ୍ୟାଗ, ୪ଟି ବୋତଲ, ୧୪ଟି ପାଣି ଜାର, ୧୭ଟି ବାଲଟି ଜବତ ହୋଇଛି ବୋଲି ଏସପି ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।