ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ମାଆ ହେଲେ ଆମେରିକାନ ପପ୍ ସିଙ୍ଗର ରିହାନା, ଶିଶୁ ପୁତ୍ରକୁ ଦେଲେ ଜନ୍ମ

ନୂଆଦିଲ୍ଳୀ ୨୦।୦୫ : ଆମେରିକାର ପପ୍ ଷ୍ଟାର ରିହାନ୍ନାଙ୍କ ଘରେ ନୂଆ କୁନି ଅତିଥି ଆସିଛି । ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଗଣମାଧ୍ୟ ରିପୋର୍ଟ ଅନୁଯାୟୀ, ଶିଶୁଟି ମେ ୧୩ ରେ ଲସ୍ ଆଞ୍ଜେଲସରେ ଜନ୍ମ ହୋଇଛି। କୁହାଯାଇଛି କି ରିହାନା ଏବଂ ପିଲାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ବର୍ତ୍ତମାନ ସେ ପୁଅ ସହିତ ଘରେ ବିଶ୍ରାମ ନେଉଛନ୍ତି। ଏହି ଖୁସି ଭଲ ଖବର ଜାଣିବା ପରେ ପ୍ରଶଂସକ ଏବଂ ବନ୍ଧୁ ସହ କିଛି ଘନିଷ୍ଠ ଲୋକମାନେ ଶୁଭେଚ୍ଛା ଜଣାଇଛନ୍ତି ।

ଜାନୁଆରୀରେ ରିହାନାର ଗର୍ଭବତୀ ହେବାର ଖବର ସାମ୍ନାକୁ ଆସିଥିଲା। ସେ କହିଥିଲେ କି ପ୍ରେମିକ ତଥା ରାପର ରକିଙ୍କ (A $ AP Rocky) ସନ୍ତାନର ମାଆ ହେବାକୁ ଯାଉଛନ୍ତି। ଯାହାର ପରେ ସୋସିଆଲ୍‌ ମିଡିଆରେ ପୋଷ୍ଟ ଭାଇରାଲ୍‌ ହେବାରେ ଲାଗିଥିଲା। ଗର୍ଭାବସ୍ଥାରେ ରିହାନା ତାଙ୍କ ବୋଲ୍ଡ ଫଟୋସୁଟ୍ ପାଇଁ ଖୁବ୍‌ ଚର୍ଚ୍ଚାରେ ଥିଲେ। ଏହା ବ୍ୟତୀତ ସେ ଗର୍ଭାବସ୍ଥାର ସେହି ସମୟ ଗୁଡିକୁ ଖୁବ୍‌ ଉପଭୋଗ କରୁଥିଲେ । କହିବାକୁ ଗଲେ ପୂର୍ବରୁ ସେ ଏକ ପରିବାର ଆରମ୍ଭ କରିବାକୁ ଇଚ୍ଛା ରଖିଥିଲେ । ବର୍ତ୍ତମାନ ସେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି, ଏଥି ପାଇଁ ସେ ବହୁତ ଖୁସି ଅଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ