ଖେଳ ଦେଶ ବିଦେଶ

ମହେନ୍ଦ୍ର ସିଂହ ଧୋନୀଙ୍କ ଘୋଷଣା- ନେବେ ନାହିଁ ଆଇପିଏଲରୁ ଅବସର, ଚେନ୍ନାଇ ପକ୍ଷରୁ ଖେଳିବା ଜାରି ରଖିବେ

ନୂଆଦିଲ୍ଲୀ ୦୧।୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)୨୦୨୦ରେ ଚେନ୍ନା ସୁପରକିଙ୍ଗ୍ସର ପ୍ରଦର୍ଶନ ବହୁତ ନୈରାଶ୍ୟଜନକ ରହିଛି। ଦଳ ଆଇପିଏଲ ଇତିହାସରେ ପ୍ରଥମ ଥର ପ୍ଲେଅଫ୍‌ରୁ ବଞ୍ଚିତ ହୋଇଛି। ଚେନ୍ନାଇ ସୁପରକିଙ୍ଗ୍ସର ଏମିତି ବିଫଳତା ପରେ କଳ୍ପନାଜଳ୍ପନା ଚାଲିଥିଲା ଯେ, ଧୋନୀଙ୍କ ଏହା ଶେଷ ଆଇପିଏଲ ହୋଇପାରେ। ଏହା ମଧ୍ୟ କୁହାଯାଉଥିଲା ଯେ, ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଅବସର ନେଇଥିବା ଧୋନୀ ଏବେ ଆଇପିଏଲରୁ ମଧ୍ୟ ସନ୍ନ୍ୟାସ ନେଇଯିବେ। ହେଲେ ଏମିତି ହେଉନାହିଁ। କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ସିଏସକେର ଶେଷ ଲିଗ୍‌ ମ୍ୟାଚ୍‌ରେ ଧୋନୀ ଆଇପିଏଲରେ ଖେଳ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କର ଏହି ଫର୍ମାଟ୍‌ରୁ ଅବସର ନେବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି।

ଏମଏସ ଧୋନୀ ଯେବେ ଆଇପିଏଲ ୨୦୨୦ରେ ଶେଷ ଥର ଟସ୍‌ ପାଇଁ ପଡିଆକୁ ଓହ୍ଲାଇଲେ ତେବେ ଭାଷ୍ୟକାର ଡେନି ମରିସନ ପଚାରିଥିଲେ କଣ ହଳଦିଆ ଜର୍ସିରେ ଆପଣଙ୍କର ଏହା ଶେଷ ଆଇପିଏଲ ? ଏହା ଉପରେ ଧୋନୀ ସିଧା ଉତ୍ତର ରଖି କହିଛନ୍ତି, କଦାପି ନୁହେଁ, ହଳଦିଆ ପୋଷାକରେ ଏହା ମୋର ଶେଷ ମ୍ୟାଚ୍ ନୁହେଁ। ଏହା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସର ସିଇଓ ମଧ୍ୟ କହିଥିଲେ ଯେ, ଧୋନୀ ଆସନ୍ତା ସଂସ୍କରଣରେ ମଧ୍ୟ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ରହିବେ।

କେମିତି ଆରମ୍ଭ ହେଲା ଅବସର ଚର୍ଚ୍ଚା

ଉଲ୍ଲେଖନୀୟ ଏମଏସ ଧୋନୀଙ୍କ ଅବସର ନେବା ଚର୍ଚ୍ଚା ସେହି ସମୟରେ ଆରମ୍ଭ ହେଲା ଯେତେବେଳେ ଧୋନୀ ପ୍ରତ୍ୟେକ ମ୍ୟାଚ୍‌ରେ ନିଜର ଜର୍ସି ଖେଳାଳିଙ୍କୁ ଦେଉଥିବା ଦେଖିବାକୁ ମିଳିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କୃଣାଲ ପାଣ୍ଡ୍ୟା ଧୋନୀଙ୍କଠୁ ତାଙ୍କ ଆଇପିଏଲ ଜର୍ସି ନେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ