ରାଜନୀତି ରାଜ୍ୟ

ମହିଳା ସଶକ୍ତ ହେଲେ ଦେଶ ଆଗେଇବ, ପଛୁଆ ଅଂଚଳକୁ ଆଗୁଆ କରିବାକୁ ନିଅ ଶପଥ: ରାଜ୍ୟପାଳ

ଜୟପୁର/ବୋରିଗୁମ୍ମା: ମହିଳା ହେଲେ ଶକ୍ତିର ରୁପ। ମାଁ’ ଦୁର୍ଗା, କାଳି ଲକ୍ଷ୍ମୀ, ସରସ୍ବତୀ, ପାର୍ବତୀଙ୍କର ଅବତାର। ଶକ୍ତିର ଆଧାର।  ତେଣୁ ସଶକ୍ତ ହୋଇ ଦେଶକୁ ଆଗେଇ ନେବାର କ୍ଷମତା ମହିଳା ମାନଙ୍କ ମଧ୍ୟରେ ରହିଛି । ରାଜ୍ୟର ପଛୁଆ ଅଂଚଳ ଭାବେ ଗଣାଯାଉଥିବା ଅଂଚଳକୁ ଆଗୁଆ କରିବାକୁ ମହିଳା ମାନେ ଶପଥ ନେଲେ ହିଁ ସମ୍ଭବ ହୋଇ ପାରିବ ବୋଲି ଆହ୍ବାନ ଦେଇଥିଲେ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟପାଳ ରଘୁବର ଦାଶ।

ମାଲକାନଗିରୀ ଗସ୍ତ ସାରି ଗୁରୁବାର ସକାଳ ୧୧ଟାରେ ବୋରିଗୁମ୍ମା ବ୍ଲ‌କର ଖୁଡିଗୁଡାରେ ପହଚିଂଥିଲେ ରାଜ୍ୟପାଳ। ପ୍ରଥମେ ସେ ଦେବକୀ ଗାଧବାଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଇଥିବା ଘରକୁ ଦେଖିଥିଲେ। ତା ପରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ୟା ଗୁଡିକ ସଂପର୍କରେ ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତକୁ ନେଇ କରିଥିବା ବିଭିନ୍ନ ଯୋଜନା ସଂପର୍କରେ ବୁଝାଇଥିଲେ।  ଏହା ପ‌ରେ ଖିଆଲଗୁଡା ଗାଁକୁ ଯାଇ ସେଠାରେ ଥିବା ଅଙ୍ଗନୱାଡୀ କେନ୍ଦ୍ର ବୁଲି ଦେଖିଥିଲେ। କେନ୍ଦ୍ର ପରିସରରେ ପ୍ରାକଃବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବା ସହ ଚକଲେଟ୍ ବାଣ୍ଟିଥିଲେ। ଏହି ପରିସରରେ ସେ ମହିଳା ସ୍ବୟଂ ସହାୟକ ଦଳ ,ଗ୍ରାମବାସୀ, ଗାଁର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଏହି ଅବସରରେ ବୋରିଗୁମ୍ମା ପଂଚାୟତର ସରପଂଚ ତୁଷାରକାନ୍ତ କୁମ୍ଭାରିକା ଓ ଗ୍ରାମବାସୀ, ଛାତ୍ରଛାତ୍ରୀଙ୍କ ଦ୍ବାରା ଦିଆଯିବାକୁ ଥିବା  ଦାବିପତ୍ରକୁ ଛାତ୍ରୀମାନେ ରାଜ୍ୟପାଳଙ୍କୁ ଦେଇଥିଲେ। ଗାଁରେ ୧୫୦ଘର ରହିଥିବା ବେଳେ ୬ବର୍ଷରୁ ୧୪ବର୍ଷର ୮୦ଜଣ ପିଲା ରହିଥିଲେ ହେଁ ଗାଁରେ ପ୍ରଥମରୁ ପଂଚମ ପର୍ଯ୍ୟନ୍ତ ବିଦ୍ୟାଳୟ ନଥିବାରୁ ପାଠପଢ଼ିବା ପାଇଁ ଅସୁବିଧା ହେଉଥିବା ସଂପର୍କ‌ରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜନନୀ ସୁରକ୍ଷା ଯୋଜନା ରେ ୫ହଜାର ଟଙ୍କା ସହ ପ୍ରଧାନମନ୍ତ୍ରୀ ନିରାପଦ ମାତୃତ୍ବ ଯୋଜନାରେ ୬ହଜାର ଟଙ୍କା ପାଉଛନ୍ତି ନା ନାହିଁ ବୋଲି ଜଣେ ପ୍ରସୁତି ମା’ ଲଲିତା ଜାନୀଙ୍କୁ ପଚାରି ବୁଝିଥିଲେ। ତେବେ ଜନନୀସୁରକ୍ଷା ଯୋଜନାରେ ହିଁ ସହାୟତା ପ୍ରଦାନ କରାଯାଉଛି ବୋଲି ସିଡିପିଓ ଗାୟତ୍ରୀ ବାହିନୀପତି ଓ ପରିଦର୍ଶିକା କହିବା ପରେ ଉଭୟ ଯୋଜନାରେ ଜଣେ ମାଙ୍କୁ ୧୧ହଜାର ଟଙ୍କା ଦେଲେ ଅସୁବିଧା ରହିଛି କି ବୋଲି ରାଜ୍ୟପାଳ ପ୍ରଶ୍ନ କରିଥିଲେ। ଜୁଝାରୀ ଠାରେ ଥିବା ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗକୁ ଯାଇ ମୁଢ଼ି, ଚପଲ, ଖଲି, ମାଣ୍ଡିଆ, ମସଲା, ତେଲ, ଡାଲି ପ୍ରକ୍ରିୟାକରଣ କେନ୍ଦ୍ର, ସିମେଣ୍ଟ ଇଟା ତିଆରି,  ଛତୁ, କୁକୁଡା ଚାଷ ଆଦି ବୁଲି ଦେଖିବା ସହ ଏସଏଚଜି ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ।

୧୯୯୫ରୁ ୨୦୦୦ମସିହାରେ ସେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରହିଥିବା ‌ସମୟରେ ଏଭଳି ଗ୍ରାମୀଣ କୃଷି ଉଦ୍ୟୋଗ କରିବାକୁ ଯୋଜନା କରିଥିବା କହିଥିଲେ। କିଛିକାଂଶ ଆରମ୍ଭ କରିଥିବା ବେଳେ ଆଜି ଏଭଳି ଉଦ୍ୟୋଗ ଏବଂ ମହିଳା ମାନେ ସାମିଲ ରହିଥିବା ଦେଖି ସେ ଖୁବ ଖୁସି ବୋଲି କହିଥିଲେ। ସମସ୍ତ ଉତ୍ପାଦିତ ସାମଗ୍ରୀକୁ ବ୍ରାଣ୍ଡିଂ ଏବଂ ପ୍ୟାକିଂ କରି ବଜାରରେ ବିକ୍ରୀ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସ‌ରରେ ସେ ଭି.ପଦ୍ମିନୀ, ପୂର୍ଣ୍ଣିମା ନାୟକ, ରଶ୍ମିତା ବିଷୋଇ, ଚମ୍ପା ଜାନୀ, ହିରାମଣି, ଗଙ୍ଗା ନାୟକ, ମାଣିକ ଗୌଡ଼ ଆଦିଙ୍କ ସହ ଆଲୋଚନା କରି ମାସକୁ କେତେ ପରିମାଣର ଲାଭ ପାଉଛନ୍ତି  ଆଦି ପଚାରି ବୁଝିଥିଲେ। ଜୈବିକ  ପଦ୍ଧତି ଓ ଦେଶି ଉପାୟରେ ଚା‌ଷ କରି ସେ ଗୁଡିକୁ  ବ୍ରାଣ୍ଡିଂ କରି ବିକ୍ରୀ କରିବାକୁ ପରାମର୍ଶ ଦେଇଥିଲେ। ନିଜେ ଗରିବ ଠାରୁ କିଭଳି ଧନୀ ହୋଇ ନିଜ ପିଲାଙ୍କୁ ଧନୀ ଭାବେ ବଂଚାଇ ହେବ ସେ ଦିଗରେ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ। ପିଲା ମାନଙ୍କୁ ଶିକ୍ଷାର ଆଲୋକ ଦେଖାଇ ସୁନ୍ଦର ଭବିଷ୍ୟତ ଗଠନ କରନ୍ତୁ ବୋଲି କହିଥିଲେ।

ସହିଦଲକ୍ଷ୍ମଣ ନାୟକ, ବିର୍ସାମୁଣ୍ଡା ଆଦି ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇବା ସହ ଜଗତରନାଥ ଜଗନ୍ନାଥଙ୍କ ଅଂଚଳକୁ ପଛୁଆ ନ କରି କିଭଳି ଆଗୁଆ କରି ହେବ ସେ ଦିଗରେ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ଜୟପୁର ବ୍ଲକର ରାବଣାଗୁଡା ସିଏଚସିରେ ଅନ୍ତଃବିଭାଗରେ ଚିକିତ୍ସାଧୀନଥିବା ୧୦ଜଣ ରୋଗୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ। ପରେ ମହିଳା ସ୍ବାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନୱାଡୀ କର୍ମୀ, ଡାକ୍ତର ଆଦିଙ୍କ ସହ ଆଲୋଚନା କରିଥିଲେ। ନିସ୍ବାର୍ଥପରଭାବେ ସେବା କରିବାକୁ ପରାମର୍ଶ ଦେଇଥିଲେ ରାଜ୍ୟପାଳ। ଆଶା କର୍ମୀ ମାନେ ଗାଁ ଗହଳି‌ରେ ଏଭଳି ସଚେତନତା ସୃଷ୍ଟି କରନ୍ତୁ ଲୋକେ ନିଜେ ଡାକ୍ତରଖାନାକୁ ଆସି ସ୍ବାସ୍ଥ୍ୟ ସେବାର ଲାଭଉଠାଇବେ। ୪ହଜାର ୫୦୦ ଟଙ୍କାର ପ୍ରତ୍ସାହନ ରାଶି ଅଙ୍ଗନୱାଡୀ କର୍ମୀଙ୍କୁ ଅଣ୍ଟୁ ନଥିବା ସଂପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମହମ୍ମଦ ଆବଦଲ୍ ଆକ୍ତର, ଏସ୍‌ପି ଅଭିନବ ସୋନକର, ଏସଡିପିଓ ହରିଶା ବି.ସି, ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ପିଏ ଆଇଟିଡିଏ ପ୍ରଣୟ ରଂଜନ ବେହେରା, ବିଡିଓ ବିକ୍ରମ କୁମାର ଦୋରା ଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।ଖୁଡିଗୁଡାରେ ବିଜେପି ରାଜ୍ୟସ୍ଥାୟୀୟ ପରିଷଦ ସଭ୍ୟ ଗୌତମ ସାମନ୍ତରାୟ, ଖିଆଲଗୁଡାରେ ବିଜେଡି ନେତା ନାଗରାଜ ଦୋରା, ଜୁଝାରୀରେ ବିଜେପି ନେତା ହିମାଂଶୁ ମହାପାତ୍ର ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର