ନୂଆଦିଲ୍ଲୀ ୨୨/୦୩: ମହିଳା ବିଶ୍ୱକପର କର ବା ମ୍ୟାଚରେ ବାଂଲାଦେଶକୁ ୨୩୦ ରନର ଟାର୍ଗେଟ୍ ଦେଇଚି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୨୨୯ ରନ୍ କରିଛି । ଭାରତ ପକ୍ଷରୁ ୟାସ୍ତିକା ଭାଟିକା ସର୍ବାଧିକ ୫୦ ରନ୍ କରିଥିବା ବେଳେ ସେଫାଳି ବର୍ମା ୪୨ ଓ ସ୍ମୃତି ମନ୍ଧାନା ୩୦ ରନ୍ କରିଥିଲେ ।
ପୂର୍ବରୁ ଅଷ୍ଟ୍ରେଲିଆଠୁ ହାରି ଦଳ ବ୍ୟାକ୍ ଫୁଟରେ ରହିଛି । ଦଳକୁ ସେମିଫାଇନାଲରେ ପହଁଚିବାକୁ ବେଲେ ବାଲାଂଦେଶକୁ ପରାସ୍ତ କରିବାକୁ ପଡିବ । ମଙ୍ଗଳବାର ମୁକାବିଲାରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । କିନ୍ତୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା । ତେବେ ସ୍ମୃତି ମନ୍ଧନା, ସେଫାଳି ଓ ୟାସ୍ତିକା ସ୍ଥିତି ସମ୍ଭାଳିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ରିଚା ଘୋଷ ୨୬ ଓ ହରମନପ୍ରିତ କୌର ୧୪ ରନ୍ କରିଥିଲେ । ଫଳରେ ଦଳ୭ ଓ୍ୱିକେଟ୍ ହରାଇ ୨୨୯ ରନ୍ କରିପାରିଥିଲା ।ଏହାସହ ବାଂଲାଦେଶକୁ ୨୩୦ ରନର ଟାର୍ଗେଟ୍ ଦେଇଛି ଭାରତ ।
ସେହିପରି ବାଂଲାଦେଶ ପକ୍ଷରୁ ରିତୁ ମୋନି ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ମାହିଦା ଆଖତର ଦୁଇଟି ଓ ଜାହାନାରା ଆଲମ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।