ଅପରାଧ ଦେଶ ବିଦେଶ ରାଜନୀତି

ମହିଳାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର କରୁଛନ୍ତି ଉଦ୍ଧବ ଠାକରେ, ଙ୍କ ପତ୍ନୀ ଜେଲ୍ ଗଲେ ନବନୀତ୍ ରାଣା

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପଢ଼ିବାର ଧମକ ଦେଇ ଗିରଫ ହୋଇଥିଲେ ସାଂସଦ-ବିଧାୟକ ଦମ୍ପତି ନବନୀତ୍ ରାଣ ଓ ରବି ରାଣା। ଏବେ ଦୁହିଁଙ୍କୁ ଜାମିନ ମିଳିଥିବା ବେଳେ ଗଣମାଧ୍ୟମ ଆଗରେ ଖୁଲମ ଖୁଲା ଉଦ୍ଧବ ଠାକରେଙ୍କୁ ଟା‌ର୍ଗେଟ କରିଛନ୍ତି ନବନୀତ୍। ଉଦ୍ଧବ ଠାକରେ ମହିଳାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ନବନୀତ୍।

ସେ କହିଛନ୍ତି ଯେ, ମହିଳାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର କରୁଛନ୍ତି ଉଦ୍ଧବ ଠାକେର। ଥରେ ତାଙ୍କର କ୍ଷମତା ଚାଲିଗଲେ ସେ କରୁଥିବା ଭୁଲ ବୁଝିପାରିବେ। ତାଙ୍କ ଘରୁ କେହି ଗିରଫ ହେ‌ଲେ ବା ତାଙ୍କ ପତ୍ନୀ ଗିରଫ ହେଲେ ମୁଁ ତାଙ୍କୁ ପଚାରିବି ଯେ, କୌଣସି ଅପରାଧ ନକରି ଆପଣଙ୍କ ପତ୍ନୀ ଗିରଫ ହୋଇଛନ୍ତି। ଆପଣଙ୍କୁ କେମିତି ଲାଗୁଛି?

ଏହା ପୂର୍ବରୁ ନବନୀତ ରାଣା ଗଣମାଧ୍ୟମକୁ କହିଥିଲେ ଯେ, ହନୁମାନ ଚାଳିଶା ପଢ଼ିବା ପାଇଁ ମୁଁ ୧୪ ଦିନ କ’ଣ, ୧୪ବର୍ଷ ଜେଲରେ ରହିବାକୁ ପ୍ରସ୍ତୁତ ଅଛି। ମୁଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମହାରାଷ୍ଟ୍ରର ଯେକୌଣସି ସ୍ଥାନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆହ୍ବାନ କରୁଛି। ସେ ଯେଉଁ ଆସନରୁ ନିର୍ବାଚନ ଲଢ଼ିବେ, ମୁଁ ମଧ୍ୟ ସେହି ଆସନରୁ ନିର୍ବାଚନ ଲଢ଼ିବି। ଆଗାମୀ ସମୟରେ, ମହାରାଷ୍ଟ୍ରର ଲୋକମାନେ ଉଦ୍ଧବ ଠାକରେଙ୍କୁ ଜଣାଇାବ ଯେ, ଯେଉଁମାନେ ହନୁମାନଙ୍କ ନାଁ ଏବଂ ରାମଙ୍କ ନାଁ ନେଉଛନ୍ତି ସେମାନଙ୍କୁ ହଇରାଣ କଲେ ପରିଣାମ କ’ଣ ହୁଏ?

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର