କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ମହା ଶିବରାତ୍ରିରେ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ, ବାବା ଧବଳେଶ୍ୱର ମନ୍ଦିରରେ ଜାଗର ପାଇଁ ଲାଗୁ ହୋଇଛି ୧୪୪ ଧାରା

ଆଠଗଡ, ୧୧/୦୩ : ଗୁରୁବାର ହେଉଛି ପବିତ୍ର ମହାଶିବରାତ୍ରୀ। ଏହି ଅବସରରେ ଚଳ ଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଶୈବପୀଠ। କିନ୍ତୁ କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ଜାଗର ଯାତ୍ରା ପାଇଁ ୧୪୪ ଧାରା ଲାଗୁ ହୋଇଛି । ଆଠଗଡ଼ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ ଧାରା ଲାଗୁ ହୋଇଛି । କୋଭିଡ୍ କଟକଣା ମଧ୍ୟରେ ବାବା ଧବଳେଶ୍ଵର ପୀଠରେ ମହାଶିବରାତ୍ରୀ ପାଳନ ହେବ ।

ପୀଠରେ ଦିନରେ ଚାରି ଧୂପ ପାଞ୍ଚ ଅବକାଶ ନୀତି ସମାପନ ପରେ ସଂଧ୍ୟା ଧୂପ ପରେ ଚାରି ପ୍ରହର ପୂଜା ହେବ । ପ୍ରଥମ ପ୍ରହର ଅଭିଷେକ, ଦ୍ଵିତୀୟ ପ୍ରହର ପୂଜା ସହିତ ମହାଦୀପ ପ୍ରସ୍ତୁତି ରାତି ୧୧ଟା ପରେ ତୃତୀୟ ପ୍ରହର ନୀତି କରାଯାଇ ତ୍ରୟୋଦଶୀ ଚତୁର୍ଦ୍ଦଶୀ ସନ୍ଧିରେ ବାବାଙ୍କର ଅତି ପ୍ରିୟ ମାଣ୍ଡୁଅ ଭୋଗ ଲାଗି ହେବ ।

ବେଢ଼ା ପରିକ୍ରମା ହରିହର ଭେଟ କରାଯାଇ ଶେଷରେ ରାତି ୧୨ଟା ପରେ ଉଠିବ ମହାଦୀପ। ଏନେଇ ପୂର୍ବ ନିଷ୍ପତ୍ତି ନିଆଯାଇଛି । ତେବେ ଚଳିତ ବର୍ଷ କିନ୍ତୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ବାବାଙ୍କ ଦର୍ଶନରୁ ବଞ୍ଚିତ ହେବାକୁ ପଡିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,