କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ମହାଶିବରାତ୍ରି ପାଇଁ ଗାଇଡଲାଇନ୍

ଭୁବନେଶ୍ୱର : ମହାଶିବରାତ୍ରିକୁ ଆଉ ମାତ୍ର ତିନି ଦିନ ଥିବାରୁ ବିଭିନ୍ନ ମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କେଉଁଠି ଭଜନ ସଂଧ୍ୟା ହେବ ତ କେଉଁଠି ମେଳା, ଯାତ୍ରା ହେବ ବୋଲି ନିଷ୍ପତ୍ତି ନିଆସରିଲାଣି। ମହା ଶିବରାତ୍ରିରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କିଛି କଟକଣା ଲାଗିବନି ବୋଲି ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନରୁ ଆରମ୍ଭ କରି ବିଭିନ୍ନ ଶୈବ ପୀଠରେ ନିଷ୍ପତ୍ତି ନିଆ ସରିଛି। ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇ ସାରିବା ପରେ ସ୍ବତନ୍ତ୍ର ରିଲିଫ କମିସନର ଏବେ ମହାଶିବରାତ୍ରି ପାଳନ ନେଇ ଗାଇଡଲାଇନ୍ ଜାରି କରିଛନ୍ତି।

ଏସ୍‌ଆର୍‌ସିଙ୍କ ନି‌ର୍ଦ୍ଦେଶନାମା ଅନୁଯାୟୀ, ମହାଶିବରାତ୍ରିରେ ଶିବଲିଙ୍ଗର ପୂଜାର୍ଚ୍ଚନା ପାଇଁ ଲୋକମାନେ ବିଭିନ୍ନ ମନ୍ଦିରରେ ଗହଳି କରିବେ। ତେଣୁ କୋଭିଡ ସଂକ୍ରମଣକୁ ନଜରରେ ରଖି ଜିଲ୍ଲାପାଳ, ମହାନଗର ନିଗମ କମିସନରମାନେ ସମ୍ଭାବ୍ୟ ଭିଡ଼ ଉପରେ ରୋକ୍‌ ଲଗାଇପାରିବେ। ସ୍ଥାନୀୟ କୋଭିଡ ସ୍ଥିତି, ମନ୍ଦିରରେ ଏବଂ ବାହାରେ ଆବଶ୍ୟକ ଖୋଲା ସ୍ଥାନ ଉପଲବ୍ଧତା ଆଦିକୁ ନଜରରେ ରଖି ମନ୍ଦିର ବାହାରେ ଓ ଭିତରେ ଭକ୍ତଙ୍କ ସମାଗମ, ମେଳା, ଜନଗହଳି ଆଦି ଉପରେ ରୋକ୍‌ ଲଗାଇପାରିବେ। ସବୁ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରଖିବା ଦରକାର।

ଅପରପକ୍ଷେ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ଜିଲ୍ଲାପାଳମାନେ ସବୁ ଶିବ ମନ୍ଦିରରେ ପୂଜାର୍ଚ୍ଚନା ଉପରୁ କଟକଣା ହଟାଇ ଦେଇଛନ୍ତି। ଏସ୍‌ଆର୍‌ସି କିଛି ଦିନ ପୂର୍ବରୁ ଗାଇଡଲାଇନ୍ ଜାରି କରିଥିଲେ ହୁଏତ ଜିଲ୍ଲାପାଳମାନେ କିଛି କଟକଣା ଲଗାଇଥାନ୍ତେ। କିନ୍ତୁ ଜିଲ୍ଲାପାଳମାନେ କଟକଣା କୋହଳ କରିବା ପରେ ପୂଜା କମିଟି, ସ୍ଥାନୀୟ ବାସିନ୍ଦାମାନେ ମହାଶିବରାତ୍ରିକୁ ଆଡ଼ମ୍ବରରେ ପାଳନ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ କରିଛନ୍ତି। ତେଣୁ ଏବେ ଏସ୍‌ଆର୍‌ସିଙ୍କ ଗାଇଡଲାଇନ୍ କିପରି ପାଳନ ହେବ ସେନେଇ ସନ୍ଦେହ ସୃଷ୍ଟି ହୋଇଛି।

ପୂର୍ବବର୍ତ୍ତୀ ଖବର

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,