କଳା ଓ ସଂସ୍କୃତି ଧର୍ମ

ମହାଶିବରାତ୍ରିରେ ରାହୁ କେତୁ ଶାନ୍ତି ପାଇଁ କରନ୍ତୁ ଉପାୟ: ଦୂର ହେବ ଅନେକ ସମସ୍ୟା, କାଳସର୍ପ ଦୋଷରୁ ମିଳିବ ମୁକ୍ତି

ଭୁବନେଶ୍ୱର ୦୮/୦୩ : ପାଞ୍ଜି ଅନୁସାରେ ଏଥର ପବିତ୍ର ମହାଶିବରାତ୍ରି ମାର୍ଚ୍ଚ ୧୧ ତାରିଖ ଗୁରୁବାର ଦିନ ପଡୁଛି। ଏହି ଦିନ ଫାଲଗୁନ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି। ମହାଶିବରାତ୍ରିର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି। ଶିବରାତ୍ରିର ଭଗବାନ ଶିବଙ୍କ ପୂଜା କଲେ ବିଶେଷ କୃପା ପ୍ରାପ୍ତ ହୋଇଥାଏ। ଶିବରାତ୍ରି ଦିନ ଭଗବାନ ଶିବ ଓ ଶିବଙ୍କ ପରିବାରର ପୂଜା କଲେ ରାହୁ କେତୁ ଦୋଷ ଶାନ୍ତ ହୋଇଥାଏ।

ଜ୍ୟୋତିଷଶାସ୍ତ୍ରରେ ରାହୁ କେତୁକୁ ପାପ ଗ୍ରହ କୁହାଯାଏ। ରାହୁ କେତୁ ଜନ୍ମ କୁଣ୍ଡଳୀରେ ଅଶୁଭ ସ୍ଥିତିରେ ଥିଲେ କିମ୍ବା ରାହୁ କେତୁର ମହାଦଶା ଚାଲିଥିଲେ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ। ରାହୁ ଓ କେତୁ ଶୁଭ ସ୍ଥିତିରେ ଥିଲେ ବହୁତ ଭଲ ଫଳ ପ୍ରଦାନ କରନ୍ତି।

ମହାଶିବରାତ୍ରି ଦିନ ବିଶେଷ ଯୋଗ ରହିଛି। ପାଞ୍ଜି ଅନୁସାରେ ଏଥର ଶିବରାତ୍ରି ପର୍ବ ଶିବ ଯୋଗରେ ପାଳନ ହେବ। ସେଥିପାଇଁ ଏଥର ଶିବରାତ୍ରିର ମହତ୍ତ୍ୱ ବହୁତ ଅଧିକ ରହିଛି। ଯେଉଁମାନଙ୍କ କୁଣ୍ଡଳୀରେ କାଳସର୍ପ ଦୋଷ, ପିତୃଦୋଷ, ଗୁରୁ ଚଣ୍ଡାଳ ଦୋଷ, ଅଙ୍ଗାରକ ଦୋଷ କିମ୍ବା ରାହୁ କେତୁ ଯୋଗୁଁ ଅନ୍ୟ କୌଣସି ଅଶୁଭ ଯୋଗ ରହିଛି ତାହେଲେ ମହାଶିବରାତ୍ରି ଦିନ ବିଧି ପୂର୍ବକ ଭଗବାନ ଶିବଙ୍କୁ ପୂଜା କଲେ ଲାଭ ପ୍ରାପ୍ତ ହୋଇଥାଏ।

ମହାଶିବରାତ୍ରିରେ ଶିବ ଦର୍ଶନର ବି ମନେକ ମହତ୍ତ୍ୱ ରହିଛି। ଶିବରାତ୍ରି ଦିନ ପ୍ରାତଃ କଲା ସ୍ନାନ କରି ଭଗବାନ ଶିବଙ୍କୁ ଦର୍ଶନ କରିବା ଉଚିତ। ଏହି ପବିତ୍ର ଦିନରେ ଜ୍ୟୋତିର୍ଲିଙ୍ଗ ଦର୍ଶନ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହିସବୁ ସ୍ଥାନରେ ରାହୁ କେତୁ ଶାନ୍ତି କରିବାକୁ ଉପାୟ କରାଯାଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ