ମନୋରଞ୍ଜନ

ମହାମାରୀ ସମୟରେ ପୁଣି ସାହାଯ୍ୟ ପାଇଁ ଆଗେଇ ଆସିଲେ ହ୍ରିତିକ ରୋଶନ, ଦାନ କଲେ ଏତିକି ଲକ୍ଷ ଟଙ୍କା

ମୁମ୍ବାଇ ୪।୬: ହ୍ରିତିକ ରୋଶନ ନିକଟରେ ସିନେ ଏବଂ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍ (CINTAA) ର ସାଥୀ ସଦସ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଆସୋସିଏସନକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ହ୍ରିତିକ । ଏହାସହ ଦାରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କ ପାଇଁ ରାସନ କିଟ୍ ମଧ୍ୟ ପ୍ରଦାନ କରିଛନ୍ତି । ଯାହା ୫ହଜାର ସଦସ୍ୟଙ୍କୁ ସହାୟକ ହେବ ।

କୋଭିଡ୍-୧୯ର ପ୍ରଥମ ଲହର ସମୟରେ ମଧ୍ୟ ହ୍ରିତିକ CINTAAକୁ ୨୫ଲକ୍ଷ ଟଙ୍କା ଦାନ କରିବାକୁ ଆଗେଇ ଆସିଥିଲେ । ଯାହା ଦ୍ବାରା ଦୈନିକ ମଜୁରୀ ପାଉଥିବା ୪ ହଜାର କଳାକାର ଏବଂ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଥିଲା । ଏ ବିଷୟରେ CINTAAର ସାଧାରଣ ସମ୍ପାଦକ ଅମିତ ବହଲ କହିଥିଲେ ।

ଅଭିନେତାମାନେ ସଙ୍କଟ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିରନ୍ତର ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି । କୋଭିଡ୍ -୧୯ର ପ୍ରଥମ ଲହର ସମୟରେ ଅଭିନେତାମାନେ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ମୁମ୍ବାଇ ପୋଲିସ ପାଇଁ ହ୍ୟାଣ୍ଡ ସାନିଟାଇଜର ପ୍ରଦାନ କରିବାଠାରୁ ଆରମ୍ଭ କରି ଫ୍ରଣ୍ଟ ଲାଇନ୍ ଯୋଦ୍ଧାଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷାରରେ ଯୋଗଦାନ ଦେବା ଏବଂ କରୋନା ରୋଗୀଙ୍କ ପାଇଁ ଅକ୍ସିଜେମ୍ ଏବଂ କନସେନଟ୍ରେଟର୍ସ ପର୍ଯ୍ୟନ୍ତ ସାହାଯ୍ୟ କରୁଛନ୍ତି । ହ୍ରିତିକ ଅଧିକାଂଶ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ସକ୍ରିୟ ଥିବା ଦେଖିବାକୁ ମିଳୁଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ