ଦେଶ ବିଦେଶ ସ୍ୱାସ୍ଥ୍ୟ

ମହାମାରୀରେ ଜୀବିକା ହରାଇଥିଲେ ୨୩ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ: ମହାମାରୀ ସମୟ‌ରେ ଦେଶରେ ୨୩ ଲକ୍ଷ ଶ୍ରମିକ ଜୀବିକା ହରାଇଥିଲେ। ସେମାନେ ୯ଟି ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ। ସେହି କ୍ଷେତ୍ରଗୁଡ଼ିକ ହେଉଛି ମାନୁଫାକ୍‌ଚରିଂ, ନିର୍ମାଣ, ବାଣିଜ୍ୟ, ପରିବହନ, ଶିକ୍ଷା, ସ୍ବାସ୍ଥ୍ୟ, ରହଣୀ ଓ ରେସ୍ତୋରାଁ, ଆଇଟି/ବିପିଓ ଏବଂ ଆର୍ଥିକ ସେବା। ଆଜି ସଂସଦରେ ଶ୍ରମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଏହି ସୂଚନା ଦେଇଛନ୍ତି। ସେ ରାଜ୍ୟସଭାରେ କହିଛନ୍ତି ଯେ ୨୦୨୦ ମାର୍ଚ୍ଚ ୨୫ ପୂର୍ବରୁ କରାଯାଇଥିବା ସର୍ଭେରେ ବିଭିନ୍ନ ସଂସ୍ଥାରେ ୩୦.୭ ନିୟୁତ ଶ୍ରମିକ କାର୍ଯ୍ୟ କରୁଥିବା ନେଇ ପଞ୍ଜୀକରଣ କରିଥିଲେ। ୨୦୨୦ ଜୁଲାଇ ୧ ସୁଦ୍ଧା ସେମାନଙ୍କ ସଂଖ୍ୟା ୨୮.୪ ନିୟୁତକୁ ହ୍ରାସ ପାଇଥିଲା। ଅର୍ଥାତ ୨୩ ଲକ୍ଷ ଶ୍ରମିକ ଜୀବିକା ହରାଇଥିଲେ ବୋଲି କୁହାଯାଇପାରିବ। ଆଲୋଚ୍ୟ ସମୟରେ ପୁରୁଷ ଶ୍ରମିକଙ୍କ ସଂଖ୍ୟା ୨୧.୭ ନିୟୁତରୁ ୨୦.୧ ନିୟୁତକୁ ଓ ମହିଳା ଶ୍ରମିକଙ୍କ ସଂଖ୍ୟା ୯ ନିୟୁତରୁ ୮.୩ ନିୟୁତକୁ ହ୍ରାସ ପାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ