ଧର୍ମ

ମହାଭାରତ ଯୁଦ୍ଧ ହାରିବାନେଇ ଜାଣନ୍ତୁ ଶ୍ରୀକୃଷ୍ଣଙ୍କୁ କ’ଣ କହିଲେ ଦୁର୍ଯ୍ୟୋଧନ ଆଉ କ’ଣ ଉତ୍ତର ଦେଲେ କୃଷ୍ଣ

ଧର୍ମ ଡେସ୍କ : ମହାଭାରତ ଯୁଦ୍ଧ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଥାଏ। ମହାବଳୀ ଭୀମଙ୍କ ଭୀଷଣ ଗଦାଘାତରେ ଗୁରୁତର ଆହତ ହୋଇ ମାଟି ସାଉଁଥାନ୍ତି କୌରବ ଶିରୋମଣି ଦୁର୍ଯ୍ୟୋଧନ। ସେ ମୃତ୍ୟୁର ନିକଟତର ହେଉଥାନ୍ତି। ତେବେ କିଛି କହିବାକୁ ଚାହୁଁଥାନ୍ତି। ହେଲେ ଅବସ୍ଥା ଏତେ ଗୁରୁତର ଥାଏ ଯେ କହି ନ ପାରି କେବଳ ୩ଟି ଅଙ୍ଗୁଳି ଦେଖାଉଥାନ୍ତି। ନିକଟରେ ଥିବା କୃଷ୍ଣ ଇସାରା ବୁଝିପାରି ତାଙ୍କ ନିକଟକୁ ଗଲେ ଓ ପଚାରିଲେ କଣ କହିବାକୁ ଚାହୁଁଛ? ମହାମାନୀ ଦୁର୍ଯ୍ୟୋଧନଙ୍କର କିନ୍ତୁ ଅହଂଭାବ ତୁଟି ନଥାଏ। ସେ ମହାଭାରତ ଯୁଦ୍ଧ ହାରିବାର କାରଣ କହିବାକୁ ଚାହୁଁଥିଲେ। ସେ ପୁସ୍ ଫୁସ୍ ଶ୍ୱରରେ କହିବାକୁ ଚାହୁଁଥିବା କଥା କୃଷ୍ଣ କାନଡେରି ଶୁଣିବାକୁ ଚେଷ୍ଟା କଲେ। ଯେଉଁଥିରେ ଦୁର୍ଯ୍ୟୋଧନ ୩ଟି କାରଣ ଯୋଗୁ ଏହି ଯୁଦ୍ଧ ସେ ହାରିଯାଇଥିବା କହିଥିଲେ। କୃଷ୍ଣ କାରଣ ପଚାରନ୍ତେ ଦୁର୍ଯ୍ୟୋଧନ ଯାହା କହିଲେ ବାସ୍ତବିକ୍ ଆଶ୍ଚର୍ଯ୍ୟଜନକ ଥିଲା। ତେବେ କ’ଣ କହିଲେ ଦୁର୍ଯ୍ୟୋଧନ ଆଶନ୍ତୁ ଜାଣିବା ।

ମରିବାକୁ ଛଟପଟ୍ ହେଉଥିବା ଦୁର୍ଯ୍ୟୋଧନ ଯୁଦ୍ଧ୍ୟ ନିମନ୍ତେ ଅନୁମତି ନେବାକୁ ସେ ପ୍ରଥମେ ଶ୍ରୀକୃଷ୍ଣଙ୍କ ନିକଟକୁଯାଇଥିଲେ ବୋଲି କହିଥିଲେ। ଏଥିରେରେ ସ୍ୱୟଂ ନାରାୟଣ ତାଙ୍କୁ ସହାୟତା କରିବାକୁ ଚାହିଁଥିଲେ। ହେଲେ ସେ ଏକା ଶ୍ରୀକୃଷ୍ଣଙ୍କ ବଦଳେ ତାଙ୍କ ନାରାୟଣୀ ସେନା ଚାହିଁଥିଲେ। ଏହାହିଁ ମହାଭାରତ ଯୁଦ୍ଧରେ ତାଙ୍କର ପ୍ରଥମ ଭୁଲ ଥିଲା ବୋଲି କହିଥିଲେ ଦୁର୍ଯ୍ୟୋଧନ। ଯଦି ନାରାୟଣଙ୍କୁ ଯୁଦ୍ଧ୍ୟରେ ନିଜ ପକ୍ଷରେ ନେଇଯାଇଥାନ୍ତେ ତେବେ ଏତେବଡ ନରସଂହାର ହୋଇନଥାନ୍ତା।ସେହିପରି ମାତା ଗାନ୍ଧାରୀ ତାଙ୍କୁ ନଗ୍ନ ଅବସ୍ଥାରେ ଡକାଇଥିଲେ।

ହେଲେ ଲଜ୍ଜା ଯୋଗୁ ସେ ଅଣ୍ଟାରୁ ତଳକୁ ପତ୍ର ଘୋଡାଇ ହୋଇ ଯାଇଥିଲେ। ନଚେତ ତାଙ୍କର ଅଙ୍ଗ ବଜ୍ର ହୋଇଯାଇଥାନ୍ତା ଓ ସେ ଯୁଦ୍ଧରେ ଅଜୟ ହୋଇଯାଇଥାନ୍ତେ। ତୃତୀୟ ଓ ଗୁରୁତ୍ୱପୂର୍ଣ୍ଣ କାରଣଟି ସମ୍ପର୍କରେ ସେ ଯାହା କହିଲେ ତାହା ହେଉଛି ସେ ଯୁଦ୍ଧକୁ ଆଗ ନ ଆସିବା । ସେ ଯଦି ପ୍ରଥମରୁ ରଣଭୂମିରେ ଅବତୀର୍ଣ୍ଣ ହୋଇଥାନ୍ତେ ମହାଭାରତର କାହାଣୀ କିଛି ଅନ୍ୟ ହୋଇଥାନ୍ତା। ତେବେ ଦୁର୍ଯ୍ୟୋଧନଙ୍କ କଥାର ଜବାବରେ କୃଷ୍ଣ କିଛି ଏପରି କହିଥିଲେ।

କୃଷ୍ଣ କହିଥିଲେ ଯେ ଯୁଦ୍ଧର ପରିଣାମ ଚାହେ ଯାହାବି ହେଉ , କିନ୍ତୁ ଏହା କୌରବମାନଙ୍କର ଅଧର୍ମ ଆଚରଣ ଲାଗି ହୋଇଛି। ତୁମେ ନିଜେ ଦୁର୍ଯ୍ୟୋଧନ ଭରା ସଭାରେ ନିଜ କୂଳବୁଧୂ ଦ୍ରୌପଦୀଙ୍କ ବସ୍ତ୍ରହରଣ ଆଦେଶ ଦେଇଥିଲ। ତୁମମାନଙ୍କ ବିନାଶର ଏହା ଥିଲା ପ୍ରଥମ ଓ ସର୍ବ ବୃହତ୍ତ କାରଣ। କେବଳ ଏତିକି ନୁହେଁ ତୁମେମାନେ ଅନେକ ଅଧର୍ମ ଆଚରଣ କରିଥିଲ। ଏଣୁ ବଂଶ ସମେତ ନାଶହେବା ତୁମମାନଙ୍କ ବିହିରେ ଲେଖି ହୋଇଯାଇଥିଲା। ମହାଭାରତର ଏହି କଥାରୁ ଶିକ୍ଷାମିଳେ ଯେ ଅଧର୍ମରୁ ସର୍ବଦା ନିଜକୁ ଦୂରେଇ ରଖିବା ସହ ସ୍ତ୍ରୀଙ୍କ ସମ୍ମାନ କରିବା ଆବଶ୍ୟକ। ନଚେତ ଜୀବନ ବର୍ବାଦ ହୋଇଯାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ