ଦେଶ ବିଦେଶ ମନୋରଞ୍ଜନ

ମହାତ୍ମା ଗାନ୍ଧୀ ମହାନ ନେତା ଥିଲେ, କିନ୍ତୁ ମହାନ ସ୍ୱାମୀ ନଥିଲେ: କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଏକ ଟୁଇଟ୍ ସୋସିଆଲ ମିଡିଆରେ ନୂଆ ବିବାଦ ସୃଷ୍ଟି କରିଛି। କଙ୍ଗନା ରାନାୱତ ଏବେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବାବଦରେ ଏକ ବିବାଦୀୟ ଟୁଇଟ୍ କରିଛନ୍ତି। କଙ୍ଗନାଙ୍କ ଟ୍ୱିଟ ଅନୁଯାୟୀ, ବିଦ୍ୟାଳୟରେ ପିଲାମାନଙ୍କୁ ଯେଉଁ ମହାତ୍ମା ଗାନ୍ଧୀଙ୍କୁ ଆଦର୍ଶକୁ ଅନୁସରଣ କରିବାକୁ ଶିକ୍ଷା ଦିଆଯାଏ, ସେହି ମହାତ୍ମା ଗାନ୍ଧୀ ଜଣେ ଭଲ ବାପା ଏବଂ ସ୍ୱାମୀ ନଥିଲେ। କଙ୍ଗନା କହିଛନ୍ତି ଯେ, ‘ସେ ଜଣେ ମହାନ ନେତା ଥିଲେ ଯିଏ ଜଣେ ମହାନ ସ୍ୱାମୀ ନଥିଲେ, କିନ୍ତୁ ଜଣେ ପୁରୁଷଙ୍କ କଥା ଆସିଲେ ସାରା ବିଶ୍ୱ ତାଙ୍କୁ କ୍ଷମା କରିଦେଇଥାଏ’ |

ଆଉ ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା କରିବା ପରେ କଙ୍ଗନା ରାନାୱତଙ୍କୁ ମଧ୍ୟ ତାଙ୍କ ଟ୍ୱିଟ ପାଇଁ ସମାଲୋଚନା କରାଯାଇଛି। ଟ୍ରୋଲରସ କଙ୍ଗନାଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି |

ଅନେକ ସମୟରେ ବିବାଦୀୟ ଟ୍ୱିଟ କରି ଚର୍ଚ୍ଚାରେ ଥିବା କଙ୍ଗନା ରାନାୱତ ତାଙ୍କ ଟୁଇଟରେ ଲେଖିଛନ୍ତି, ଯେ ‘ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ପିଲାମାନେ ଖରାପ ପିତାମାତା ବୋଲି ଅଭିହିତ କରିଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଉଲ୍ଲେଖ କରିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କୁ ଶୌଚାଳୟ ସଫା କରିବାକୁ ମନା କରିଥିବାରୁ ଘରୁ ବାହାର କରିଦେଇଥିଲେ । ସେ ଜଣେ ମହାନ ନେତା ଥିଲେ ଯିଏ ଜଣେ ମହାନ ସ୍ୱାମୀ ହୋଇପାରିବେ ନାହିଁ, କିନ୍ତୁ ଜଣେ ପୁରୁଷଙ୍କ କଥା ଆସିଲେ ସାରା ବିଶ୍ୱ ତାଙ୍କୁ କ୍ଷମା କରିଦେଇଥାଏ’ |

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ