ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମହାକାଶ ବିଜ୍ଞାନୀ, ବୟସ ମାତ୍ର ୧୦… ବିଶ୍ୱ ଉପରେ ବହି ଲେଖି ଚର୍ଚ୍ଚାରେ…

ନୂଆଦିଲ୍ଲୀ ୧୪/୦୧: କୁନି ପିଲାଟିଏ। କିନ୍ତୁ ମହାକାଶ ଉପରେ ଗଭୀର ଜ୍ଞାନ। ଏତେ ଜାଣିଛି ଯେ, ବହି ଲେଖିଛି। ଆମେ ଜାଣିଛେ, ଜ୍ୟୋତିର୍ବିଜ୍ଞାନକୁ ବୁଝିବାକୁ ଗଭୀର ଚିନ୍ତା ଓ ଅନେକ ଗବେଷଣା ଦରକାର ପଡ଼େ। ହେଲେ ମାତ୍ର ୧୦ ବର୍ଷ ବୟସ ବାଳକ ଜ୍ୟୋତିର୍ବିଜ୍ଞାନ ଉପରେ ହାସଲ କରି ଏତେ ଜ୍ଞାନ । ଏକ ପୁସ୍ତକ ଲେଖି ସେ ସମଗ୍ର ବିଶ୍ୱକୁ କରିଛନ୍ତି ଚକିତ । ସେ ହେଉଛନ୍ତି କୋଲକାତାର ରେୟାନ ଦାସ। ତାଙ୍କ ବହିର ଟାଇଟେଲ୍‌ ରହିଛି ‘The Universe: The Past, The Present And The Future’ ।

କୁନି ପିଲାର ଗଭୀର ଜ୍ଞାନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ରେୟାନ୍ସ ନିଜ ବହିରେ ବିଜ୍ଞାନ ଓ ଜ୍ୟୋର୍ତିବିଜ୍ଞାନ ସଂପର୍କୀତ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ କଥା ଲେଖିଛନ୍ତି। ବହିରେ ତାରା ଗୁଡିକ ବିଷୟରେ ହୋଇଛି ବ୍ୟାପକ ଆଲୋଚନା। ଏଥିରେ ରହିଛି ବିଶ୍ୱର ସବୁଠୁ ପୁରୁଣା ତାରା ବିଷୟରେ ତଥ୍ୟ ।

ବହିଟିରେ ଅଛି ବିଗ୍ ବ୍ୟାଙ୍ଗ୍ ଥିଓରୀ, ଆଲବର୍ଟ ଆଇନଷ୍ଟାଇନ ଏବଂ ଆଇଜାକ୍ ନ୍ୟୁଟନଙ୍କ ଗବେଷଣା। ମଧ୍ୟରେ ପାର୍ଥକ୍ୟ, ବିଶ୍ୱର ଭବିଷ୍ୟତ, ତାରାଙ୍କ ଜୀବନଚକ୍ର, ସୌର ମଣ୍ଡଳ , ବିଶ୍ୱର ବକ୍ରତା, ଅନ୍ଧାର ଶକ୍ତି ଏମିତି ଅନେକ କିଛି।

ରିସର୍ଚ୍ଚ ସ୍କଲାର୍ ନନ୍ଦିତା ରାହା କହିଛନ୍ତି, ‘ରେୟାନ୍ସ ତାଙ୍କ ବହିରେ ସବୁକିଛି ଭଲ ଭାବେ ବୁଝାଇଛନ୍ତି। ଏତେ ଛୋଟ ପିଲାର ଏ ବିଷୟରେ ଏତେ ଜ୍ଞାନ, ଯାହା ଜାଣି ଖୁବ୍‌ ଆଶ୍ଚର୍ଯ୍ୟ ଲାଗୁଛି। ଆମାଜନରେ ପାଠକମାନଙ୍କ ଠାରୁ ବହିକୁ ନେଇ ମିଳିଛି ଖୁବ୍‌ ଭଲ ରିଭ୍ୟୁ ।’

ଆଉ ଏକ ଆଶ୍ଚର୍ଯ୍ୟ କଥା କଣ ଜାଣିଛନ୍ତି? ରେୟାନ୍ସ ୫ ବର୍ଷରୁ ହିଁ ଏହି ବହିକୁ ନେଇ ଯୋଜନା କରିଥିଲେ। ଯେବେ ସେ ଆକାଶ ଦେଖନ୍ତି ତେବେଳେ ତାଙ୍କ ମନରେ ଉଠେ ଅନେକ ପ୍ରଶ୍ନ। ଛୋଟ ବେଳୁ ଗ୍ରହ ନକ୍ଷେତ୍ର, ଛାୟାପଥ ଆଦି ମହାକାଶ ସଂପର୍କିତ ବିଷୟ ଜାଣିବାକୁ ଆଗହୀ ଥିଲେ। ଏହି ପ୍ରଶ୍ନର ଉତ୍ତର ଖୋଜି ଲେଖିଛନ୍ତି ସେ ଏହି ବହି । ଏଥିପାଇଁ ଅନେକ ପଡିଛନ୍ତି ବି ସେ।

ରେୟାନ୍ସଙ୍କ ମା’ ସୋହିନୀ ରାଉତ୍। ଏକ ଏନଜିଓରେ କାମ କରନ୍ତି । ରିୟାନ୍ସଙ୍କୁ ଏକକୀ ପାଳୁଛନ୍ତି । ସିହ୍ଗଲ ମଦର ଭାବେ ରେୟାନ୍ସଙ୍କୁ ସେ ବଢାଇଛନ୍ତି। ତାଙ୍କର ଏପରି ସଫଳତା ପାଇଁ ସେ ଖୁବ୍‌ ଖୁସି। ରେୟାନ୍ସ ଆଗକୁ ଗଣିତ ବହି ଲେଖିବା ଆରମ୍ଭ କରିବେ। ହେଲେ ରେୟାନ୍ସଙ୍କ ମନପସନ୍ଦର ବିଷୟ ମହାକାଶ ବିଜ୍ଞାନ ବୋଲି ତାଙ୍କ ମା’ କହିଛନ୍ତି।

ରେୟାନ୍ସ କୁହନ୍ତି, ”ସେ ଦୁଇଟି ବୁତ୍ତିକୁ ପସନ୍ଦ କରନ୍ତି। ହେଲ ପ୍ରିୟ ବିଷୟ ସ୍ପେଶ୍‌ ସାଇନ୍ସ। ଏଥିରେ ମୁଁ ନିଜକୁ ଅଧିକ ଏକ୍ସପ୍ଲୋର କରିପାରିବି। କିଏ ଜାଣେ ମୁଁ ଏକ ନୂତନ ଗ୍ରହ ମଧ୍ୟ ପାଇ ଯାଇପାରେ । ମୁଁ ମଙ୍ଗଳ ଏବଂ ଚନ୍ଦ୍ରରେ ଜୀବନ ସତ୍ତା ତଥା ମନୁଷ୍ୟ ଜଗତ ଉତ୍ପତ୍ତି କରିବାକୁ ଚାହୁଁଛି। ” ସତରେ ରେୟାନ୍ସ ଜଣେ ବିରଳ ପ୍ରତିଭା।, ବିସ୍ମୟ ବାଳକ। ତାଙ୍କ ମେଧା ଶକ୍ତି, ସାହସ ଓ ସଫଳତାର ତୁଳନା ନାହିଁ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି