ଅପରାଧ ରାଜ୍ୟ

ମହଙ୍ଗା ପଡିଲା ହତ୍ୟା ଧମକ, ତିନି କାଠ ମାଫିଆଙ୍କୁ ବାନ୍ଧିଲା ପୋଲିସ

ଆନନ୍ଦପୁର ୧୯।୧୦ : ମହଙ୍ଗା ପଡିଲା ହତ୍ୟା ଧମକ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ପଦ୍ମପୁରା ଗାଁର ତିନି ଜଣ କାଠ ମାଫିଆଙ୍କୁ ଗିରଫ କଲା ପୋଲିସ । ଗିରଫ ବ୍ୟକ୍ତିଙ୍କ ନାମ ରଞ୍ଜନ ସେନା, ଅଙ୍ଗୁର ଜେନା, ପ୍ରତାପ ଜେନା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗତ ୧୬ ତାରିଖ ଦିନ ଆନନ୍ଦପୁର ଉପଖଣ୍ଡ ଦେଓଗାଁ ରେଞ୍ଜ ଅନ୍ତର୍ଗତ ବରମାଳ ବିଟ୍ ଅଧିନ ସଂରକ୍ଷିତ ଜଙ୍ଗଲରୁ କେତେକ କାଠ ମାଫିଆ ଗଛ କାଟୁଥିଲେ । ଯାହାର ଖବର ପାଇ ପହଞ୍ଚିଥିଲେ ବନ କର୍ମଚାରୀ । ହେଲେ ସେଠାରେ ପହଞ୍ଚିବା ପରେ ଓଲଟି ଯାଇଥିଲା ପରିସ୍ଥିତି । ହଠାତ୍‌ ମାଫିଆମନେ ବନକର୍ମଚାରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏପିରିକି ଠେଲାପେଲା ସହ ଗାଳିଗୁଲଜ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ଘଷିପୁରା ଥାନାରେ ଦାୟର ହୋଇଥିଲା । ଆଉ ଏବେ ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରିଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।