ମନୋରଞ୍ଜନ

‘ମସ୍ତାନୀ’ ହୋଇ ସଡକରେ ବୁଲୁଥିବାର ନଜର ଆସିଲେ ଡ୍ରାମା କ୍ୱିନ୍: କହିଲେ-‘ସ୍ୱାମୀଙ୍କ ସହ କେବେ ଦେଖା ହୋଇପାରିବନି’

ମୁମ୍ବାଇ ୨୯/୦୫: ଡ୍ରାମା କ୍ୱିନ୍ ଭାବରେ ଜଣାଶୁଣା ରାକ୍ଷୀ ସାୱନ୍ତ ସର୍ବଦା ଏପରି କିଛି କରିଥାନ୍ତି ଯାହାକି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଯେତେବେଳେ ରାକ୍ଷୀ ‘ବିଗ୍ ବସ୍’ରେ ଭାଗ ନେଇଥିଲେ, ସେତେବେଳେ ସେ ତାଙ୍କ ସ୍ୱାମୀ ରିତିଶଙ୍କୁ ଅନେକ ଥର ଉଲ୍ଲେଖ କରିଥିଲେ। ଏବେ ଯେତେବେଳେ ତାଙ୍କୁ ମୁମ୍ବାଇର ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି, ସେ କହିଛନ୍ତି ଯେ ତାଙ୍କ ସ୍ୱାମୀ ସହ ଦେଖାହେବାର ଆଉ କୌଣସି ଆଶା ନାହିଁ ।

ରାକ୍ଷୀ ସାୱନ୍ତ ଫିଲ୍ମ ‘ବାଜିରାଓ ମସ୍ତାନୀ’ର ମସ୍ତାନୀଲୁକରେ ନଜର ଆସିଛନ୍ତି। ସେ ଆହୁରି କହିଛନ୍ତି ଯେ ସେ ବାଜିରାଓଙ୍କୁ ଖୋଜୁଛନ୍ତି। ତାଙ୍କୁ ଗୋଟିଏ ସୁଯୋଗ ମିଳିଥିଲା ରିତେଶଙ୍କୁ ଭେଟିବାର ​​କିନ୍ତୁ ତାହା ମଧ୍ୟ ହୋଇପାରିଲା ନାହିଁ। ଭିଡିଓରେ ରାକ୍ଷୀ କହିଛନ୍ତି ‘ନା ଭ୍ୟାକ୍ସିନ୍ ମିଳୁଛି ନା ଡ୍ରେସ୍ ଦୋକାନ ଖାଲା ଅଛି । ତେଣୁ ମୁଁ ବୁଲୁଛି । ନା ମୁମ୍ବାଇ ଖୋଲୁଛି ନା ଲକଡାଉନ୍ ଖୋଲୁଛି, ମୁଁ ବହୁତ ଚିନ୍ତିତ। ତେଣୁ ଆଜି ମୁଁ ବହୁତ ଦୁଃଖିତ ।’

ସେ ଆହୁରି ମଧ୍ୟ କହିଛନ୍ତି ‘ମୁଁ ଖତ୍ରୋଁ କେ ଖିଲାଡି’ରେ ଯାଇ ପାରିଲି ନାହିଁ। ମୁଁ ବିବାହିତ ହୋଇ ମଧ୍ୟ ମୋ ସ୍ୱାମୀ ମୋତେ ଭେଟୁ ନାହାଁନ୍ତି । ମୋତେ ଗୋଟିଏ ସୋ’ “ନଚ୍ ବଲିୟେ” ମିଳିଥିଲେ ଯାହା ମଧ୍ୟ ବନ୍ଦ ହେବାର ଖବର ଆସିଛି । ମୋର ସ୍ୱାମୀଙ୍କୁ “ନଚ ବଲିୟେ” ରେ ଭେଟିବାର ଏକ ସୁଯୋଗ ମିଳିଥିଲା ଯାହା ବନ୍ଦ ହୋଇଗଲା, ବର୍ତ୍ତମାନ ମୁଁ ମୋ ସ୍ୱାମୀଙ୍କୁ କେବେବି ଭେଟି ପାରିବି ନାହିଁ । ସେ ବରଫରେ ବସି କେଉଁ ବଲ ଖାଉଛନ୍ତି ଜଣା ନାହିଁ । ଆପଣ ମୋତେ ମୀରା କୁହନ୍ତୁ କିମ୍ବା ମସ୍ତାନୀ, ମୁଁ ମୋର ବାଜିରାଓ ଖୋଜୁଛି ।

ରାକ୍ଷୀ ତାଙ୍କ କଥା କହୁଥିବା ବେଳେ ସେହିସମୟରେ ଏକ ଡବାବାଲା ଦେଖାଯାଉଛନ୍ତି । ଯାହାକୁ ଦେଖି ରାକ୍ଷୀ କହୁଛନ୍ତି ‘ ତୁମେ ବାଜିରାଓ କି?’ ବ୍ୟକ୍ତି ଜଣକ କହିଛନ୍ତି ଯେ ‘ମୁଁ ଟିଫିନ୍ ବହଞ୍ଚାଇବାକୁ ଆସିଛି’ । ରାକ୍ଷୀ କହୁଛନ୍ତି, ମୋତେ ଲାଗିଲା ବାଜିରାଓ ବୋଲି, ମୁଁ ମସ୍ତାନୀ । ଆସନ୍ତାକାଲି ଠାରୁ ମୋତେ ବି ଟିଫିନ୍‌ ବହଞ୍ଚାଇ ଦେବ। ‘

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ