ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମନ୍ଦିର ମାଳା ମିସନରେ ଯୋଡ଼ିହେବ ଉତ୍ତରାଖଣ୍ଡର ଅବହେଳିତ ଜଗନ୍ନାଥ ମନ୍ଦିର

ପୁରୀ/ ନୂଆଦିଲ୍ଲୀ : ବଦଳିବ ଉତ୍ତରାଖଣ୍ଡ ଉତ୍ତରକାଶୀ ଶ୍ରୀଜଗନ୍ନାଥ ମନ୍ଦିରର କଳେବର। ଉତ୍ତରାଖଣ୍ଡ ଭଳି ପର୍ଯ୍ୟଟନ ସମୃଦ୍ଧ ସହରରେ ଆଉ ଅପୂଜା ରହିବେ ନାହିଁ ଓଡ଼ିଆଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥ। ଶ୍ରୀକାଶୀ ବିଶ୍ବନାଥ ମନ୍ଦିରଠାରୁ ମାତ୍ର ୬କିମି ଦୂରରେ ଦୟନୀୟ ଅବସ୍ଥାରେ ଥିବା ଜଗନ୍ନାଥ ମନ୍ଦିରକୁ ଅଭିନେତା ସବ୍ୟସାଚୀ ମିଶ୍ର ଓ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଲୋକଲୋଚନକୁ ଆଣିବା ପରେ ଏହାର ଚିତ୍ରପଟ ବଦଳିବାକୁ ଯାଉଛି। ଉତ୍ତରାଖଣ୍ଡରେ ପର୍ଯ୍ୟଟନ ସ୍ଥଳ ଉନ୍ନତୀକରଣ ପାଇଁ ଚାଲିଥିବା ‘ମନ୍ଦିର ମାଳା ମିସନ’ରେ ଯୋଡ଼ି ହେବ ସାଲ୍‌ଡ ଗ୍ରାମରେ ଥିବା ଏହି ଭବ୍ୟ ଜଗନ୍ନାଥ ମନ୍ଦିର। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିଜେ ଏହି ଘୋଷଣା କରିଛନ୍ତି।

ଗତ ଜୁନ ମାସ ୨୫ ତାରିଖରେ ଅଭିନେତା ସବ୍ୟସାଚୀ ମିଶ୍ର ନିଜେ ଏ ଖବର ସୋସିଆଲ ମିଡିଆରେ ପ୍ରଚାର କରିବା ସହ ଗଣମାଧ୍ୟମ ସମ୍ମିଳନୀରେ ଉତ୍ତରାଖଣ୍ଡରେ ଶ୍ରୀଜଗନ୍ନାଥ ମନ୍ଦିରର ଦୟନୀୟ ଚିତ୍ର ସାମ୍ନାକୁ ଆଣିଥିଲେ। ଓଡ଼ିଆଙ୍କ ଭାବାବେଗକୁ ଏହା କୁଠାରାଘାତ କରୁଥିବାରୁ ବହୁ ଓଡ଼ିଆ ସବ୍ୟସାଚୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏ ସମ୍ପର୍କରେ ସବ୍ୟସାଚୀଙ୍କୁ ଯୋଗାଯୋଗ କରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗସୂତ୍ର ପାଇଁ ବ୍ୟବସ୍ଥା କରିଥିଲେ। ସେହିଭଳି ବିଜେପି ନେତା ସମ୍ବିତ ପାତ୍ର ମଧ୍ୟ ଏ ସଂପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ଦେଇଥିବା କହିଛନ୍ତି। ଏସବୁକୁ ଧରି ଆଜି ଆଭାସୀ ମାଧ୍ୟମରେ ଏକ ବୈଠକ ଡକାଇ ଶ୍ରୀଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଆଭାସୀ ବୈଠକରେ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ସବ୍ୟସାଚୀ-ଅର୍ଚ୍ଚିତା ମଧ୍ୟ ଯୋଡ଼ି ହୋଇଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ମହାପାତ୍ର ନିଜର ଅଭିଜ୍ଞତା ଓ ଅନୁଭବ ବର୍ଣ୍ଣନା କରିଥିଲେ। ନିଜ ଝିଅକୁ ଉତ୍ତରାଖଣ୍ଡରେ ନାମଲେଖା ପାଇଁ ଯାଇଥିବା ବେଳେ ସେଠାରେ ଜଗନ୍ନାଥ ମନ୍ଦିର ଅନ୍ବେଷଣ କରି ସାଲ୍‌ଡ ଗ୍ରାମରେ ପହଞ୍ଚିବା ପରେ ତାଙ୍କର ଅନୁଭବ ବର୍ଣ୍ଣନା କରିଥିଲେ।

ଅଭିନେତା ସବ୍ୟସାଚୀ ମିଶ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଧାମିଙ୍କୁ କହିଥିଲେ, ଏହା ଏକ ଉନ୍ନତ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀ ହେବାରେ ଯଥେଷ୍ଟ ସମ୍ଭାବନା ରହିଛି। ସେଠାରେ ମହାପ୍ରଭୁଙ୍କ ସହ ସ୍ଥାନୀୟ ଗ୍ରାମବାସୀଙ୍କ ଭାବାବେଗ ଯୋଡ଼ି ହୋଇରହିଛି। ସ୍ଥାନୀୟ ୫ଟି ଗ୍ରାମର ବାସିନ୍ଦାମାନଙ୍କର ଶ୍ରୀଜଗନ୍ନାଥ ଇଷ୍ଟ ଦେବ ହୋଇଥିବା କଥା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଶ୍ରୀଜଗନ୍ନାଥ ସେଠାରେ ସପ୍ତାହକୁ ୪ ଦିନ ଅପୂଜା ରହିବା ଓ ଓପାସରେ ରହିବା କଥା ଜଣାଇଥିଲେ।

ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ଧାମିଙ୍କ ବକ୍ତବ୍ୟ ଗଣମାଧ୍ୟମକୁ ଜାରି କରାଯାଇଛି। ଏଠାରେ ସେ କହିଛନ୍ତି, ମନ୍ଦିର ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଶୁଣିବା ପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଆରମ୍ଭ କରିଛୁ। କେବଳ ଓଡ଼ିଶାରେ ନୁହେଁ, ବରଂ ଉତ୍ତରାଖଣ୍ଡରେ ବି ବହୁତ ଚର୍ଚ୍ଚା ଆରମ୍ଭ ହୋଇସାରିଛି। ତେଣୁ ମନ୍ଦିର ସମ୍ପର୍କିତ ସମସ୍ତ ତଥ୍ୟ ହାସଲ କରିଛୁ। ବୋଧହୁଏ ଜଗନ୍ନାଥଙ୍କର ଇଚ୍ଛା ହେବାରୁ ଏହା ଆପଣମାନଙ୍କ ଜରିଆରେ ଆମର ଦୃଷ୍ଟିକୁ ଆସିଛି। ତେଣୁ ଧାର୍ମିକ ସ୍ଥାନଗୁଡ଼ିକର ଉନ୍ନତୀ ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ‘ମନ୍ଦିର ମାଳା ମିସନ’ରେ ଆରମ୍ଭ ହୋଇଥିବାରୁ ଆମେ ଏହି ଜଗନ୍ନାଥ ମନ୍ଦିରକୁ ମଧ୍ୟ ସେଇ ମନ୍ଦିର ମାଳା ମିସନରେ ଯୋଡ଼ିବୁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ