କଳା ଓ ସଂସ୍କୃତି ଦେଶ ବିଦେଶ

ମନ୍ଦିର ଅଗଣାରେ ଖେଳୁଥିବାବେଳେ ୧୦ବର୍ଷର ନାବାଳିକାକୁ ଦୁଷ୍କର୍ମ : ୬୧ବର୍ଷର ପୂଜକ ଗିରଫ

ବେଙ୍ଗାଲୁରୁ ୨୭/୧୧: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ମନ୍ଦିରର ୬୧ବର୍ଷୀୟ ପୂଜକ ୧୦ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଛି। ଅଭିଯୁକ୍ତ ପୂଜକ ନିଜ ଝିଅ ଘରେ ଏହି ଅମାନବୀୟ କାଣ୍ଡ ଘଟାଇଛି।

ପୋଲିସର କହିବା ଅନୁସାରେ ଚିକ୍କାବଲ୍ଲାପୁରା ବାସିନ୍ଦା ଭେଙ୍କଟରାମନପ୍ପା ନିଜ ଜ୍ବାଇଁର ଅନୁପସ୍ଥିତିରେ ମନ୍ଦିରର ଦେଖାଶୁଣା କରୁଥିଲା। ଏହି ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଘଟିଛି। ଝିଅଟି ମନ୍ଦିର ଅଗଣାରେ ଖେଳୁଥିବାବେଳେ ଭେଙ୍କଟରାମନପ୍ପାର କୁଦୃଷ୍ଟି ପଡ଼ିଥିଲା। ସେ ନାବାଳିକାକୁ ମିଠାର ଲୋଭ ଦେଖାଇ ନିଜ ପାଖକୁ ଡକାଇଥିଲା।

ଝିଅଟିକୁ ଖୋଜି ଖୋଜି ତା ଜେଜେମାଆ ଆସିବାରୁ ମନ୍ଦିର ବାହାରେ ଫୁଲ ବିକୁଥିବା ମହିଳା ପୂଜାରୀ ସହ ଯାଇଥିବା କଥା କହିଥିଲା। ଝିଅଟି ଘରୁ ଦୌଡ଼ି ଦୌଡ଼ି ଆସିଥିଲା। ଝିଅଟିର ଜେଜେମାଆ ପୋଲିସ୍ ନିକଟରେ ମାମଲା ରୁଜୁ କରିଥିଲା ଏବଂ ପୋଲିସ୍ ତାକୁ ଗିରଫ କରିଥିଲା।

ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଏବଂ ଫୁଲବାଲିର ବୟାନ ଆଧାରରେ ଭେଙ୍କଟରାମନପ୍ପାକୁ ପକ୍ସୋ ଧାରା ଅନୁସାରେ ଗିରଫ କରାଯାଇଛି। ପୋଲିସ୍ ମେଡିକାଲ୍ ରିପୋର୍ଟକୁ ଅପେକ୍ଷା କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,