ଅପରାଧ ରାଜ୍ୟ

ମନ୍ଦିରର ତାଲା ଭାଙ୍ଗି ଲୁଟ୍‌, ନେଇଗଲେ ଅନେକ ମୂର୍ତ୍ତି ସହ ୫୦କେଜିରୁ ଅଧିକ ପିତଳ ସାମଗ୍ରୀ

ଚଣ୍ଡିଖୋଲ ୧୭।୧୦ : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ମାଣ୍ଡୁକା ଗାଁର ଏକ ମନ୍ଦିରରୁ ଚୋରି । ବିଭିନ୍ନ ମୂର୍ତ୍ତି ସହ ୫୦ କେଜିରୁ ଅଧିକ ପିତଳ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ।

ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ବିରୁପାକ୍ଷେଶ୍ୱର ମହାଦେବ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ ପୂଜକ । ହେଲେ ସେ ଆସି ଦେଖିବାକୁ ବେଳକୁ ମନ୍ଦିରର ତାଲା ଭଙ୍ଗା ଯାଇଛି । ମନ୍ଦିର ଭିତରୁ ଅନେକ ସାମଗ୍ରୀ ଚୋରି ମଧ୍ୟ ଚୋରି ହୋଇଛି । ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ସମେତ ୫୦ କେଜିରୁ ଅଧିକ ପିତଳ ସାମଗ୍ରୀ ଚୋରି ହୋଇଛି । ଚୋରି ନେଇ ପ୍ରଥମେ ସ୍ଥାନୀୟଲୋକଙ୍କୁ ଜଣାଇଥିଲେ । ପରେ ସ୍ଥାନୀୟଲୋକଙ୍କ ସହ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।