ରାଜ୍ୟ ସ୍ପେଶାଲ ରିପୋର୍ଟ

ମନ୍ତ୍ରୀ ନବ ଦାସଙ୍କ ସଭାମଞ୍ଚ ଖାଲି ପଡ଼ିଲା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଝାରସୁଗୁଡା: ବ୍ରଜରାଜନଗରଠାରେ ମନ୍ତ୍ରୀ ନବ ଦାସ ଯେଉଁ ସଭାରେ ଯୋଗ ଦେବାର ଥିଲା, ସେହି ସଭାରେ ମଞ୍ଚ ସବୁଦିନ ପାଇଁ ଖାଲି ହୋଇ ରହିଲା। ମଞ୍ଚରେ କେବଳ ତାଙ୍କ ଫଟୋ ରହିଥିବା ବେଳେ ମଞ୍ଚ ପାଖକୁ ମଧ୍ୟ ନିୟତି ନେଇପାରିଲା ନାହିଁ। ସବୁଦିନ ପାଇଁ ‌ତାଙ୍କୁ ଆରପାରିକୁ ନେଇଗଲା। ବ୍ରଜରାଜନଗର ପୌରାଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଅଭିଯୋଗ ଶୁଣାଣି ପାଇଁ ଏକ ପ୍ରକୋଷ୍ଠ ଉଦ୍‌ଘାଟନ ଉପଲକ୍ଷେ ଏହି ସଭାର ଆୟୋଜନ କରାଯାଇଥିଲା। ଏହି ଅଭିଯୋଗ ପ୍ରକୋଷ୍ଠ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଶନିବାର ବିଜେଡିର କିଛି କର୍ମକର୍ତ୍ତା ଏକ ସାମ୍ବାଦିକ ସମ୍ମିଳନୀ କରି ବିରୋଧ କରିଥିଲେ।

୩ ମିନିଟ୍‌ରେ ସବୁକିଛି ଓଲଟ ପାଲଟ
ଆଉ ମାତ୍ର ୩ ମିନିଟ୍‌ ପରେ ମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟାଳୟର ଫିତା କାଟି ଉଦ୍‌ଘାଟନ କରିଥା’ନ୍ତେ। ଏହାପରେ ସେ ସମ୍ମୁଖ ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେଇ କାର୍ଯ୍ୟାଳୟ ଦ୍ୱାରା କ’ଣ ସୁବିଧା ହେବ ବୋଲି କହିଥା’ନ୍ତେ। ସେଥିପାଇଁ ମହିଳା କାଉନସିଲର ଓ ଅନ୍ୟମାନେ ସଭାସ୍ଥଳରେ ଉପସ୍ଥିତ ଥିଲେ। କିନ୍ତୁ, ଏହାରି ଭିତରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ଗୁଳିକାଣ୍ଡ ପରେ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ। ସଭା ମଞ୍ଚ ନିକଟରେ ଉପସ୍ଥିତ ଥିବା ମହିଳା ତଥା ଆମନ୍ତ୍ରିତ ଅତିଥିମାନଙ୍କ ଭିତରେ ଦୁଃଖର ବାତାବରଣ ଖେଳି ଯାଇଥିଲା। ଫଳରେ, ସଭାସ୍ଥଳରୁ ସେମାନେ ବାହାରି ଯାଇଥିଲେ। ମନ୍ତ୍ରୀଙ୍କ ଫିତା କଟା ଅଧୁରା ରହିଯାଇଥିବା ବେଳେ ସଭା ମଧ୍ୟ ହୋଇ ପାରିନଥିଲା।

ବେହେରାମାଲ ଛକରେ ଉତ୍ତେଜନା
ମନ୍ତ୍ରୀ ନବ ଦାସଙ୍କ ପରଲୋକ ଖବର ପରେ ଝାରସୁଗୁଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି। ଦୋକାନବଜାର ସନ୍ଧ୍ୟାରୁ ବନ୍ଦ ରହିଛି। ରାତ୍ର ସାଢ଼େ ୯ଟାରେ ନବଙ୍କ ବହୁ ସମର୍ଥକ ବେହେରାମାଲ ଛକରେ ରାସ୍ତା ଅବରୋଧ କରିଥିଲେ। ପରେ ପୁଲିସ ପହଞ୍ଚି ବୁଝାସୁଝା କରିଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।