ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ମନୁସ୍ମୃତି’ ପଢ଼ନ୍ତୁ ଝିଅମାନେ ୧୭ ବର୍ଷରେ ମାଆ ହେଉଥିଲେ: ନାବାଳିକା ଗର୍ଭପାତ ମାମଲାରେ କହିଲେ ଗୁଜରାଟ ହାଇକୋର୍ଟ

ଅହମଦାବାଦ: ଅତୀତରେ ଝିଅମାନେ ୧୪/୧୫ ବର୍ଷ ବୟସରେ ବିବାହ କରୁଥିଲେ ଓ ୧୭ ବର୍ଷ ବେଳକୁ ମାତୃତ୍ବପ୍ରାପ୍ତି କରୁଥିଲେ ବୋଲି ଗୁରୁବାର ଦିନ ଜଣେ ନାବାଳିକାର ଗର୍ଭପାତ ଆବେଦନ ଶୁଣାଣି ବେଳେ ମୌଖିକ ଭାବେ ଗୁଜରାଟ ହାଇକୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ୭ ମାସର ଗର୍ଭନଷ୍ଟ କରାଇବାକୁ ଚାହୁଁଥିବା ଉକ୍ତ ୧୭ ବର୍ଷୀୟ ଝିଅ ହେଉଛନ୍ତି ଜଣେ ଦୁଷ୍କର୍ମ ପୀଡ଼ିତା। ୭ ମାସ ବିତିଯିବା ପରେ ସେ ଅନ୍ତଃସତ୍ତ୍ବା ବୋଲି ତାଙ୍କ ବାପା ଜାଣିବାକୁ ପାଇଲେ। ଝିଅର ବୟସ ପ୍ରତି ଦୃଷ୍ଟି ଦେଇ ଡାକ୍ତରଖାନାରେ ଗର୍ଭସ୍ଥ ଭ୍ରୂଣ ନଷ୍ଟ କରାଇବା ଲାଗି ବାପା ଅଦାଲତରେ ଆବେଦନ କରିଥିଲେ।

ଗର୍ଭନଷ୍ଟ ପ୍ରତି ଓକିଲ ଜୋର୍‌ ଦେବାରୁ ବିଚାରପତି ସମୀର ଜେ. ଦାୱେ କହିଲେ, ପ୍ରାଚୀନ କାଳରେ ୧୪/୧୫ ବର୍ଷରେ ବିବାହ କରିବା ଝିଅମାନଙ୍କ ପାଇଁ ଥିଲା ସ୍ବାଭାବିକ ଘଟଣା। ୧୭ ବର୍ଷ ପୂର୍ବରୁ ମଧ୍ୟ ସେମାନେ ମାଆ ହେଉଥିଲେ। ଆପଣ ଏକଥା ପଢ଼ି ନ ଥିବେ। ତେଣୁ, ଏଥିପାଇଁ ଥରେ ‘ମନୁସ୍ମୃତି’ ପଢ଼ନ୍ତୁ।

re

Image Courtesy of ABP

ଉକ୍ତ ନାବାଳିକାର ସମ୍ଭାବ୍ୟ ପ୍ରସବ ତାରିଖ ଅଗଷ୍ଟ ୧୮ ତାରିଖ ବୋଲି ଡାକ୍ତରମାନେ କହିଥିବାରୁ ଗର୍ଭପାତ ମାମଲାର ତ୍ବରିତ ଶୁଣାଣି ପାଇଁ ବରିଷ୍ଠ ଆଡ୍‌ଭୋକେଟ୍‌ ସିକନ୍ଦର ସୟେଦ୍‌ ଅଦାଲତଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ, ଅଦାଲତ କହିଲେ ଯେ, ଯଦି ଭ୍ରୂଣ ଓ ଝିଅର ଅବସ୍ଥା ଭଲ ଥିବ, ତେବେ ଗର୍ଭପାତ ପାଇଁ ଅନୁମତି ମିଳିବ ନାହିଁ।

ଜରୁରୀଭିତ୍ତିରେ ସିଭିଲ୍‌ ହସ୍ପିଟାଲ୍‌ର ଦଳେ ଡାକ୍ତରଙ୍କଦ୍ବାରା ଏହି ନାବାଳିକାର ଡାକ୍ତରୀ ପରୀକ୍ଷା କରାଇବା ନିମନ୍ତେ ଅଦାଲତ ରାଜକୋଟ୍‌ ସିଭିଲ୍‌ ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ଆଦେଶ ଦେଇଛନ୍ତି।

ଡାକ୍ତରୀ ରିପୋର୍ଟକୁ ଆଧାର କରି ଅଦାଲତ ଯାହାକିଛି ନିଷ୍ପତ୍ତି ନେବେ। ତେଣୁ, ଜୁନ୍‌ ୧୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ