ମନୋରଞ୍ଜନ

ମନୀଷ ରାୟସିଂଘାନ ଏବଂ ଅଭିକା ଗୋରଙ୍କର ସିକ୍ରେଟ୍ ଚାଇଲ୍ଡ ଥିବା ନେଇ ଗୁଜବ, ଅଭିକା କହିଲେ- ସେ ମୋ ବାପା ବୟସର…

ନୂଆଦିଲ୍ଲୀ ୨୧/୦୬: ଅଭିକା ଗୋର ନିଜ ଏବଂ ମନୀଷ ରାଇସିଂଘାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସମ୍ପର୍କ ଗୁଜବକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଏକ ସମୟରେ ଗୁଜବ ଥିଲା ଯେ ସେମାନଙ୍କର ଏକ ସିକ୍ରେଟ୍ ଚାଇଲ୍ଡ ଅଛି ।

ପୂର୍ବତନ କୋ-ଷ୍ଟାର ମନୀଷ ରାଇସିଂଘାନଙ୍କ ସହ ଲିଙ୍କ ଅପ୍ ଗୁଜବକୁ ନେଇ ଅଭିନେତା ଅଭିକା ଗୋର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଅତୀତରେ ସେମାନେ ଏହା ଦ୍ୱାରା ଖୁବ୍ ପ୍ରଭାବିତ ହୋଇଥିଲେ। ଯାହାଫଳରେ ସେମାନେ ପରସ୍ପରଠାରୁ ଦୂରେଇ ରଖିବାକୁ ସ୍ଥିର କରିଥିଲେ, ଏବଂ ଦୁଇ ସପ୍ତାହ ପର୍ଯ୍ୟନ୍ତ କଥା ହୋଇନଥିଲେ ।

ଅଭିକା ଗୋର ଏବଂ ମନୀଷ ରାଇସିଂଘାନ୍ ‘ସସୁରାଲ୍ ସିମର କା’ ରେ ଏକାଠି କାମ କରିଥିଲେ ଏବଂ ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ଏକ ସମୟରେ ସେମାନଙ୍କର ସିକ୍ରେଟ୍ ଚାଇଲ୍ଡ ଥିବା ଗୁଜବ ହୋଇଥିଲା। ଗୁଜବ ସତ କି ବୋଲି ପଚରାଯିବାରୁ ସେ ଆରଜେ ସିଦ୍ଧାର୍ଥ କନ୍ନନଙ୍କୁ କହିଥିଲେ, “ଏହା ଅସମ୍ଭବ! ଆଦୌ ନୁହେଁ! ଏହା ଗୁଜବ ଯେ ଆମର ଏକ ସିକ୍ରେଟ୍ ଚାଇଲ୍ଡ ଅଛି । ଆମେ ଏବେ ବି ଅତି ନିକଟତର ଏବଂ ସର୍ବଦା ରହିବୁ। ମୋ ଜୀବନରେ ତାଙ୍କ ପାଇଁ ଏକ ସ୍ୱନ୍ତ୍ର ସ୍ଥାନ ରହିଛି। ୧୩ ବର୍ଷ ବୟସରୁ ଆଜି ପର୍ଯ୍ୟନ୍ତ ମୋର ଯାତ୍ରା ସମୟରେ ସେ ମୋର ଜଣେ ଅତି ଘନିଷ୍ଠ ବନ୍ଧୁ ହୋଇ ରହିଛନ୍ତି। “

‘ମୁଁ ତାଙ୍କଠାରୁ ବହୁତ କିଛି ଶିଖିଛି। ସେ ମୋ ଠାରୁ ୧୮ ବର୍ଷ ବଡ। ମୁଁ ଏବେବି ତାଙ୍କ ଭିତରେ ଏକ ଛୋଟ ପିଲାର ମନକୁ ଅନୁଭବ କରିପାରେ । ଏବେବି ଯେତେବେଳେ ଲୋକମାନେ ଆମ ଭିତରେ ଥିବା ସମ୍ପର୍କ ବିଷରେ ପଚାରନ୍ତି ମୁଁ ସେମାନକୁ ଉତ୍ତର ଦିଏ ‘ୟାର, ସେ ମୋ ବାପାଙ୍କ ଠାରୁ ଟିକିଏ ଛୋଟ ହେବେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ