କୌଣସି ଏକ ଅଂଚଳରେ ଏକ କାଠୁରିଆ ଥିଲା କାଠ କାଟି ପରିବାର ପୋଷିବା ହେଉଛି ତାର ବ୍ୟବସାୟ। ପ୍ରତ୍ୟେକ ଦିନ ସେ ଜଙ୍ଗଲକୁ ଯାଏ କାଠ କାଟିବା ପାଇଁ ଦିନସାରା ପରିଶ୍ରମ କରେ ସନ୍ଧ୍ୟା ବେଳକୁ ଆସେ ଏବଂ ତାର କୁରାଢିକୁ ତୀକ୍ଷ୍ଣ କରେ କାରଣ ସେହି କୁରାଢ଼ୀ ମାଧ୍ୟମରେ ହିଁ ସେ ତାର ବ୍ୟବସାୟ କରୁଛି ସେହି କୁରାଢି ଯେତେ ତୀକ୍ଷ୍ଣ ରହିବ ସେ ସେତେ ଭଲ ଭାବରେ କାଠ କାଟି ପାରିବ। କାଠୁରିଆ ଜଣଙ୍କ ଜଙ୍ଗଲରେ ଗୋଟେ ଛୋଟ କୁଡିଆ ଭିତରେ ରହେ ଏବଂ ଜଙ୍ଗଲର ଜୀବଜନ୍ତୁ ମଧ୍ୟ ସେଠାରେ ବିଚରଣ କରନ୍ତି।
ଦିନେ ସେହି ଜଙ୍ଗଲରେ ବିଚରଣ କରୁଥିବା ଜୀବଜନ୍ତୁଙ୍କ ମଧ୍ୟରୁ ଗୋଟିଏ ବଡ ସର୍ପ କାଠୁରିଆ ଘର ମଧ୍ୟରେ ପ୍ରବେଶ କଲା ଘରେ ପ୍ରବେଶ କରିବା ସମୟରେ ତା ଦେହରେ କଣ ଗୋଟିଏ ବାଜିଲା ଆଉ ତାକୁ କଷ୍ଟ ହେଲା ସେ ସେହି ଜାଗାରେ ଅଟକି ଗଲା ତାର ରାଗ ଆସିଲା ଫଣା ଉଠାଇ ଜୋର୍ କରି ମାରିଲା ସେହି ସ୍ଥାନରେ ଏବଂ ତାକୁ ଆହୁରି ଆଘାତ ହେଲା ଜାଣି ପାରିଲା ତା ମୁହଁର ଗୋଟିଏ ଅଂଶ କଟି ଯାଇଛି ତାର ଆହୁରି ରାଗ ବଢିଲା ଯେଉଁ ପଦାର୍ଥ ତାକୁ ଆଘାତ କରୁଥିଲା ସେ ତା ଉପରେ ସଂପୂର୍ଣ୍ଣ ଭାବରେ ଗୁଡେଇ ହୋଇ ପଡ଼ିଲା କିନ୍ତୁ ତାକୁ ସେତେବେଳେ କଷ୍ଟ ହେଲା ଆଉ ତାକୁ ଯେତେ କଷ୍ଟ ହେଲା ତାର ସେତେ ରାଗ ଆସିଲା ତାର ଅହଙ୍କାର ଉତେଜିତ୍ତ ହେଲା ଜୋର୍ ରେ ଭିଡ଼ି ଧରିଲା ଶେଷରେ ତା ଦେହରୁ ବୋହୁତ ରକ୍ତ ବାହାରିଲା ଶରୀର ଖଣ୍ଡ ଖଣ୍ଡ ହୋଇଗଲା ମୃତ୍ୟୁବରଣ କଲା। ସେହି ସର୍ପଟି ଯାହାକୁ ଆଘାତ କରୁଥିଲା ସେ ଆଉ କେହି ନଥିଲା ସେ ଥିଲା ତୀକ୍ଷ୍ଣ କୁରାଢିଟେ।
ଅଧିକାଂଶ ସମୟରେ ଏହି ପରିବେଶ ପରିସ୍ଥିତି ମଣିଷ ସୃଷ୍ଟି କରିଥାଏ ଆଉ ତାର ପରିଣାମ ଠିକ୍ ସର୍ପ ଭଳି ହୋଇଥାଏ। ମଣିଷ ଜୀବନରେ ଏମିତି ବୋହୁତ ଲୋକ ମିଳନ୍ତି ବୋହୁତ ପରିବେଶ ପରିସ୍ଥିତି ସୃଷ୍ଟି ହୁଏ ଯେଉଁ ପରିବେଶ ପରିସ୍ଥିତି ଆମକୁ ଦୁଃଖ ଦିଏ। ଆମର ନିଜର ଲୋକ ମଧ୍ୟ ଆମକୁ ବେଳେ ବେଳେ କଷ୍ଟ ଦିଅନ୍ତି ଆଉ କିଛି ଲୋକଙ୍କ ପ୍ରକୃତି ଏମିତି ସେ ବାରମ୍ବାର ଏମିତି ପ୍ରକୃତି ଦେଖାନ୍ତି ଆମ ଶରୀରକୁ ହେଉ ଆମ ମନକୁ ହୋଉ କଷ୍ଟ ହୁଏ ଆମ ଅହଙ୍କାର ଉପରେ ବାଧା ଆସେ। ଆମେ ମଧ୍ୟ ତାକୁ ସେହିପରି ସମାନ ବ୍ୟବହାର ଦେଖାନ୍ତି ତାକୁ ଭିଡ଼ି ଧରନ୍ତି ଏହାଦ୍ବାରା ଆମେ ଆହୁରି ଶାରିରୀକ ଏବଂ ମାନସିକ ଆଘାତ ପାଆନ୍ତି କିନ୍ତୁ ଆମେ ସେତେବେଳେ କେବେବି ଭାବନ୍ତି ନାହିଁ ଆମେ ଯାହାକୁ ଆଘାତ କରୁଛନ୍ତି ସେ ହେଉଛି କୁରାଢି। ସେତେବେଳେ ଆମର ହୋସ ରହିବା ଦରକାର ସଜାଗ ରହିବା ଦରକାର ମୁଁ କାହାକୁ ଆଘାତ କରୁଛି କୁରାଢିକୁ ଏବଂ କୁରାଢିର ପ୍ରକୃତି ହେଉଛି ସେ କଟିବ। ତେଣୁ ଜ୍ଞାନୀ ଲୋକମାନେ ସେହି ସ୍ଥାନରେ ଚୁପ୍ ରହିବା ଦରକାର।
ଦର୍ଶକ ବନ୍ଧୁ ଯେଉଁ ଜାଗାରେ ଏମିତି କିଛି ଲୋକ ମିଳୁଛନ୍ତି ଯିଏ ଆମକୁ କଷ୍ଟ ଦେଉଛି ଦୁଃଖ ଦେଉଛି ସେହି ସ୍ଥାନରୁ ଚୁପ୍ ଚାପ୍ ଓହରି ଆସିବା ଆବଶ୍ୟକ କାରଣ ପ୍ରତ୍ୟେକ ଲୋକଙ୍କ ସହ ତାହା ହିସାବରେ ଚାଲିବାର ଆବଶ୍ୟକତା ନାହିଁ ଆମର ଯେମିତି ବ୍ୟବହାର ଆମର ଯେମିତି ବିଚାରଧାରା ସେମିତି ବୋହୁତ ଲୋକ ଅଛନ୍ତି ତାକୁ ଆପଣମାନେ ଖୋଜନ୍ତୁ। ନିଜ କର୍ମ ଉପରେ ଧ୍ୟାନ ଦିଅନ୍ତୁ ସୁନ୍ଦର ବ୍ୟକ୍ତିତ୍ଵ ଖୋଜନ୍ତୁ ଖୋଜିଲେ ସବୁ ମିଳେ ଆନନ୍ଦରେ ରହିବେ ଖୁସିରେ ରହିବେ ଆଉ ଯଦି ଭୁଲ୍ ବଶତଃ କୁରାଢି ସହିତ ଆପଣ ଯୁଦ୍ଧ କରିବେ ରକ୍ତାକ୍ତ ହେବା ନିଶ୍ଚିତ ଶାରିରୀକ ଭାବରେ ମାନସିକ ଭାବରେ ଆଘାତ ପାଇବା ସୁନିଶ୍ଚିତ କାରଣ କୁରାଢିର ପ୍ରକୃତି ହେଉଛି କଷ୍ଟ ଦେବା ସେହିପରି ଖରାପ ଲୋକମାନଙ୍କୁ ତାଙ୍କ ରାସ୍ତାରେ ଯିବାକୁ ଦିଅନ୍ତୁ ଏବଂ ଆପଣ ଆପଣଙ୍କ କର୍ମ କରି ଚାଲନ୍ତୁ। ନିଜେ କେମିତି ଖୁସିରେ ରହିବେ ନିଜେ କେମିତି ଆନନ୍ଦରେ ରହିବେ ନିଜ ଜୀବନକୁ ନିଜ ହିସାବରେ କେମିତି କାଟିବେ ସେହି କଥା ଚିନ୍ତା କରନ୍ତୁ ବିଚାର କରନ୍ତୁ। ସେଥିପାଇଁ ଜୀବନରେ ହୋସ ରହିବା ବୋହୁତ ଆବଶ୍ୟକ।