ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମନମାନିରେ ଚାଲିଛି ସରକାରୀ ବିଦ୍ୟାଳୟ; ପାଳି କରି ଆସୁଛନ୍ତି ଶିକ୍ଷକ

ଦାରିଙ୍ଗବାଡ଼ି ୨୧/୦୫: ଆମ ରାଜ୍ୟରେ ଥିବା ଅନୁସୂଚିତ ଜାତି ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ବିକାସ ତଥା ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଏବେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତରେ ଥିବା ବୌଦୁଙ୍ଗିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ଗୁମିକିଆ ପଞ୍ଚାୟତରେ ଥିବା ସୁକାଲାଦା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନର କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟକୁ ପାଳିକରି ଶିକ୍ଷକମାନେ ଆସୁଛନ୍ତି ଯାହାଫଳରେ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ବାଧାପ୍ରାପ୍ତ ହେଉଛି।

ବୌଦୁଙ୍ଗିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୧ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ନ୍ତି। ଏଠାରେ ୩ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। କିନ୍ତୁ ଏହି ଶିକ୍ଷକମାନେ ସମୟ ଅନୁସାରେ ନିୟମିତ ବିଦ୍ୟାଳୟକୁ ଆସୁନଥିବା ଅଭିଯୋଗ ହୋଇଛି। ଏଠାରେ ଏକ ଅଜବ ନିୟମ ଦେଖିବାକୁ ମିଳିଛି । ଯେଉଁଦିନ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଆସୁଛନ୍ତି ସେହି ଦିନ ଅନ୍ୟ ୨ ଜଣ ଶିକ୍ଷକ ବିଦ୍ୟାଳୟକୁ ଆସୁ ନାହାନ୍ତି। ଯେଉଁଦିନ ଅନ୍ୟ ୨ଜଣ ଶିକ୍ଷକ ବିଦ୍ୟାଳୟକୁ ଆସୁଛନ୍ତି ସେଦିନ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଆସୁନାହାନ୍ତି। ସୁକାଲାଦା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ।

ଗତ ଶନିବାର ଦିନ ବୌଦୁଙ୍ଗିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପୁରେନ୍ ନାୟକ ଥିବାବେଳେ ବେଳେ ଅନ୍ୟ ଦୁଇଜଣ ସହକାରୀ ଶିକ୍ଷକ ନିହାର ରଞ୍ଜନ ସାହୁ, ଅନାମ ଚନ୍ଦ୍ର ପ୍ରଧାନ ତିନି ଦିନ ଧରି ବିଦ୍ୟାଳୟକୁ ଆସିନାହାନ୍ତି ସେହି ଭଳି ପ୍ରାଥମିକ ବିଦ୍ୟାଳୟ ସୁକାଲାଦାରେ ସହକାରୀ ଶିକ୍ଷକ ଧନୁଞ୍ଜୟ ଦଣ୍ଡିଆ ଉପସ୍ଥିତ ଥିବାବେଳେ ପ୍ରଧାନ ଶିକ୍ଷକ ପ୍ରଦୀପ୍ତ ମଲ୍ଲିକ ବିଦ୍ୟାଳକୁ ଆସିନଥିଲେ।

ଏପରି ମନମାନି ନୀତି ବିଷୟରେ ଜିଲ୍ଲା ଶିକ୍ଷାବିଭାଗର ମୁଖ୍ୟ ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ସୂଚନା ନଥିବା ବେଳେ ଦାୟିତ୍ୱରେ ଥିବାସିଆରସିଙ୍କ ପାଖରେ ଖବର ଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। କିନ୍ତୁ ବର୍ଷରେ ୧୫ ଦିନ ଛୁଟି ନେବା ଜାଗାରେ ମାସକୁ ୧୫ ଦିନ ମଧ୍ୟ ଶିକ୍ଷକମାନେ ବିଦ୍ୟାଳୟକୁ ଆସୁନାହାନ୍ତି। ଅଭିଭାବକ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲା ପରେବି ଗୁହାରି ଶୁଣିବାକୁ କେହିନାହାନ୍ତି। ଏପଟେ ବିଦ୍ୟାଳକୁ ନଆସି ମଧ୍ୟ ଶିକ୍ଷକଙ୍କ ଉପସ୍ଥିତ ଥିବା ଦେଖାଇ ଦିଆ ଯାଉଛି। ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ ମଧୁଚନ୍ଦ୍ରିକାରେ ଚାଲିଛି ସରକାରୀ ବିଦ୍ୟାଳୟ। ଯାହାଫଳରେ ଅନୁସୂଚିତ ଜାତି,ଜନଜାତିର ଛାତ୍ରଛାତ୍ରୀ ମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି