ଖେଳ ଦେଶ ବିଦେଶ

ମନଦୀପଙ୍କ ଖେଳୁଆଡ ମନୋଭାବ : ପିତାଙ୍କ ଦେହାନ୍ତ ପରେ ବି କ୍ରିଜକୁ ଓହ୍ଲାଇଲେ, ସମସ୍ତଙ୍କ ହୃଦୟ ଜିଣିଲେ

ଦୁବାଇ,୨୫|୧୦: ଆଇପିଏଲର ୪୩ ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ କିଙ୍ଗସ୍ ଏକାଦଶ ପଞ୍ଜାବ ୧୨ ରନରେ ପରାସ୍ତ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୧୨୬ ରନ୍ କରିଥିଲା । ପଞ୍ଜାବର ବ୍ୟାଟସମ୍ୟାନ୍ ହାଇଦ୍ରାବାଦ ବୋଲରଙ୍କ ମୁକାବିଲା କରିପାରି ନଥିଲେ । ଦଳର ବ୍ୟାଟସମ୍ୟାନ୍ ମନଦୀପ ସିଂ ମାତ୍ର ୧୭ ରନ୍ କରି ଆଉଟ୍ ହୋଇଥିଲେ । ତେବେ ସେ ଏହି ମ୍ୟାଚ୍ ଖେଳି ସମସ୍ତଙ୍କ ହୃଦୟ ଜିତିଛନ୍ତି ।

ସୂଚନାନୁସାରେ, ମନଦୀପ ନିଜ ପିତାଙ୍କ ନିଧନର କିଛି ସମୟ ପରେ ବ୍ୟାଟିଂ ପାଇଁ କ୍ରିଜକୁ ଆସିଥିଲେ । ତାଙ୍କର ଏହି ଧର୍ଯ୍ୟ ପାଇଁ ସମସ୍ତେ ମନଦୀପଙ୍କୁ ପ୍ରଶଂସା କରୁଛନ୍ତି । ଶୁକ୍ରବାର ତାଙ୍କ ପିତା ହରଦେପ ସିଂଙ୍କର ପରଲୋକ ଘଟିଥିଲା । ପିତାଙ୍କ ଦେହାନ୍ତ ଖବର ଶୁଣି ସେ ଦଳକୁ ଛାଡି ନଥିଲେ । ବରଂ ହାଇଦ୍ରାବାଦ ବିପକ୍ଷରେ ବ୍ୟାଟିଂ ପାଇଁ କ୍ରିଜକୁ ଓହ୍ଲାଇଥିଲେ । ମନଦୀପଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ପଞ୍ଜାବ ଖେଳାଳି କଳା ରଙ୍ଗର ବ୍ୟାଣ୍ଡ୍ ବାନ୍ଧି ଖେଳିଥିଲେ ।

ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ନୀତିଶ ରାଣାଙ୍କ ଶ୍ୱଶରଙ୍କ ଦେହାନ୍ତ ହୋଇଥିଲା ।ଏହି ମ୍ୟାଚରେ ସେ ଅର୍ଧଶତକ ହାସଲ କରି ଶ୍ୱଶୂରଙ୍କୁ ନିଜର ଅର୍ଧଶତକ ସମର୍ପି ଥିଲେ । ସେ ଦିଲ୍ଲୀ ବିପକ୍ଷରେ ୩୫ ବଲରୁ ୫୦ ରନ୍ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ