ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଧ୍ୟବିତ୍ତ ଶ୍ରେଣୀର ସମସ୍ୟା ପ୍ରତି ସଚେତନ ଅଛି: ବଜେଟ୍‌ ଆଗରୁ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ: ସେ ମଧ୍ୟବିତ୍ତର ଶ୍ରେଣୀରୁ ଆସିଥିବାରୁ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ସଚେତନ ଅଛନ୍ତି ବୋଲି ରବିବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରତିବର୍ଷ ପରି ଏ ବର୍ଷ ବି ଆଶା କରାଯାଉଛି ଯେ, ଆଗାମୀ ବଜେଟ୍‌ରେ ଅର୍ଥମନ୍ତ୍ରୀ ‘ଟ୍ୟାକ୍ସ୍‌ ସ୍ଲାବ୍‌’ରେ ପରିବର୍ତ୍ତନ କରିବେ। କାରଣ ୨୦୨୪ ଗ୍ରୀଷ୍ମକାଳରେ ସାଧାରଣ ନିର୍ବାଚନ ହେବାକୁ ଥିବା ବ‌େଳେ ସରକାରଙ୍କର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌।

‘ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ’ର ସହଯୋଗୀ ସାପ୍ତାହିକ ‘ପଞ୍ଚଜନ୍ୟ’ ପତ୍ରିକାଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବ‌େଳେ ସେ କହିଛନ୍ତି, ମୁଁ ବି ମଧ୍ୟବିତ୍ତ ଶ୍ରେଣୀର। ତେଣୁ, ମଧ୍ୟବିତ୍ତ ଶ୍ରେଣୀର ସମସ୍ୟା କଥା ମୁଁ ଜାଣିଛି।

ଏହି ସମୟରେ ଉପସ୍ଥିତ ଶ୍ରୋତାଙ୍କୁ ସେ ସ୍ମରଣ କରାଇ ଦେଲେ ଯେ, ମୋଦୀ ସରକାର ମଧ୍ୟବିତ୍ତ ଶ୍ରେଣୀ ଉପରେ କୌଣସି ନୂଆ ଟିକସ ଲାଗୁ କରିନାହାନ୍ତି। ୫ ଲକ୍ଷ ପର୍ଯ୍ୟନ୍ତ ଆୟ ଅର୍ଥ ଉପରେ ଆୟକର ଛାଡ଼ କରାଯାଇଛି ଏବଂ ଅନେକ ସେବା ମଧ୍ୟ ଯୋଗାଇ ଦିଆଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜୀବନଯାପନ ସୁବିଧା ନିମନ୍ତେ ସରକାର ୨୭ଟି ନଗରୀରେ ମେଟ୍ରୋ ରେଳ ନେଟ୍‌ୱାର୍କ ବିକାଶ କରିବା ସହିତ ୧୦୦ଟି ସ୍ମାର୍ଟ ସିଟି ନିର୍ମାଣ କରୁଛନ୍ତି।

ମଧ୍ୟବିତ୍ତ ଶ୍ରେଣୀ ସବୁଠୁ ଅଧିକ ସାଧାରଣ ପରିବହନ ବ୍ୟବହାର କରନ୍ତି। ତେଣୁ, ୨୭ଟି ସ୍ଥାନରେ ଆମେ ମେଟ୍ରୋ ଚଳାଚଳ ବ୍ୟବସ୍ଥା କରିଛୁ। କାମଧନ୍ଦା ଅନ୍ବେଷଣରେ ଅନେକ ମଧ୍ୟବିତ୍ତ ଶ୍ରେଣୀର ଲୋକ ସହରକୁ ଚାଲିଆସୁଥିବାରୁ ଆମେ ସ୍ମାର୍ଟ ସିଟି ଉପରେ ଧ୍ୟାନ ନିବେଶ କରିଛୁ। ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ଆମର କାର୍ଯ୍ୟଧାରା ଅବ୍ୟାହତ ରହିବ ବୋଲି ସ‌େ କହିଛନ୍ତି।

ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ, ମଧ୍ୟବିତ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ଉଲ୍ଲେଖଯୋଗ୍ୟ ସଂଖ୍ୟକ ହୋଇଯାଇଥିବାରୁ ସରକାର ସେମାନଙ୍କ ପାଇଁ ଅଧିକ କିଛି କରିବେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ