ଦେଶ ବିଦେଶ ରାଜନୀତି

ମଧ୍ୟପ୍ରଦେଶ: ବିଜେପି ନେତୃତ୍ବକୁ କାହିଁକି ଚାଲେଞ୍ଜ କରୁଛନ୍ତି ଉମା ଭାରତୀ ?

ଭୋପାଳ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ଉମା ଭାରତୀ ଲଗାତାର ବିଜେପି ନେତୃତ୍ବକୁ ଚାଲେଞ୍ଜ କରୁଛନ୍ତି। ଉମା ଭାରତୀ ନିକଟରେ ୨ ଥର ବିଜେପି ବିରୋଧୀ ଟିପ୍ପଣୀ ଦେଇଛନ୍ତି। ଭୋପାଳରେ ଲୋଧି ସମ୍ପ୍ରଦାୟକୁ ଉଦ୍‌ବୋଧନ ଦେଇ ଉମା ଭାରତୀ ନିକଟରେ କହିଥିଲେ ଯେ ସେ ବିଜେପିର ଜଣେ ବିଶ୍ବସ୍ତ ସୈନିକ ଏବଂ ଲୋକମାନଙ୍କୁ ସେ ବିଜେପିକୁ ଭୋଟ୍‌ ଦେବାପାଇଁ କହିବେ। କିନ୍ତୁ ଲୋକମାନେ କୌଣସି ରାଜ‌ନୈତିକ ଚାପର ଶିକାର ନହୋଇ ସବୁ କଥା ବିଚାରକୁ ନେଇ ନିଷ୍ପତ୍ତି ନେଇପାରିବେ ବୋଲି ଉମା ଭାରତୀ କହିଥିଲେ। ଡିସେମ୍ବର ୨୫ ତାରିଖରେ ଲୋଧି ସମ୍ପ୍ରଦାୟ ବୈଠକରେ ଉମା ଭାରତୀ ଏହି ଟିପ୍ପଣୀ ଦେଇଥିଲେ।

ଉମା ଏଭଳି ଟିପ୍ପଣୀ ରଖୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ବୈଠକରେ ଲୋଧି ସମ୍ପ୍ରଦାୟର ଆହୁରି ଅନେକ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଏବଂ ତାଙ୍କ ବିଧାୟକ ଭାଇ ଜଲମ ସିଂହ ପଟେଲ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଲୋଧିମାନେ ହେଉଛନ୍ତି ରାଜନୈତିକ ଭାବେ ଏକ ଶକ୍ତିଶାଳୀ ଓବିସି ସମ୍ପ୍ରଦାୟ। ରାଜ୍ୟବ୍ୟାପୀ ସେମାନଙ୍କ ସଂଖ୍ୟା ଅଧିକ ରହିଛି। ଲୋଧି ସଂପ୍ରଦାୟ ବିଜେପି ସମର୍ଥକ ବୋଲି କୁହାଯାଏ। ବିଶେଷ କରି ଉମା ଭାରତୀ ଏବଂ ପ୍ରହ୍ଲାଦ ପଟେଲଙ୍କର ବିଜେପି ସହ ସମ୍ପୃକ୍ତି ପାଇଁ ଲୋଧିମାନେ ବିଜେପିକୁ ସମର୍ଥନ କରନ୍ତି।

ମଧ୍ୟପ୍ରଦେଶରେ ରାଜନୈତିକ ବିଶ୍ଳେଷକମାନେ ଉମା ଭାରତୀଙ୍କ ରାଜନୈତିକ ଟିପ୍ପଣୀକୁ ଅନୁଶୀଳନ କରୁଛନ୍ତି। ଉମା ଭାରତୀ ରାଜନୀତିରୁ ସନ୍ୟାସ ନେଇଛନ୍ତି ବୋଲି ନିଜେ ଘୋଷଣା କରିଥିଲେ ସୁଦ୍ଧା ପୁଣିଥରେ ସେ ସକ୍ରିୟ ରାଜନୀତିକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଉମ‌ା ଭାରତୀ ରାଜ୍ୟରେ ମଦ ନିଷିଦ୍ଧ କରି ଏବଂ ଏନେଇ ଆନ୍ଦୋଳନର ଧମକ ଦେଇ ରାଜନୈତିକ ପ୍ଲାଟଫର୍ମକୁ ଫେରିବାକୁ ଚାହିଥିଲେ ମଧ୍ୟ ଜନତା ଏହାକୁ ଗ୍ରହଣ କରିନାହାନ୍ତି। ତେଣୁ ରାଜନୈତିକ ବିଶ୍ଳେଷକମାନେ ବିଶ୍ବାସ କରୁଛନ୍ତି ଯେ ଉମା ଏବେ ଜାତି ଏବଂ ସମ୍ପ୍ରଦାୟଭିତ୍ତିକ ଟିପ୍ପଣୀ ଦେଇ ପୁଣିଥରେ ଚର୍ଚ୍ଚା‌ରେ ରହିବାକୁ ଚାହୁଛନ୍ତି। ତେବେ ମଦ ବିରୋଧରେ ଉମା ଭାରତୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିଜେପି ନେତୃବୃନ୍ଦ ଏଯାବତ କିଛି ଟିପ୍ପଣୀ ରଖିନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର