ଅପରାଧ ଦେଶ ବିଦେଶ

ମଧ୍ୟପ୍ରଦେଶରେ ୩ଜଣ ପୁଲିସଙ୍କୁ ଗୁଳି କରି ହତ୍ୟା କଲେ କୃଷ୍ଣସାର ମୃଗ ଶିକାରୀ

ଭୋପାଳ: ଶୁକ୍ରବାର ରାତିରେ ମଧ୍ୟପ୍ରଦେଶର ଗୁନା ଜିଲ୍ଲା ଅନ୍ତର୍ଗତ ସାଗା ବାର୍ଖେଡ଼ା ଗ୍ରାମରେ କୃଷ୍ଣସାର ମୃଗ ଶିକାରୀମାନେ ୩ଜଣ ପୁଲିସ କର୍ମଚାରୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।

ମୃତ ପୁଲିସ କର୍ମଚାରୀମାନେ ହେଲେ, ସବ୍‌-ଇନ୍‌ସ୍‌ପେକ୍ଟର୍‌ ରାଜକୁମାର ଯାଦବ, ହେଡ୍‌ କନେଷ୍ଟବଳ ସାନ୍ତା ରାମ ମୀନା ଏବଂ କନେଷ୍ଟବଳ ନୀରଜ ଭାର୍ଗବ।

ରାଜଧାନୀ ଭୋପାଳ ଠାରୁ ପ୍ରାୟ ୧୬୦ କିଲୋମିଟର ଦୂରବର୍ତ୍ତୀ ଆରୋନ୍‌ ଥାନା ଅଧୀନ ଅଞ୍ଚଳରେ ଘଟଣାଟି ଘଟିଛି। ୪ଟି କୃଷ୍ଣସାର ମୃଗଙ୍କ ଦୁର୍ବୃତ୍ତମାନେ ମାରି ଦେଇଛନ୍ତି ବୋଲି ସୂଚନାଦାତାଙ୍କ ଠାରୁ ପ୍ରାପ୍ତ ସୂଚନା ଆଧାରରେ ଶିକାରୀମାନଙ୍କୁ ଧରିବା ଲାଗି ପୁଲିସମାନେ ସେଠାକୁ ଯାଇଥିଲେ। ପୁଲିସ କର୍ମଚାରୀମାନେ ଚାରିପଟୁ ଘେରିଯିବା ପରେ ଶିକାରୀମାନେ ଗୁଳି ଚଳାଇଥିଲେ। ଫଳରେ ୩ଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଲା।

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ଗୁନା ନିକଟରେ ଅପରାଧୀମାନଙ୍କ ଗୁଳି ଚୋଟରେ ୩ଜଣ ସାହସୀ ପୁଲିସ ଅଧିକାରୀ ସହିଦ ହୋଇଛନ୍ତି। ଅପରାଧୀମାନେ ଖସିଯାଇ ପାରିବେ ନାହିଁ। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବ୍ୟକ୍ତିଗତ ଭାବ‌େ ଘଟଣା ଉପରେ ନଜର ରଖିଛନ୍ତି।

ଘଟଣା ସଂକ୍ରାନ୍ତରେ ଆଲୋଚନା ଲାଗି ଆଜି ପୂର୍ବାହ୍ନ ୯.୩୦ରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କ ବାସଭବନରେ ଉଚ୍ଚସ୍ତରୀୟ ଜରୁରୀ ବୈଠକ ଡକାଇଛନ୍ତି। ଡିଜିପିଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ, ଗୃହମନ୍ତ୍ରୀ, ମୁଖ୍ୟ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ