ଲାଇଫ୍ ଷ୍ଟାଇଲ

ମଧୁମେହ ରୋଗୀଙ୍କ ପାଇଁ ଅବ୍ୟର୍ଥ ଔଷଧ ଭାବେ କାର୍ଯ୍ୟ କରିଥାଏ ଗ୍ରିନ୍ ଟି, ରହିଛି ଆହୁରି ଅନେକ ଗୁଣ

ନିୟମିତ ଗ୍ରିନ୍ ଟି ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ। ଶୀତଦିନେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଆଲ୍କାଲଏଡ୍ର ପରିମାଣ ଅଧିକ ଥିବାରୁ ଏହା ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଗ୍ରିନ୍ ଟିରେ ଭରପୂର ମାତ୍ରାରେ ଭିଟାମିନ୍ ଏ, ଭିଟାମିନ ଡି, ଭିଟାମିନ୍ ବି, ଭିଟାମିନ୍ ସି ରହିଥାଏ। ଏଥିସହ ମାଙ୍ଗାନିଜ୍, ଜିଙ୍କ୍ ଆଦି ଖଣିଜ ତତ୍ତ୍ୱ ଭରପୂର ପରିମାଣରେ ରହିଥାଏ। ଗୋଟିଏ କପ୍ ଗ୍ରିନ୍ ଟି ରେ ୯୯.୫ ପ୍ରତିଶତ ପାଣି ରହିଥାଏ ଯାହା ସ୍ୱାସ୍ଥ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଦ୍ୱାରା ମୁହଁର ତ୍ୱଚା କୁଞ୍ଚିତ ହେବା, ଫାଟିବା ଓ ଶୁଷ୍କ ହେବା ଭଳି ସମସ୍ୟାରୁ ରକ୍ଷା କରିଥାଏ। ଏବେ ଜାଣନ୍ତୁ ଗ୍ରିନ୍ ଟି ଆଉ କିଛି ଉପକାରିତା।

ଓଜନ ହ୍ରାସ କରିବାର ସବୁଠାରୁ ଉତ୍ତମ ଏବଂ ସହଜ ଉପାୟ ହେଉଛି ଗ୍ରିନ୍ ଟି। ଏହା ଶରୀରରେ ବୃଦ୍ଧି କରାଉଥିବା ଅଦରକାରୀ ଚର୍ବି ଅଂଶକୁ କମାଇବାରେ ସାହାଯ୍ୟ କରିଥାଏ। ନିୟମିତ ସକଳେ ଗୋଟିଏ କପ୍ ଗ୍ରିନ୍ ଟି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ। ଏହା ମେଦ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
ଏହା କ୍ୟାନ୍ସର୍ ପାଇଁ ବେଶ ଉପଯୋଗୀ ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ କ୍ୟାନ୍ସର୍ ଭଳି ମାରାତ୍ମକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।
ଏହା ମସ୍ତିଷ୍କକୁ ଅଧିକ କାର୍ଯ୍ୟକ୍ଷମ କରାଇଥାଏ। ପ୍ରତିଦିନ ଗ୍ରିନ୍ ଟି ପିଉଥିବା ଲୋକଙ୍କର ମସ୍ତିଷ୍କ ଅନ୍ୟମାନଙ୍କ ତୁଳନାରେ ଅଧିକ କାର୍ଯ୍ୟକ୍ଷମ ହୋଇଥାଏ।
ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ମଧୁମେହ ରୋଗୀ ଏହାକୁ ନିୟମିତ ୩ରୁ ୪ କପ୍ ପିଇବା ଉଚିତ୍। ଏହା ଶରୀରରେ ଶର୍କରାର ପରିମାଣକୁ ନିୟନ୍ତ୍ରଣ କରିଥାଏ।

ଏଥିରେ ପଲିଫେନୋଲ୍ ଆଣ୍ଟିଅକ୍ସିଡାଣ୍ଟ୍ ଥାଏ। ଏହା ଶରୀରକୁ ବୟସ ଜନିତ ତ୍ୱଚା କୁଞ୍ଚନରୁ ରକ୍ଷା କରିଥାଏ।
ଗ୍ରିନ୍ ଟିରେ ଲିଥେନାଇନ୍ ରାସାୟନିକ ଦ୍ରବ୍ୟ ଥିବାରୁ ଏହା ଶାରୀରିକ ଏବଂ ମାନସିକ ଆରାମ ପ୍ରଦାନ କରିଥାଏ।
ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଶରୀରକୁ ରୋଗମୁକ୍ତ କରିଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ