ଦେଶ ବିଦେଶ ମନୋରଞ୍ଜନ

ମଧୁବାଲାଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହାନ୍ତି ମୃଣାଳ, କହିଲେ ନିଜ ମନର କଥା

ମୁମ୍ଵାଇ ୨୨।୦୮: ‘ସୁପର ୩୦’, ‘ତୁଫାନ୍‌’, ‘ଜର୍ସି ଭଳି ଫିଲ୍ମରେ ଅଭିନୟ କରି ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ମୃଣାଳ ଠାକୁର। ନିକଟରେ ତାଙ୍କୁ ଦୁଲକର ସଲମାନ୍‌ଙ୍କ ସହ ତେଲଗୁ ଫିଲ୍ମ ‘ସୀତା ରାମମ୍‌’ରେ ଦେଖିବାକୁ ମିଳିଥିଲା। ସେହି ଫିଲ୍ମ ମାଧ୍ୟମରେ ସେ ଦକ୍ଷିଣ ଭାରତୀୟ ସିନେମା ଜଗତରେ ଡେବ୍ୟୁ କରିଥିବାବେଳେ ତା’ର ଅପାର ସଫଳତା ଯୋଗୁ ମୃଣାଳ ଏବେ ଚର୍ଚ୍ଚାର ଶିଖରରେ।

ବିଶେଷକରି ସେଥିରେ ମୃଣାଳଙ୍କ ଲୁକ୍‌କୁ ତାଙ୍କର ଅନେକ ପ୍ରଶଂସକ ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ ମଧୁବାଳାଙ୍କ ସହ ତୁଳନା କରୁଛନ୍ତି। ଏ ସଂପର୍କରେ ମୃଣାଳ କହିଛନ୍ତି, କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଳାଜୀଙ୍କ ସହ ମୋ’ର ଲୁକ୍‌ର ତୁଳନା ଯୋଗୁ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି। ଫିଲ୍ମର ସୁଟିଂ ସମୟରେ ସେଟ୍‌ରେ ମଧ୍ୟ ଲୋକମାନେ ମୋ’ ପାଖକୁ ଆସି ସେହି କଥା କହୁଥିଲେ। ମୁଁ ମଧ୍ୟ ମଧୁବାଳାଜୀଙ୍କର ଜଣେ ବଡ଼ ପ୍ରଶଂସିକା। ତାଙ୍କର ଅନେକଗୁଡ଼ିଏ ଫିଲ୍ମକୁ ଦେଖିଛି । ତେବେ ଆଶା କରିବି ଫିଲ୍ମ ନିର୍ମାତାମାନେ ବି ମୋତେ ସେହିଭଳି ଦୃଷ୍ଟିରେ ଦେଖନ୍ତୁ।

ଭବିଷ୍ୟତରେ ଯଦି କେବେ ମଧୁବାଳାଜୀଙ୍କର ବାୟୋପିକ୍‌ ତିଆରି ହୁଏ ତା’ ହେଲେ ମୋତେ ସେଥିରେ ଅଭିନୟର ସୁଯୋଗ ମିଳୁ । ମୁଁ ଜାଣିଛି ଯେ ସେହି ଭୂମିକାରେ ଅଭିନୟ କରିବା ଏତେ ସହଜ ନୁହେଁ, ତଥାପି ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଉଦ୍ୟମ କରିବି। ସେହିପରି ଭାଷା କେବେହେଲେ ଜଣେ କଳାକାର ପାଇଁ ବାଧକ ହେବା କଥା ନୁହେଁ । ମୁଁ କେବଳ ବଲିଉଡ୍‌, ମରାଠୀ କିମ୍ବା ଦକ୍ଷିଣ ଭାରତୀୟ ଦର୍ଶକଙ୍କ ପାଇଁ କାମ କରିବାକୁ ଚାହୁଁନାହିଁ । ବିଶ୍ୱର ବିଭିନ୍ନ ଭାଷାରେ ଫିଲ୍ମ କରିବାକୁ ମୋର ଇଚ୍ଛା ଅଛି ବୋଲି ସେ ପ୍ରକାଶ କରିଛନ୍ତି। ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ମୃଣାଳଙ୍କୁ ଆଗକୁ ‘ପିପ୍ପା’, ‘ଆଁଖ ମିଚୋଲି’, ‘ଗୁମରାହ’, ‘ପୂଜା ମେରି ଜାନ୍‌’ ଭଳି ଫିଲ୍ମରେ ଦେଖିବାକୁ ମିଳିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ