ଦେଶ ବିଦେଶ ମନୋରଞ୍ଜନ

‘ମଧୁବନ’ କୁ ନେଇ ବିବାଦରେ ସନ୍ନି ଲିଓନି, ହିନ୍ଦୁ ଧର୍ମକୁ ଆଘାତ କରୁଥିବା ନେଇ ଆସିଲା ଅଭିଯୋଗ

ବଲିଉଡର ଗ୍ଲାମରସ ଡିଭା ସନ୍ନି ଲିଓନି ନିଜର ନୂଆ ଗୀତ ‘ମଧୁବନ’କୁ ନେଇ ବିବାଦ ଘେରରେ । ୨୨ ଡିସେମ୍ବରରେ ରିଲିଜ ହୋଇଥିବା ତାଙ୍କର ଡାନ୍ସ ଭିଡିଓକୁ ନେଇ ଏବେ ଚର୍ଚ୍ଚାରେ ସନ୍ନି ଲିଓନି । ସନ୍ନିଙ୍କ ଏହି ନୂଆ ଗୀତକୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ସୋସିଆଲ ମିଡିଆରେ ତାଙ୍କର ଏହି ଗୀତକୁ ନେଇ ଟ୍ରୋଲ କରୁଛନ୍ତି ୟୁଜର୍ସ । ଅଭିଯୋଗ ହୋଇଛି ଗୀତ ଜରିଆରେ ସନ୍ନି ଲିଓନି ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚାଉଛନ୍ତି ।

ସନ୍ନି ଲିଓନିଙ୍କ ଗୀତ ରିଲିଜ୍ ହେବା ପରେ ସେ ଏକ ଟ୍ୱିଟ୍ କରି କହିଥିଲେ ଯେ କ’ଣ ଆପଣ ଏହି ଗୀତ ଦେଖିସାରିଲେଣି ଯାହାର ଉତ୍ତରରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ ଏବଂ କହିଥିଲେ ଏହା ଦ୍ୱାରା ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚିଛି । ଜଣେ ୟୁଜର କହିଛନ୍ତି ରାଧିକା ଡାନ୍ସର ନୁହେଁ ଭକ୍ତ ଥିଲେ । ମଧୁବନ ଏକ ଶାନ୍ତ ସ୍ଥାନ । ମଧୁବନରେ ରାଧା ଏମିତି ଡାନ୍ସ କରୁନଥିଲେ । ୟୁଜର୍ସ ଆହୁରି ଲେଖିଛନ୍ତି ହିନ୍ଦୁ ଧର୍ମର ମଜା ଉଡ଼ାଯାଇଛି । ଏହା ସହ ‘ମଧୁବନ’ ଗୀତକୁ ବ୍ୟାନ ପାଇଁ ମଧ୍ୟ ଦାବି ହୋଇଛି ।

ସନ୍ନି ଲିଓନିଙ୍କ ଏହି ଗୀତକୁ କନିକା କପୁର ଗାଇଛନ୍ତି । ପୂର୍ବରୁ ସନ୍ନି ଲିଓନି ଏବଂ କନିକା କପୁରଙ୍କ ସୁପରହିଟ୍ ଯୋଡ଼ି ‘ବେବି ଡଲ’ ଗୀତରେ ନଜର ଆସିଥିଲେ ଯାହା ଖୁବ୍ ପ୍ରସିଦ୍ଧ ହୋଇଥିଲା । ସନ୍ନି ଲିଓନିଙ୍କ ଡାନ୍ସ ମୁଭକୁ ଗଣେଶ ଆଚାର୍ଯ୍ୟ କୋରିଓଗ୍ରାଫ୍ କରିଛନ୍ତି । ଲିରିକ୍ସ ମନୋଜ ଯାଦବ ଲେଖିଛନ୍ତି । ଗତ ସପ୍ତାହରେ ଗୀତର ପ୍ରମୋସନ ପାଇଁ ସନ୍ନି ବିଗ୍ ବସ୍ ହାଉସରେ ମଧ୍ୟ ପହଞ୍ଚିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ