ରାଜ୍ୟ ସ୍ପେଶାଲ ରିପୋର୍ଟ

ମଦ ଯୋଗାଣରେ ତ୍ରୁଟି ଧରିଲେ ସିଏଜି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ରାଜ୍ୟରେ ମଦ ବ୍ୟବସାୟ ଓ ଯୋଗାଣ ପରିଚାଳନାରେ ରହିଥିବା ବ୍ୟାପକ ଅନିୟମିତତାକୁ ଧରିଛନ୍ତି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)। କୌଣସି ନିୟମକୁ ଠିକ୍ ଭାବେ ପାଳନ କରାଯାଉନାହିଁ। ସବୁ କିଛି ଖାମଖିଆଲି ଢଙ୍ଗରେ ଚାଲିଛି। ମଦ ବୋତଲ ଅସଲି ନା ନାହିଁ ତାହା ଜାଣିବା ଲାଗି କୌଣସି ବ୍ୟବସ୍ଥା ନାହିଁ। ଅତ୍ୟନ୍ତ ଖରାପ ଅବସ୍ଥାରେ ଓଡ଼ିଶା ରାଜ୍ୟ ପାନୀୟ ଜଳ ନିଗମ ଲିମି‌ଟେଡ୍‌ (ଓଏସ୍‌ବିସିଏଲ୍‌)ରେ ମଦ ରଖାଯାଉଛି। ନିଗମର ଡିପୋରେ ବିୟର ରଖିବା ଲାଗି ରେଫ୍ରିଜରେଟର ବ୍ୟବସ୍ଥା ନାହିଁ। ଅନେକ ସମୟରେ ମଦଗୁଡ଼ିକ ଖରା ଓ ବର୍ଷାରେ ପଡ଼ିରହୁଛି। ଡିପୋରେ କେତେ ମଦ ନଷ୍ଟ ହେଉଛି ତାହା ଜାଣିବା ଲାଗି ମଧ୍ୟ କିଛି ବ୍ୟବସ୍ଥା ନାହିଁ। ଡିଷ୍ଟିଲାରି ଓ ବ୍ରିୱରିଗୁଡ଼ିକ ଉପ‌ରେ ନଜର ରଖିବା ଲାଗି ସିସିଟିଭିର ବ୍ୟବସ୍ଥା ନାହିଁ। ତେଣୁ ସେମାନେ କେତେ ମଦ ଉତ୍ପାଦନ କରୁଛନ୍ତି ଓ ତାଙ୍କ ପାଖରେ କେତେ ଷ୍ଟକ୍ ରହୁଛି ତାହାର ନିର୍ଦିଷ୍ଟ ତଥ୍ୟ ସରକାର ପାଉନାହାନ୍ତି।

ମଦ ଉତ୍ପାଦକୁ ‘ଟ୍ରାକ୍ ଓ ଟ୍ରେସ୍‌’ କରିବା ଲାଗି ବ୍ୟବସ୍ଥାର ଅଭାବ ରହିଛି। ସମସ୍ତ ମଦ ଉତ୍ପାଦରେ ‘ଏକ୍ସାଇଜ୍ ଆଧେସିଭ୍ ଲେବଲ୍‌’ (ଇଏଏଲ୍‌) ଲଗାଇବାର ନିୟମ ଥିଲେ ମଧ୍ୟ ତାହାକୁ ଠିକ୍ ଭାବେ ପାଳନ କରାଯାଉନଥିବା ସିଏଜିଙ୍କ ଅଡିଟ୍ ବେଳେ ଜଣାପଡ଼ିଥିଲା। ଏହି ଲେବଲ୍‌କୁ ସ୍କାନ କରିବା ଲାଗି କୌଣସି ସଫ୍ଟଓୟାର କିମ୍ବା ମୋବାଇଲ୍‌ ଆପ୍ଲିକେସନ ନାହିଁ। ତେଣୁ ଗ୍ରାହକମାନେ କିଣୁଥିବା ମଦ ପିଇବା ଲାଗି ସୁରକ୍ଷିତ ନା ନାହିଁ ଏବଂ ସେହି ମଦ ଉପରେ ଅବକାରୀ ଶୁଳ୍କ ଦିଆଯାଇଛି ନା ନାହିଁ ତାହା ଜାଣିପାରୁନାହାନ୍ତି। ସେହି ଲେବଲ୍‌କୁ ସ୍କାନ୍ କରି ଅବକାରୀ ଆୟୋଗଙ୍କ ପ୍ରବର୍ତ୍ତନ ଅଧିକାରୀ ମଦର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯାତ୍ରା ବିଷୟରେ ତଥ୍ୟ ପାଇଥାନ୍ତି। ସେହି ଲେବଲ୍‌ର ଅଭାବ ଥିବାରୁ ଅଧିକାରୀମାନେ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଛନ୍ତି। କେବଳ ସେତିକି ନୁହେଁ ଲେବଲ୍‌ ଆକାଉଣ୍ଟିଂ ମଡ୍ୟୁଲ୍‌କୁ ଯୋଗାଣ ଶୃଙ୍ଖଳ ପରିଚାଳନା ସଫ୍ଟଓୟାରରେ ଯୋଡ଼ିବା କାର୍ଯ୍ୟ ୨୦୧୪ ସୁଦ୍ଧା ଶେଷ କରିବାକୁ କୁହାଯାଇଥିବା ବେଳେ ସେହି କାମ ଏପର୍ଯ୍ୟନ୍ତ ହୋଇନାହିଁ।

ଲେବଲ୍‌ ସ୍କାନ୍‌ ଲାଗି ସଫ୍ଟଓୟାର, ଆପ୍ ନାହିଁ
ଡିଷ୍ଟିଲାରି, ବ୍ରିୱରିରେ ନାହିଁ ସିସିଟିଭି, ଫ୍ଲୋ ମିଟର
ପାନୀୟ ନିଗମ ଡିପୋ ଅବସ୍ଥା ଅତ୍ୟନ୍ତ ଖରାପ
ଅବକାରୀ ଅଧିକାରୀଙ୍କ ଘୋର ଅଭାବ

ଅନ୍ୟ ଏକ ମାମଲାରେ ଜଣାପଡ଼ିଛି ଯେ ବାହାର ରାଜ୍ୟର ମଦ ଉତ୍ପାଦନକାରୀମାନେ ଯେତିକି ପରିମାଣର ଲେବଲ୍‌ ପଠାଉଛନ୍ତି, ସେହି ଅନୁସାରେ ମଦ ପଠାଉନାହାନ୍ତି। ତେଣୁ ଅବଶିଷ୍ଟ ଲାବେଲ୍‌କୁ ରାଜ୍ୟ ଭିତର ମଦ ନିର୍ମାତାମାନେ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି। ଏହା ଦ୍ବାରା ରାଜ୍ୟ ସରକାରଙ୍କୁ ଟିକସ ଓ ଭାଟ୍‌ ହରାଇବାକୁ ପଡ଼ୁଛି। କେତେ ପରିମାଣର ମଦ ଉତ୍ପାଦନ ହୋଇଛି ତାହା ଜାଣିବା ଲାଗି ଡିଷ୍ଟିଲାରି ଓ ବ୍ରିୱରିଗୁଡ଼ିକରେ ଫ୍ଲୋ ମିଟରର ବ୍ୟବସ୍ଥା ନାହିଁ। ମାନୁଆଲ୍ ରେଜିଷ୍ଟରରେ ଯାହା ଲେଖାଯାଉଛି ତାହାକୁ ଅବକାରୀ ଆୟୋଗ ଗ୍ରହଣ କରୁଛନ୍ତି। ସେହି ତଥ୍ୟର ସତ୍ୟତା ମଧ୍ୟ ଯାଞ୍ଚ କରାଯାଉନାହିଁ। ଏଥିପାଇଁ ମଧ୍ୟ ସରକାର ଟିକସ ରାଜସ୍ବ ହରାଉଛନ୍ତି। ମଦ ଉତ୍ପାଦନକାରୀଙ୍କ ପାଖରେ ପଏଣ୍ଟ୍‌ ଅଫ୍ ସେଲ୍‌ ଏବଂ ଇନ୍‌ଭେଣ୍ଟୋରି ପରିଚାଳନା ସଫ୍ଟଓୟାର ନାହିଁ। ତେଣୁ ଜରୁରୀକାଳୀନ ସମୟ କିମ୍ବା ନିର୍ବାଚନ ବେଳେ ରିଟେଲରମାନଙ୍କ ପାଖରେ କେତେ ମଦ ରହିଛି ଅବକାରୀ ‌ଆୟୋଗ ଜାଣିପାରୁନାହାନ୍ତି। ଯେହେତୁ ହାତଲେଖା ବିକ୍ରି ରେଜିଷ୍ଟର ବ୍ୟବହାର କରାଯାଉଥିଲା, ତେଣୁ ସ୍ବତନ୍ତ୍ର କୋଭିଡ୍ ଫି’କୁ ଏଡ଼ାଇବା ଲାଗି ସେଥିରେ ହେରଫେର ହୋଇଥିବା ସନ୍ଦେହ କରାଯାଉଛି। ଏବାବଦରେ ମଧ୍ୟ ସରକାରଙ୍କୁ ରାଜସ୍ବ ହାନି ହୋଇଥିବା ସିଏଜି ଜଣାଇଛନ୍ତି।

ରାଜ୍ୟରେ ଅବକାରୀ ଅଧିକାରୀମାନଙ୍କ ଘୋର ଅଭାବ ଥିବା ସିଏଜି ଜଣାଇଛନ୍ତି। ବହୁ ଅଧିକାରୀଙ୍କ ଉପରେ ଅତିରିକ୍ତ ଦାୟିତ୍ବ ରହିଛି। ଓଡ଼ିଶା ଅବକାରୀ ନିୟମ ୨୦୧୭କୁ ମଦ ନିର୍ମାତା, ଓଏସ୍‌ବିସିଏଲ୍‌ ଏବଂ ମଦ ବିକ୍ରେତାମାନେ ଠିକ୍ ଭାବେ ପାଳନ କରୁନଥିବା ସିଏଜି ଜଣାଇଛନ୍ତି। ଏହି ନିୟମକୁ ଅବକାରୀ ଆୟୋଗ ଠିକ୍ ଭାବେ ପାଳନ କରିବାରେ ବିଫଳ ହୋଇଥିବାରୁ ମଦ ଏକ ଲାଭଜନକ ବେପାର ବୋଲି ସାଧାରଣରେ ଯେଉଁ ଧାରଣା ରହିଛି, ତାହା ଆହୁରି ଦୃଢ଼ୀଭୂତ ହୋଇପାରିଥିବା ସିଏଜି କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।