ଅପରାଧ ରାଜ୍ୟ

ମଦ ଭାଟି ମାଲିକଙ୍କ ଦାଦାଗିରି ! ଯୁବକଙ୍କୁ ନିସ୍ତୁକ ପିଟିଲେ, ମାଡ଼ ମାରି ଜଙ୍ଗଲରେ ଫିଙ୍ଗିଲେ

ତେଲକୋଇ ୩୧।୦୫: ଦେଶୀ ମଦ ଭାଟି ମାଲିକଙ୍କ ଦାଦାଗିରି । ଚୋରା ମଦ ବିକ୍ରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ପିଟିଲେ । ପରେ ମାଡ଼ ମାରି ଜଙ୍ଗଲରେ ଫିଙ୍ଗିଦେଲେ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଘଟିଛି ଏମିତି ଘଟଣା ।

ଖବର ଅନୁଯାୟୀ, ଜଗମୋହନପୁର ଠାରେ ରହିଛି ଏକ ସରକାରୀ ଅନୁମତି ପ୍ରାପ୍ତ ଦେଶୀ ମଦ ଭାଟି। ସେଠାରେ ମଦ ପ୍ରସ୍ତୁତ କରାଯାଇ ତେଲକୋଇ ବ୍ଲକର ବିଭିନ୍ନ ଗାଁକୁ ବିକ୍ରି ପାଇଁ ପଠାଯାଇଥାଏ। ତେବେ ୪୯ ନମ୍ବର ଜାତୀୟ ରାଜପଥ ରୁଗୁଡିହ ଛକରେ ସୁବ୍ରତ ସାହୁ ଏକ ଚା ଦୋକାନ କରି ପରିବାର ଚଳାଇଥାନ୍ତି। ମଦଭାଟି ମାଲିକ ତାଙ୍କୁ ଭାଟିରୁ ମଦ ନେଇ ବିକ୍ରି କରିବାକୁ ଚାପ ପ୍ରୟୋଗ କରୁଥିଲେ । କିନ୍ତୁ ସୁବ୍ରତ ମଦ ବିକ୍ରି ପାଇଁ ମନା କରିଥିଲେ। ସେଥିପାଇଁ ଆକ୍ରୋଶ ମୂଳକ ଭାବେ ଚୋରା ମଦ ବିକ୍ରି କରୁଛୁ କହି ମଦଭାଟି ମାଲିକ ବିବେକ ସିଂ ଓ ତାଙ୍କ ସର୍ମଥକ ସୁବ୍ରତ ଠେଙ୍ଗାରେ ନିସ୍ତୁକ ପିଟିଥିଲେ । ଯାହାଫଳରେ ସୁବ୍ରତ ଅଚେତ ହୋଇଯାଇଥିଲେ । ଅଚେତ ଅବସ୍ଥାରେ ତାଙ୍କୁ ଶିଙ୍କୁଳାବାହାଳ ଗାଁ ନିକଟ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଏପିରିକି ଦୋକାନରେ ଥିବା ୫୦ ଟଙ୍କା ମଧ୍ୟ ନେଇଯାଇଥିଲେ।

ସେପଟେ ବିଳମ୍ବିତ ରାତିରେ ସୁବ୍ରତଙ୍କ ଚେତା ଫେରିବା ପରେ ଜଣେ ଟାୟାର ଦୋକାନୀଙ୍କ ସହାୟତାରେ ଘରକୁ ଫେରିଥିଲେ। ପରେ ଏନେଇ ତେଲକୋଇ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।