ଅପରାଧ ରାଜ୍ୟ

ମଦ ପ୍ରସ୍ତୁତ ୟୁନିଟରେ ଚଢାଉ, ୪ଗିରଫ

ବ୍ରହ୍ମପୁର ୧୩।୦୯: ବେଆଇନ୍‌ ମଦ ପ୍ରସ୍ତୁତ ୟୁନିଟ ଉପରେ ପୋଲିସର ଚଢାଉ । ୪ଜଣଙ୍କୁ ଗିରଫ କରିବା ସହ ମଦ ପ୍ରସ୍ତୁତ ସାମଗ୍ରୀ ଏବଂ ମଦ ବୋତଲ ଜବତ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବେତଝରୀ ନିକଟରେ ବେଆଇନ୍‌ ଭାବେ ମଦ ପ୍ରସ୍ତତ ୟୁନିଟ୍‌ ଚଳାଉଥିଲେ ।ଯାହାର ଗୁଇନ୍ଦା ସୂଚନା ପାଇଥିଲା ପୋଲିସ । ଏହିକ୍ରମରେ ସେହି ସ୍ଥାନରେ ଚଢାଉ କରିଥିଲା ପୋଲିସ । ଏହି ଚଢାଉରେ ବିପୁଳ ପରିମାଣର ମଦ ପ୍ରସ୍ତତ ସାମଗ୍ରୀ ସହ ମଦ ଜବତ ହୋଇଛି । ଏହାସହ ଘଟଣାରେ ୪ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।