ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଦ ପିଅ, ଧନୀ ହୁଅ: ଭକ୍ତଙ୍କୁ ସାମନାରେ ବସାଇ ମାଦକ ପିଆଇଲେ ଧର୍ମଗୁରୁ

ନୂଆଦିଲ୍ଲୀ ୨୫/୦୭: ସୋସିଆଲ ମିଡିଆରେ ଜଣେ ଧାର୍ମିକ ଗୁରୁଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେ ତାଙ୍କର ଭକ୍ତମାନଙ୍କୁ ମଦ ପିଇବାକୁ ବାଧ୍ୟ କରୁଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଧର୍ମଗୁରୁ ଲୋକଙ୍କୁ କହି ବୁଲୁଛନ୍ତି ଯେ, ଯେତେ ସଂଖ୍ୟାରେ ମଦ ପିଇବ ସେତେ ମାତ୍ରାରେ ଧନୀ ହେବ । ଏ ଘଟଣା ଥାଇଲ୍ୟାଣ୍ଡର ।

ଆଉ ସେହି ଧର୍ମଗୁରୁ ହେଉଛନ୍ତି PHRA AJRAN KAMPEE । ତାଙ୍କ ମନ୍ଦିର ଚିଆଙ୍ଗ ୟୁହେନ ଜିଲ୍ଲାର ମହା ସରଖାମ ପ୍ରାନ୍ତରରେ ଅବସ୍ଥିତ । ଏହି ଧର୍ମଗୁରୁଙ୍କୁ ଭେଟିବାକୁ ତାଙ୍କ ଅନୁଗାମୀମାନେ କୋଣ ଅନୁକୋଣରୁ ଆସି ପହଞ୍ଚିଥାନ୍ତି । ତେବେ ଭେଟିବାକୁ ଆଗୁଆ ବୁକ୍ କରିବାକୁ ପଡିଥାଏ । କାରଣ ଦିନକରେ ସେ ୫୦ଜଣଙ୍କୁ ଭେଟିଥାନ୍ତି ।

ତେବେ ଘଟଣାର ଖୁଲ୍ଲାସା ସେବେ ହୋଇଥିଲା, ଯେବେ ଜଣେ ମହିଳା ଟିକଟକର ଏହି ଧର୍ମଗୁରୁଙ୍କ ଭିଡିଓ ସେୟାର କରିଥିଲେ । ସେ ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ । ଭିଡିଓରେ, ସେଠାରେ ଉପସ୍ଥିତ ଥିବା ଲୋକମାନେ ସାଧା ପୋଷାକରେ ନଜର ଆସିଛନ୍ତି । ସେମାନେ ନାଲି ରଙ୍ଗର ହେଡବ୍ୟାଣ୍ଡ ପିନ୍ଧିଥିବାର ମଧ୍ୟ ଦେଖାଯାଏ । ତେବେ ସମସ୍ତେ ତଳେ ବସି ଖାଇବା ସହ କିଛି ପାନୀୟ ପିଉଥିବା ନଜର ଆସୁଛନ୍ତି ।

ପୁଜାରୀ ଜଣଙ୍କ ବେଶଭୂଷା ହୋଇ ଲୋକ ଲୋକମାନଙ୍କ ମଧ୍ୟରେ ବୁଲନ୍ତି । ସେମାନଙ୍କୁ ପ୍ରାର୍ଥନା କରିବାକୁ କୁହନ୍ତି । ଭିଡିଓର କ୍ୟାପସନରେ ମହିଳା ଲେଖିଛନ୍ତି – ଯଦି ଆପଣ ଧନୀ ହେବାକୁ ଚାହାଁନ୍ତି ତେବେ ଏହି ସମାରୋହର ଏକ ଅଂଶ ହୁଅନ୍ତୁ । ଏହି ସମାରୋହ ତୁମର ଭାଗ୍ୟ ଖୋଲିଯିବ । ଯେ ପର୍ଯ୍ୟନ୍ତ ଆପଣ ଏହି ସମାରୋହରେ ଅଛନ୍ତି ସେହି ପର୍ଯ୍ୟନ୍ତ ଆପଣ ପିଇବା ବନ୍ଦ କରିବେନି ।

ଅଧିକ ସୁନା ପାଇବାକୁ ବିୟର ପିଅନ୍ତୁ, ଧନୀ ହେବା ପାଇଁ ରାଇସ ହ୍ୱିସ୍କି ପିଅନ୍ତୁ । ତୁମେ ଯେତେ ଅଧିକ ପିଅ, ତୁମର ଧନ ସେତେ ବଢିବ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଲୋକମାନେ ଧାର୍ମିକ ନେତାଙ୍କୁ ଠକ ବୋଲି କହୁଛନ୍ତି । କିଛି ଲୋକ କହିଛନ୍ତି ଯେ ଅନୁସରଣକାରୀମାନେ ପ୍ରତାରଣା କରୁଛନ୍ତି, ସେମାନେ ସେମାନଙ୍କର ଟଙ୍କା ହରାଇବା ସହ ଶରୀରର ବି କ୍ଷତି କରିବେ ଏଥିରେ ସନ୍ଦେହ ନାହିଁ ।

ସ୍ଥାନୀୟ ଗଣମାଧ୍ୟମ ସହିତ ଏକ ବାର୍ତ୍ତାଳାପରେ ସେ କହିଛନ୍ତି ଯେ ତାଙ୍କର ଶିକ୍ଷା ଅନ୍ୟ ମହାନ ଶିକ୍ଷକମାନଙ୍କଠାରୁ ମିଳିଥିବା ଶିକ୍ଷା ଉପରେ ଆଧାରିତ । ସମାରୋହରେ ଅଂଶଗ୍ରହଣ କରି ଜଣେ ଧନୀ ହୁଅନ୍ତି ନାହିଁ । ଏହି ସମାରୋହରେ ଲୋକମାନେ ଟଙ୍କା ପାଇଁ କଠିନ ପରିଶ୍ରମ କରିବାକୁ ଉତ୍ସାହିତ ହୁଅନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ