ରାଜ୍ୟ ସ୍ପେଶାଲ ରିପୋର୍ଟ

ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି କୋରାପୁଟ ରେଲୱେ ଷ୍ଟେସନ ଅଞ୍ଚଳ, ନିଜକୁ ସୁରକ୍ଷିତ ମଣୁନାହାନ୍ତି ଯାତ୍ରୀ

କୋରାପୁଟ : କୋରାପୁଟ ରେଲୱେ ଷ୍ଟେସନ ଅଞ୍ଚଳ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ପୁଲିସ୍ ପାଟ୍ରୋଲିଂ ଅଭାବରୁ ସକାଳୁ ରାତି ପର୍ଯ୍ୟନ୍ତ ଷ୍ଟେସନକୁ ଲାଗିଥିବା ବିଭିନ୍ନ ଅଞ୍ଚଳରେ ମଦର ଆସର ଜମୁଛି। ଫଳରେ ରେଲୱେ ‌ଷ୍ଟେସନ ସମେତ ବିଭିନ୍ନ କାମରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ମହିଳା ଓ ଯାତ୍ରୀ ନିଜକୁ ସୁରକ୍ଷିତ ମଣୁନାହାନ୍ତି।

କୋରାପୁଟ ଷ୍ଟେସନର ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଧୂଳିଧୂଷରରେ ପରିପୂର୍ଣ୍ଣ ହୋଇଛି ଷ୍ଟେସନ ପରିବେଶ। ଷ୍ଟେସନ ସମ୍ମୁଖରେ ରହିଥିବା ବରଗଛ ଯାତ୍ରୀଙ୍କ ପାଇଁ ପାଲଟିଛି ଆଶ୍ରୟସ୍ଥଳୀ। ବିଶାଖାପାଟଣା, ଭୁବନେଶ୍ବର, ଜଗଦଲପୁର ସମେତ ଅନ୍ୟ ଅଞ୍ଚଳକୁ ଯାତାୟାତ ପାଇଁ ଯାତ୍ରୀ ଅପେକ୍ଷା କରି ରହୁଛନ୍ତି। ଏହି ଅଞ୍ଚଳରେ ୧୦ରୁ ଅଧିକ ଷ୍ଟଲ ରହିଥିବା ବେଳେ ଏହାର ସମ୍ମୁଖରେ ରହିଛି ଦୁଇ ଚକିଆ ଓ ତିନି ଚକିଆ ଷ୍ଟାଣ୍ଡ। କିଛି ଦୋକାନୀ ବେଆଇନ ଭାବେ ମଦ ବିକ୍ରି କରୁଥିବାରୁ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବଢ଼ୁଛି। ସବୁ ଜାଣି ଜିଆରପି, ରେଲୱେ ପୁଲିସ୍ ଓ କୋରାପୁଟ ଟାଉନ ଥାନା ପୁଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି।

ରେଲୱେ କଲୋନିର ଜି. ରମେଶ କହିଛନ୍ତି, ମଦ୍ୟପଙ୍କ ଉପଦ୍ରବ ଏତେ ପରିମାଣରେ ବଢ଼ିଗଲାଣି ଯେ ପରିବାର ଧରି ଆଖପାଖ ଅଞ୍ଚଳରେ ଚଳପ୍ରଚଳ କରି ହେଉନି। ମଦ୍ୟପାନ ପରେ କାଚ ରାସ୍ତା ଉପରେ ପକାଉଥିବାରୁ ଯାତାୟାତ ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୁଲିସ୍, ପ୍ରଶାସନ ଓ ରେଲୱେ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟିଦେବାକୁ ଦାବି ‌ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।