ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମଦପିଇ ମାତାଲ ହୋଇ ସ୍କୁଲରେ ଗଡୁଛନ୍ତି ଶିକ୍ଷକ, ଭିଡିଓ ଭାଇରାଲ

ସୁନ୍ଦରଗଡ ୩୦/୦୯: ବିଦ୍ୟାଳୟକୁ କୁହାଯାଏ ଶିକ୍ଷାର ମନ୍ଦିର । ପିଲାମାନେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଏଠାକୁ ଆସିଥାନ୍ତି । କିନ୍ତୁ ଯଦି ପାଠ ପଢାଉଥିବା ସାର୍ ନିଶାରେ ରହିବେ ତେବେ ପିଲାଙ୍କୁ ପାଠ ପଢାଇବ କିଏ ? ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଯେଉଁଠି ଶିକ୍ଷକ ମଦ ପିଇ ଆସନ୍ତି ଓ କ୍ଲାସ ରୁମରେ ଶୋଇପଡନ୍ତି । ଖାଲି ସେତିକି ନୁହେଁ ପିଲାମାନଙ୍କୁ ବାଡେଇବା ସହ ଗାଳି ବି ଦିଅନ୍ତି ।

ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ କୁଲାବିରା କିଶାନ ପଡା ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟର ଶିକ୍ଷକ ପ୍ରଦୀପ କୁମାର ପଟେଲ ଗତକାଲି ମଦ୍ୟପାନ କରି ସ୍କୁଲକୁ ଆସିବା ପରେ ପିଲାଙ୍କୁ ପଢାଇବେ କଣ ତଳେ ଶୋଇପଡିଥିଲେ । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଘଟଣା କେବଳ ଗୋଟିଏ ଦିନର ନୁହେଁ ପ୍ରାୟ ସବୁ ସମୟରେ ଶିକ୍ଷକ ଜଣକ ଏଭଳି ମାତାଲ ଅବସ୍ଥାରେ ବିଦ୍ୟାଳୟକୁ ଆସିଥାନ୍ତି । ପିଲାଙ୍କୁ ମାଡପିଟ ମଧ୍ୟ କରିଥାନ୍ତି । ଏପରିକି ବିଦ୍ୟାଳୟର ସହ ଶିକ୍ଷୟତ୍ରୀଙ୍କୁ ଅନେକ ସମୟରେ ଗାଳିଗୁଳଜ ମଧ୍ୟ କରିଥାନ୍ତି ।

ତେବେ ଗତକାଲି ଶିକ୍ଷକ ଜଣକ ଏଭଳି ମଦ ପିଇ ଶୋଇଥିବା ବେଳେ ତାଙ୍କ ପୁଅ ଖବର ପାଇ ବିଦ୍ୟାଳୟକୁ ଆସିଥିଲେ ଏବଂ ନିଜ ବାପାକୁ ଉତ୍ତମ ମଧ୍ୟମ ଦେଇ ଘରକୁ ନେଇ ଯାଇଥିଲେ । ତେବେ ଏସମ୍ପର୍କରେ ସଂପୃକ୍ତ ଶିକ୍ଷକ କିମ୍ବା ଶିକ୍ଷା ବିଭାଗର ଅଧିକାରୀ ପ୍ରତିକ୍ରିୟା ବର୍ତ୍ତମାନ ମିଳିପାରିନାହିଁ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି