ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଣିପୁରରେ ତେଜିଲା ହିଂସାତ୍ମକ ଆନ୍ଦୋଳନ: ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଡିସି ଅଫିସ ଭଙ୍ଗାରୁଜା

ଇମ୍ପାଲ: ମଣିପୁରରେ ୨ ଛାତ୍ରଙ୍କ ହତ୍ୟା ଘଟଣାକୁ ବିରୋଧ କରି ପୁଣିଥରେ ହିଂସା ଓ ଆନ୍ଦାଳନ ତେଜିଛି। ଗୁରୁବାର ସକାଳେ ଅନେକ ସଂଖ୍ୟାରେ ଆନ୍ଦୋଳନରତ ଛାତ୍ର ଏବଂ ଜନତା ଇମ୍ଫାଲ ପଶ୍ଚିମରେ ଡିସି (ଡେପୁଟି କମିସନର) ଅଫିସ ଭଙ୍ଗାରୁଜା କରିଛନ୍ତି ଏବଂ ୨ଟି ୪ ଚକିଆ ଗାଡ଼ି ଜାଳି ଦେଇଛନ୍ତି। ବିଭିନ୍ନ ଛାତ୍ର ସଂଗଠନ ଦ୍ବାରା ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଛି। ଗତରାତିରେ ଆନ୍ଦୋଳନକାରୀମାନେ ଉରିପକ୍‌, ୟେସକୁଲ, ସାଗୋଲବନ୍ଦ୍‌ ଏବଂ ତେରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ କରିଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲୁହବୁହା ଗ୍ୟାସ ସେଲ୍‌ ପ୍ରୟୋଗ କରିଥିଲା। ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଇମ୍ଫାଲ ପୂର୍ବ ଏବଂ ପଶ୍ଚିମରେ ଣିଥରେ କର୍ଫ୍ୟୁ ଫେରିଛି। ଇତିମଧ୍ୟରେ ଥୌବାଲ ଜିଲ୍ଲାର ଖୋଙ୍ଗଜାମରେ ବିଜେପି ଅଫିସ୍‌ରେ ନିଆଁ ଲଗାଇ ଦିଆଯାଇଛି। ମଣିପୁର ପୁଲିସ ଏକ ବିବୃତି ଜାରି କରି କହିଛି ଯେ ବିଶୃଙ୍ଖଳ ଜନତା ଏକ ପୁଲିସ ଗାଡ଼ିକୁ ଟା‌ର୍ଗେଟ୍‌ କରି ଜାଳି ଦେଇଛନ୍ତି। ଏଭଳି ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ‌ହେବ ବୋଲି ପୁଲିସ ଚେତାବନୀ ଦେଇଛି। ତେବେ ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେବାରୁ ୨ ଦିନ ମଧ୍ୟରେ ୧୫୦ରୁ ଅଧିକ ଛାତ୍ର ଆହତ ହେଲେଣି। ଇତିମଧ୍ୟରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ଶାନ୍ତି ରକ୍ଷା ପାଇଁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।

‌ତେବେ ମଣିପୁରରେ ହିଂସା ଉଗ୍ର ରୂପ ନେବାରୁ ସ୍ଥିତି ସମ୍ଭାଳିବାପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଶ୍ରୀନଗରର ଜଣେ ବରିଷ୍ଠ ପୁଲିସ ଅଫିସର ରାକେଶ ବଲୱାଲଙ୍କୁ ମଣିପୁର ଫେରାଇ ଆଣିଛନ୍ତି। ଆଇନ ଶୃଙ୍ଖଳା ସ୍ଥିତି ପାଇଁ ମଣିପୁରରେ ଆଉ ୨ ଅଧିକାରୀଙ୍କୁ ଦାୟିତ୍ବ ଦେବାପାଇଁ ଗୃହ ମନ୍ତ୍ରାଳୟ ପ୍ରସ୍ତାବ ଦେଇଥିଲେ। ଆଜି କ୍ୟାବିନେଟ ନିଯୁକ୍ତି କମିଟି ଏହି ପ୍ରସ୍ତାବକୁ ସ୍ବୀକୃତି ପ୍ରଦାନ କରିଛନ୍ତି। ମଣିପୁରରେ ହିଂସା‌ ଓ ଆନ୍ଦୋଳନ ବଢ଼ିବାରୁ ରାଜ୍ୟରେ ପୁଣିଥରେ ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଉଲ୍ଲେଖଯୋଗ୍ୟ, ଜୁଲାଇରୁ ନିଖୋଜ ଥିବା ୨ ଛାତ୍ରଙ୍କୁ ହତ୍ୟାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ମଣିପୁରରେ ପୁଣିଥରେ ହିଂସା ଓ ଆନ୍ଦୋଳନ ତେଜିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ