ଦେଶ ବିଦେଶ

ମଣିପୁରରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଛି: କେନ୍ଦ୍ରମନ୍ତ୍ରୀ ଆର୍‌କେ ରଂଜନ ସିଂହ

ଇମ୍ଫାଲ : ଇମ୍ଫାଲରେ ବିଦେଶ ରାଷ୍ଟ୍ରମନ୍ତ୍ରୀ ଆରକେ ରଂଜନ ସିଂହଙ୍କ ଘରକୁ ଦଙ୍ଗାକାରୀମାନେ ଜାଳିଦେବା ପରେ ମନ୍ତ୍ରୀ ଉକ୍ତ ଘଟଣା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରଂଜନ ସିଂହ କହିଛନ୍ତି, ମଣିପୁରରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଛି। ଦଙ୍ଗାକାରୀମାନେ ଗୋଟିଏ ପରେ ଗୋଟିଏ ଭୟାନକ ହିଂସା ରଚାଉଛନ୍ତି। ମନ୍ତ୍ରୀ କହିଛନ୍ତି, ମୁଁ ଭଗବାନଙ୍କ ଉପରେ ଆସ୍ଥା ରଖି ଏହି ଘର ନିର୍ମାଣ କରିଥିଲି। କିନ୍ତୁ ମୋ ଘରକୁ କାହିଁକି ଟାର୍ଗେଟ୍‌ କରାଗଲା ତାହା ମୁଁ ବୁଝିପାରୁନି। ସେମାନେ ମୋ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗ‌ିଦେବାକୁ ‌ଏବଂ ଧ୍ବଂସ କରିଦେବାକୁ ଚେଷ୍ଟା କରିଛନ୍ତି। ମୁଁ ମୋ ରାଜ୍ୟର ଲୋକମାନଙ୍କଠାରୁ ଏଭଳି ଆଚରଣ କେବେ ଆଶା କରିନଥିଲି। ଏଭଳି ପୁଣିଥରେ ନହେବାପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛି।

ମନ୍ତ୍ରୀ କହିଛନ୍ତି, ତାଙ୍କ ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇବା ସମୟରେ ଅଗ୍ନି ନିର୍ବାପକ ଦଳ ବି ଉକ୍ତ ସ୍ଥାନକୁ ପଶି ପାରିଲେନି। କାରଣ ସେମାନେ ସବୁଆଡ଼ୁ ରାସ୍ତା ବନ୍ଦ କରିଦେଇଥିଲେ। ତେବେ ସେମାନେ କାହିଁକି ଏହି ଆକ୍ରମଣ କରିଛନ୍ତି ତାହା ମୁଁ ଜାଣିନି। ଏହାର କିଛି କାରଣ ନାହିଁ। ଏହି ସମଗ୍ର ପ୍ରକ୍ରିୟାରେ ମୁଁ କେବଳ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରୁଛି। ମଣିପୁରରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ବିଫଳ ହୋଇଛି। ସରକାର ଶାନ୍ତି ରକ୍ଷା କରିପାରୁନାହାନ୍ତି। ସେଥିପାଇଁ କେନ୍ଦ୍ରୀୟ ବାହିନୀ ମୁ୍ତୟନ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ