ଅପରାଧ ରାଜ୍ୟ

ମଝିଗାଁ ୱାର୍ଡ଼ରେ ନବବଧୂର ମୃତ୍ୟୁ, ଯୌତୁକ ପାଇଁ ଝିଅକୁ ମାରିଦେଇଥିବା କହିଲେ ବାପଘର

ଚାନ୍ଦବାଲି ୦୬/୦୮: ଚାନ୍ଦବାଲି ଥାନା ଅଧିନ ଏନ ଏ ସି ମଝିଗାଁ ୱାର୍ଡ଼ରେ ଏକ ବଧୂହତ୍ୟା ଅଭିଯୋଗ ହୋଇଛି । ବାଂଶଡ଼ା ଥାନା ଅଧିନ ଚରଦିଆ ଗାଁର ବିଦ୍ୟାଧର ମହାଳିକଙ୍କ ଝିଅ ପୁଷ୍ପାଞ୍ଜଳୀ ମହାଳିକ ମଝିଗାଁ ୱାର୍ଡ଼ରେ ବିଜୟ ମହାଳିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ।

ଯୌତୁକ ଓ ପାରିବାରିକ କଳହ ପାଇଁ ଝିଅ ପୁଷ୍ପାଞ୍ଜଳୀଙ୍କୁ ମାରିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ପୁଷ୍ପାଞ୍ଜଳୀଙ୍କ ବାପା ବିଦ୍ୟାଧର ମହାଳିକ । ତେବେ ଖବର ପାଇ ଚାନ୍ଦବାଲି ଥାନାଧିକାରୀ ଓ ପୋଲିସ ଟିମ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।