ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ମଙ୍ଗଳ ଗ୍ରହରୁ ଶିଳା ନମୁନା ଆଣିବାକୁ ‘ନାସା’ର ଉଦ୍ୟମ

ନୂଆଦିଲ୍ଲୀ : ପ୍ରଥମ କରି ମଙ୍ଗଳ ଗ୍ରହରୁ ଶିଳା ନମୁନା ଆଣିବାକୁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ଉଦ୍ୟମ କରିଛି। ଏ ନେଇ ‘ନାସା’ ପକ୍ଷରୁ ଗତ ନଭେମ୍ବର ୧୦ରେ ଏକ ଘୋଷଣା କରାଯାଇଥିଲା। ମଙ୍ଗଳ ଗ୍ରହରୁ ଶିଳା ନମୁନା (ଏମ୍‌ଏସ୍‌ଆର୍‌) ଆଣିବାକୁ ବୈଜ୍ଞାନିକମାନେ ପ୍ରସ୍ତୁତ ବୋଲି ‘ନାସା’ ପକ୍ଷରୁ ପ୍ରକାଶ ପାଇଛି। ମଙ୍ଗଳ ଗ୍ରହରୁ ଶିଳା ନମୁନା ଆଣିବା ପରେ ଏହା ଉପରେ ଅଧିକ ଗବେଷଣା କରାଯିବ ବୋଲି ‘ନାସା’ କହିଛି।

ମଙ୍ଗଳ ଗ୍ରହରୁ ଶିଳା ନମୁନା ଆଣିବାକୁ ଆମ ବୈଜ୍ଞାନିକମାନେ ପ୍ରସ୍ତୁତ ବୋଲି ‘ନାସା’ ଟ୍ବିଟ୍‌ କରି ଜଣାଇଛି। ସେହିଭଳି ମଙ୍ଗଳ ଗ୍ରହରୁ ଆଣିବାକୁ ଥିବା ଶିଳା ନମୁନା ଉପରେ ଉଚ୍ଚତର ଗବେଷଣା ପାଇଁ ‘ନାସା’ ସ୍ବତନ୍ତ୍ର ଭାବେ ଏକ ସମୀକ୍ଷା ବୋର୍ଡ ‘ଏମ୍‌ଏସ୍‌ଆର୍‌ଆଇଆର୍‌ବି’ ଗଠନ କରିଛି। ଏହା ୟୁରୋପୀୟ ମହାକାଶ ସଂସ୍ଥା (ଏଏସ୍‌ଏ) ସହ ମିଳିତ ଭାବେ ମଙ୍ଗଳରୁ ଆସିବାକୁ ଥିବା ଶିଳା ନମୁନା ଉପରେ ଗବେଷଣା ଜାରି ରଖିବ । ଗତ ଜୁଲାଇରେ ‘ନାସା’ ପଠାଇଥିବା ରୋଭର ଏବେ ମଙ୍ଗଳ ଗ୍ରହର ନିକଟତର ହେଉଛି। ଆଗାମୀ ଦିନରେ ଏହା ମଙ୍ଗଳ ଗ୍ରହ ସମ୍ପର୍କରେ ତଥ୍ୟ ଠୁଳ କରିବ ଏବଂ ଏସବୁକୁ ପୃଥିବୀକୁ ପଠାଇବ ବୋଲି ‘ନାସା’ କହିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ