ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମଙ୍କି ପକ୍ସକୁ ନେଇ ବଢ଼ିଲା ଚିନ୍ତା, ଛୋଟ ପିଲାଙ୍କ ପାଇଁ ହୋଇପାରେ ଘାତକ: ୨୧ ଦେଶରେ ୨୨୬ ମାମଲା

ନୂଆଦିଲ୍ଲୀ ୨୯/୦୫ : ଭାରତରେ ଚିହ୍ନଟ ହେଲା ଓମିକ୍ରନର ଭାରିଆଣ୍ଟ B.A-4 ଓ B.A-5 ଆଉ କିଛି ମାମଲା । ମହାରାଷ୍ଟ୍ର ପୁଣେରୁ B.A-4 ର ୪ଟି ମାମଲା ଓ B.A-5 ର ୩ଟି ମାମଲା ଚିହ୍ନଟ ହୋଇଛି । ଏହି ୭ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ୩ ଜଣ ମହିଳା । ରାଜ୍ୟରେ ପ୍ରଥମ ଥର ଏସବୁ ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଚିହ୍ନଟ ବ୍ୟକ୍ତିମାନଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ରହିଛି ଓ ସମସ୍ତେ ଘରେ ଚିକିତ୍ସିତ ହେଉଛନ୍ତି । ଗତ ୨୦ ତାରିଖରେ ଭାରତର ପ୍ରଥମ B.A-4 ମାମଲା ହାଇଦ୍ରାବାଦରେ ଚିହ୍ନଟ ହୋଇଥିଲା । B.A-4 ସବ୍-ଭାରିଆଣ୍ଟ ଗତ ଜାନୁଆରି ୧୦ ରେ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋରେ ଚିହ୍ନଟ ହୋଇଥିଲା ।

ସେହିପରି B.A-5 ସବ୍-ଭାରିଆଣ୍ଟ ଫେବ୍ରୁଆରି ୨୫ରେ ଦକ୍ଷିଣ ଆଫ୍ରିକାର କ୍ବାଜୁଲୁ ନାଟାଲଠାରେ ପ୍ରଥମ ଥର ଚିହ୍ନଟ ହୋଇଥିଲା । ଏହା ପରେ ଏହି ୨ଟି ସବ୍-ଭାରିଆଣ୍ଟ ବିଶ୍ବର ଅନେକ ଦେଶରେ ପହଞ୍ଚି ସାରିଲାଣି । ଏପରିକି ନିକଟରେ କେତେକ ଦେଶରେ ବଢ଼ି ଚାଲିଥିବା ସଂକ୍ରମଣ ପଛରେ ଏହି ୨ଟି ସବ୍-ଭାରିଆଣ୍ଟ ରହିଛି ବୋଲି କୁହାଯାଉଛି । ଏହି ସବ୍-ଭାରିଆଣ୍ଟ କମ ମାରାତ୍ମକ ହେଲେ ବି ଅଧିକ ସଂକ୍ରାମକ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ