କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ

ମକର ସଂକ୍ରାନ୍ତିରେ ଗଙ୍ଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ: ପବିତ୍ର ଗଙ୍ଗା ସ୍ନାନ ସହ ଆରମ୍ଭ ହେଲା କୁମ୍ଭ

ନୂଆଦିଲ୍ଲୀ ୧୪/୦୧ : ଆଜି ସାରା ଦେଶରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଉଛି। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ଅନେକ ମହତ୍ତ୍ୱ ରହିଛି। ମକର ସଂକ୍ରାନ୍ତି ବର୍ଷର ପ୍ରଥମ ପର୍ବ। ଏହି ଦିନକୁ ସାରା ଦେଶରେ ପାଳନ କରାଯାଇଥାଏ। ଦେଶର ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତିର ବିଭିନ୍ନ ନାଁ ରହିଛି। ମକର ସଂକ୍ରାନ୍ତିରେ ଗଙ୍ଗା ତଥା ପବିତ୍ର ନଦୀରେ ସ୍ନାନର ପରମ୍ପରା ରହିଛି। ମକର ସଂକ୍ରାନ୍ତିର ପବିତ୍ର ସ୍ନାନ ସହ କୁମ୍ଭ ମେଳା ମଧ୍ୟ ଆରମ୍ଭ ହୋଇଛି। ହାଡଭଙ୍ଗା ଶୀତରେ ହଜାର ହଜାର ଶ୍ରଦ୍ଧାଳୁ ହରିଦ୍ୱାର, ଗଙ୍ଗାସାଗର ସମେତ ବିଭିନ୍ନ ସ୍ଥାନରେ ଗଙ୍ଗା ନଦୀରେ ଆସ୍ଥା ବୁଡ଼ ଦେଇଛନ୍ତି। ମକର ସଂକ୍ରାନ୍ତିରେ ଗଙ୍ଗା ସ୍ନାନର ଅନେକ ମହତ୍ତ୍ୱ ରହିଛି।


ପଶ୍ଚିମବଙ୍ଗ କୋଲକାତାରେ ଶ୍ରଦ୍ଧାଳୁ ମକର ସଂକ୍ରାନ୍ତି ଅବସରରେ ଗଙ୍ଗା ନଦୀରେ ସ୍ନାନ ଓ ପୂଜା କରିଛନ୍ତି। ଉତ୍ତର ଭାରତରେ ଗୁରୁବାର ଦିନ ହାଡଭଙ୍ଗା ଶୀତ ପଡିଛି। ତଥାପି ଶହ ଶହ ଶ୍ରଦ୍ଧାଳୁ ହରିଦ୍ୱାରରେ ଗଙ୍ଗା ସ୍ନାନ କରିଛନ୍ତି। ମକର ସଂକ୍ରାନ୍ତି ଅବସରରେ ବାରାଣାସୀରେ ମଧ୍ୟ ଶ୍ରଦ୍ଧାଳୁ ଗଙ୍ଗା ସ୍ନାନ କରିଛନ୍ତି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରେ ମକର ସଂକ୍ରାନ୍ତି ପୂଜା କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ