ଦେଶ ବିଦେଶ ସ୍ୱାସ୍ଥ୍ୟ

ଭ୍ୟାକ୍ସିନ୍ ଲଗାନ୍ତୁ ଉପହାର ନିଅନ୍ତୁ: ଟିକାକରଣ ବୃଦ୍ଧି ପାଇଁ ଲାଗୁହେଲା ଏହି ନିୟମ, ଜାଣନ୍ତୁ କେଉଁଠି

ଦେଶରେ କରୋନା ବିପକ୍ଷରେ ଟିକାକରଣ ଅଭିଯାନ ଦ୍ରୁତଗତିରେ ଆଗେଇ ଚାଲିଛି । ବିଗତ କିଛି ଦିନ ଧରି ସଂକ୍ରମଣରେ ହ୍ରାସ ଘଟିଥିବା ଦେଖାଯାଇଛିି । ସମସ୍ତ ଜନସାଧାରଣଙ୍କୁ ଟିକାକରଣ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଚାଲିଛି । ଏହି ସମୟରେ ମଧ୍ୟପ୍ରଦେଶରେ ଏକ ନିୟମ ଲାଗୁ କରାଯାଇଛି । ଲୋକମାନେ ଟିକାନେଲେ ଉପହାର ଦିଆଯିବ । ଟିକାକରଣ ଗତିକୁ ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।

ରାଜ୍ୟର ବୈତୁଲ ଅଞ୍ଚଳରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ଆଣ୍ଡ୍ରଏଡ ମୋବାଇଲ ଫୋନ, ଟର୍ଚ୍ଚ, ଛତା, କମ୍ବଳ ଆଦି ଉପହାର ଦିଆଯାଉଛି । ତେବେ ଲକି ଡ୍ର ମାଧ୍ୟମରେ ଲୋକଙ୍କ ମଧ୍ୟରେ ବିଜେତାଙ୍କୁ ବଛାଯିବ । ଏହି ଯୋଜନା ଗତ ୧୭ ତାରିଖଠାରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଟିକାକରଣ ଅଭିଯାନକୁ ଆଗେଇ ନେବା ପାଇଁ ବୈତୁଲର ଜିଲ୍ଲାପାଳ କିଛି ସମାଜସେବୀଙ୍କ ସହଯୋଗରେ ଏହି ଯୋଜନା ପ୍ରସ୍ତୁତ କରିଛନ୍ତି । ଜିଲ୍ଲାରେ ୪୦୦ରୁ ଅଧିକ ଟିକାକେନ୍ଦ୍ରରେ କୋଭିଡର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ଗତ ୧୫ ତାରିଖ ମଧ୍ୟରେ ଜିଲ୍ଲାରେ ପ୍ରାୟ ୮ ଲକ୍ଷ ୧୦ ହଜାର ପ୍ରଥମ ଓ ଦୁଇ ଲକ୍ଷ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ