ରାଜନୀତି ରାଜ୍ୟ

ଭୋଟ କେନ୍ଦ୍ରରେ ମା’ ,ପାଣିରେ ବୁଡିିଗଲା ଝିଅ । ରାଜନଗରରେ ଘଟିଛି ଦୁଃଖଦ ଘଟଣା ।

ମତଦାନ ଭିତରେ ଏକ ଦୁଃଖଦ ଖବର ସାମନାକୁ ଆସିଛି । ମା’ ଭୋଟ ଦେବାକୁ ଯାଇଥିବାବେଳେ ପାଣିରେ ବୁଡିଯାଇ ପ୍ରାଣ ହରାଇଲା କୁନି ଝିଅ । କେନ୍ଦ୍ରାପଡା ରାଜକନିକା ପ୍ରହରାଜପୁରରେ ଘଟିଛି ଏଭଳି ଅଘଟଣ ।

ସୂଚନା ମୁତାବକ, ପ୍ରହରାଜପୁର କାର୍ତ୍ତିକ ପ୍ରଧାନଙ୍କ ୫ ବର୍ଷର ଝିଅ ସରସ୍ୱତୀ ପ୍ରଧାନଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି । ଦିନ ୧୨ଟା ବେଳେ ମଞ୍ଜୁଲତା ପ୍ରଧାନ ଝିଅକୁ ଘରେ ଛାଡି ଭୋଟ ଦେବାକୁ ଯାଇଥିଲେ । ଭୋଟ ଦେଇ ଆସି ଘରେ ଖୋଜିଲା ବେଳକୁ ଝିଅକୁ ପାଇନଥିଲେ । ଦୀର୍ଘ ସମୟ ପରେ ଝିଅ ସରାସ୍ୱତୀ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ । ଉଦ୍ଧାର କରି ଝିଅକୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ବି ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର