ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭୋଗ ଖାଇ ଗୋଟିଏ ପରିବାରର ୬ରୁ ଅଧିକ ଅସୁସ୍ଥ, ୪ ଜଣଙ୍କ ଅବସ୍ଥା ଗୁରୁତର

ଉଦଳା ୬।୧୧: ଘରେ ହୋଇଥିବା ସତ୍ୟନାରାୟଣ ପୂଜାର ଭୋଗ ଖାଇ ଗୋଟିଏ ପରିବାରର ୬ ଜଣରୁ ଅଧିକ ଅସୁସ୍ଥ ହୋଇଛନ୍ତି । ଗୁରୁତର ୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ସୋଲଗଡିଆ ଗ୍ରାମର ବାବୁରାମ ସେଠୀଙ୍କ ଘରେ ବୁଧବାର ସତ୍ୟନାରାୟଣ ପୂଜା ହୋଇଥିଲା । ସନ୍ଧ୍ୟାରେ ସମସ୍ତେ ସତ୍ୟନାରାୟଣ ପୂଜା ଭୋଗ ଖାଇ ଶୋଇଥିବା ବେଳେ ଗତକାଲି ସକାଳ ସମୟରୁ ପରିବାରର ୬ ଜଣରୁ ଅଧିକଙ୍କ ଶରୀର ଅସୁସ୍ଥ ହେବାକୁ ଲାଗିଥିଲା ।

ଗୁରୁବାର ସନ୍ଧ୍ୟା ସମୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପ୍ରଥମେ ଶାଳଚୁଆ ଡାକ୍ତରଖାନା ଏବଂ ଶୁକ୍ରବାର ସକାଳୁ ଉଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗୁରୁତର ୪ ଜଣ ସତ୍ୟନାରାୟଣ ପୂଜା ଭୋଗ ଖାଇବା ପରେ ସେମାନଙ୍କ ମୁଣ୍ଡ ବିନ୍ଧିବା ସହିତ ଝାଡା ହୋଇଥିଲା । ଏପରିକି ଜ୍ବର ମଧ୍ୟ ଆସିଥିଲା । ତେବେ ଏହି ଗୁରୁତର ୪ ଜଣ ଏବେ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ