ରାଜ୍ୟ

ଭୋଗରାଇ ନିର୍ବାଚନମଣ୍ଡଳୀ: ଏବେ ନୁହେଁ ତ କେବେ ନୁହେଁ!

ଭୋଗରାଇ: ୨୪ ମହାସମର ପାଇଁ ତାରିଖ ଘୋଷଣା ପରେ ବି ଭୋଗରାଇ ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀଙ୍କୁ ନେଇ ଅଙ୍କ ଛିଣ୍ଡୁନି। କାରଣ, ତିନି ପ୍ରମୁଖ ଦଳରେ ଏକାଧିକ ଆଶାୟୀ ଥିବାବେଳେ ସମସ୍ତେ ନିଜ ନିଜର ସଙ୍ଗଠନ ଜରିଆରେ ସମର୍ଥନ ଜୁଟାଇବାରେ ଲାଗି ପଡ଼ିଛନ୍ତି। ଏଭଳି ପରିସ୍ଥିତିରେ କାହା ଭାଗରେ ଟିକେଟ୍‌ ପଡ଼ିବ ଓ କାହାର କଟିବ, ତାକୁ ନେଇ ସମସ୍ତେ ସନ୍ଦିହାନ ଥିଲେ ମଧ୍ୟ କେହି ଆଶା ଛାଡ଼ିନାହାନ୍ତି। ଜୁନ୍‌ ୧ ତାରିଖରେ ବାଲେଶ୍ୱର ଜିଲ୍ଲାର ୮ଟିଯାକ ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ। ଭୋଗରାଇ ନିର୍ବାଚନମଣ୍ଡଳୀରୁ ଏଥର ଦଳୀୟ ଚିହ୍ନରେ ନିର୍ବାଚନ ଲଢ଼ିବା ପାଇଁ ବିଜେପି, ବିଜେଡି ଓ କଂଗ୍ରେସରୁ ସଂଖ୍ୟାଧିକ ପ୍ରାର୍ଥୀ ଲବିରେ ରହିଛନ୍ତି। ମେଣ୍ଟ ହେଉ କି ନ ହେଉ; ସେଥିରେ କାହାର ପରବାୟ ନାହିଁ। ‘ଏବେ ନୁହେଁ ତ କେବେ ନୁହେଁ’ ଆଶାରେ ବିଜେପିରୁ ପୂର୍ବତନ ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ପୂର୍ବତନ ପ୍ରଶାସନିକ ଅଧିକାରୀ ପରେଶ କୁମାର ନାୟକ, ସାଂସଦଙ୍କ ପ୍ରତିନିଧି ଆଶିଷ କୁମାର ମହାନ୍ତି, ବରିଷ୍ଠ ନେତା ସଞ୍ଜୀବ କୁମାର ସାହୁ, ମାନସ ରଞ୍ଜନ ମହାନ୍ତି, କୌଶିକ ଚାନ୍ଦ, ଶକ୍ତିପଦ ପାଣ୍ଡେ, ସୁନୀଲ କର ପ୍ରମୁଖ ଦଳୀୟ ଟିକେଟ୍‌ ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି।

ସେହିପରି ବିଜେଡିରୁ ବର୍ତ୍ତମାନର ବିଧାୟକ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସ, ଦଳର ରାଜ୍ୟ ମୁଖପାତ୍ର ତଥା ଭୋଗରାଇର ପୂର୍ବତନ ବିଧାୟକ ସ୍ବର୍ଗତ ଦୁର୍ଗାଶଙ୍କର ଦାସଙ୍କ ପୁଅ ଗୌତମବୁଦ୍ଧ ଦାସ, ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସରୋଜଦାସ ମଜୁମଦାର, ଜିଲ୍ଲା ପରିଷଦର ପୂର୍ବତନ ସଭାପତି ନିବେଦିତା ମହାନ୍ତି, ସମାଜସେବୀ ବିଦୁବେନ୍ଦୁ ପାତ୍ର, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଗଣପତି ଗିରି, ବରିଷ୍ଠ ଆଇନଜୀବୀ ଭୁବନାନନ୍ଦ ଦାସ ପ୍ରମୁଖ ଟିକେଟ୍‌ ଦୌଡ଼ରେ ରହିଛନ୍ତି। କଂଗ୍ରେସର ତାଲିକା ଯଦିଓ ଲମ୍ବା ନୁହେଁ, ହେଲେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ ପ୍ରଥମ ଦାବିଦାର ଅଛନ୍ତି। ଏହାଛଡ଼ା ଭୋଗରାଇ ବ୍ଲକ୍‌ କଂଗ୍ରେସର ସଭାପତି ଆଶିଷ ପାତ୍ର ଓ ୩୩ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା ମଧ୍ୟ କଂଗ୍ରେସ ଟିକେଟ୍‌ ପାଇବାକୁ ଆଶା ବାନ୍ଧିଛନ୍ତି। ପ୍ରାର୍ଥୀ ଚୂଡ଼ାନ୍ତ ପାଇଁ କଂଗ୍ରେସ ଦଳରେ ବିଶେଷ ସମସ୍ୟା ନଥିଲେ ମଧ୍ୟ ବିଜେପି ଓ ବିଜେଡିରେ ଲମ୍ବା ତାଲିକା ଶୀର୍ଷ ନେତୃତ୍ବଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଅନ୍ୟପକ୍ଷରେ, ବାର୍ଦ୍ଧକ୍ୟ କାରଣରୁ ବର୍ତ୍ତମାନର ବିଧାୟକ ଅନନ୍ତ ଦାସଙ୍କୁ ଏଥର ବିରାମ ଦେବ ଦଳ। ଏଭଳି ପରିସ୍ଥିତିରେ ଏଠାରୁ ଯୁବ ଓ ନୂଆ ଚେହେରାକୁ ଦଳ ଗୁରୁତ୍ବ ଦେବ ବୋଲି ଚର୍ଚ୍ଚା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।