ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଭୋଗରାଇରେ ବ୍ୟାପିଲା ଡେଙ୍ଗୁ, ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି

ଭୋଗରାଇ ୨୧/୧୦: ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବ୍ୟାପିଲା ଡେଙ୍ଗୁ । ବ୍ଲକର ଅନ୍ୟତମ ଉପାନ୍ତ ପଞ୍ଚାୟତ ନାରାୟଣ ମହାନ୍ତି ପଡ଼ିଆରେ ବେଶ କିଛିଦିନ ହେବ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୧୦ରୁ ଅଧିକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦ରୁ ଅଧିକ ବାଲେଶ୍ୱର, କଟକ ଓ ଭୁବନେଶ୍ଵରରେ ଚିକିତ୍ସାଧୀନ ଅଛନ୍ତି ।

ଏଥିପାଇଁ ପଞ୍ଚାୟତବାସୀଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି । ହେଲେ ସ୍ୱାସ୍ଥ୍ୟ ବିଭାଗର ଏଥିପ୍ରତି ନିଘା ନାହିଁ । ତେଣୁ ତୁରନ୍ତ ଏକ ଡାକ୍ତରୀଦଳ ଗାଁକୁ ଆସି ଲୋକଙ୍କୁ ସଚେତନ କରିବା ସହ ଏହାର ନିରାକରଣ ନିମନ୍ତେ ପଦକ୍ଷେପ ନେବାକୁ ଦାବି ହୋଇଛି । ଏହାସହ ଆହୁରି କୁହାଯଇଛି, ଯେଉଁଠି ଡେଙ୍ଗୁ ବ୍ୟାପିଛି, ସେଠାରେ ଆଶା, ଅଙ୍ଗନବାଡି କର୍ମୀ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରିବା ଓ ପରିବେଶକୁ ସଫାସୁତୁରା ରଖାଯିବାକୁ ନିବେଦନ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ