ରାଜ୍ୟ

ଭୂୟାଁ ଜୁଆଙ୍ଗ ପିଢ଼ରେ ମାଳମାଳ ଡାକ୍ତର, ବିଡିଓ! ନାମକରଣକୁ ନେଇ ଚର୍ଚ୍ଚାରେ ଆଦିବାସୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଭୂୟାଁ ଜୁଆଙ୍ଗ ପିଢ଼ରେ ଅଛନ୍ତି ମାଳମାଳ ଡାକ୍ତର, ବିଡିଓ, ଓକିଲ ଓ ତହସିଲଦାର। କେନ୍ଦୁଝର ଜିଲ୍ଲାର ସବୁଠୁ ପଛୁଆ ଅଞ୍ଚଳ ଭାବେ ପରିଚିତ ଭୂୟାଁ ଜୁଆଙ୍ଗ ପିଢ଼ରେ କିଭଳି ଏତେସଂଖ୍ୟାରେ ସରକାରୀ ଅଧିକାରୀ ବାହାରିଲେ, ତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ। କିନ୍ତୁ ବାସ୍ତବରେ ଏମାନେ ପେସାରେ ଡାକ୍ତର କିମ୍ବା ବିଡିଓ ନୁହନ୍ତି। ଏଠାରେ ଲୋକଙ୍କ ନାମକରଣ ଏଭଳି କରାଯାଉଛି। ଏହି ଆଦିବାସୀ ଅଞ୍ଚଳରେ ବାପା-ମା’ ନିଜ ପିଲାଙ୍କୁ ବଡ଼ ଅଫିସର୍‌ ଭାବେ ସମ୍ବୋଧନ କରିବା ଲକ୍ଷ୍ୟରେ ଏଭଳି ନାମ ଦେଇଥାନ୍ତି।

ଭୂୟାଁ ଜୁଆଙ୍ଗ ପିଢ଼ରେ ଆଦିମ ଜୁଆଙ୍ଗ ଜନଜାତି ଓ ଆଦିବାସୀ ଭୂୟାଁମାନେ ବାସ କରିଥାନ୍ତି। ଏହାଛଡ଼ା ଏଠା‌ରେ ସାନ୍ତାଳ, କୋହ୍ଲ ସମ୍ପ୍ରଦାୟର ଲୋକେ ମଧ୍ୟ ରହି ଆସୁଛନ୍ତି। ଏହି ଅଞ୍ଚଳକୁ ଯେଉଁ ଅଧିକାରୀମାନେ ନିୟମିତ ଯାଇଥାନ୍ତି, ସେମାନଙ୍କ ପଦବିକୁ ଲୋକେ ମନେ ରଖଥାନ୍ତି। ବିଶେଷକରି ଡାକ୍ତର, ବିଡିଓ କିମ୍ବା ତହସିଲଦାର ପଦବି ଅତ୍ୟନ୍ତ ସମ୍ମାନସ୍ପଦ ହୋଇଥିବାରୁ ବଡ଼ ହେଲେ ସେମାନଙ୍କ ପିଲାମାନେ ଏଭଳି ସମ୍ମାନ ପାଇବେ ବୋଲି ଆଦିବାସୀଙ୍କ ଧାରଣା ରହିଛି।

ବ‌ାଂଶପାଳ ବ୍ଲକ୍‌ ଖଜୁରିମୁଣ୍ଡି ଗ୍ରାମର ଡାକ୍ତର ଦେହୁରୀ (୨୫)। ଡାକ୍ତରୀ ପାଠ କ’ଣ, ଜାଣି ନାହାନ୍ତି। କ୍ଷେତ‌ରେ କାମ କରି ପେଟ ପୋଷିଥାନ୍ତି। ଲତା ଗାଁର ଦୁଃଶାସନ ଦେହୁରୀଙ୍କ ପୁଅଙ୍କ ନାମ ମଧ୍ୟ ଡାକ୍ତର ଦେହୁରୀ (୩୦)। ସେ ମଧ୍ୟ ଜଣେ ଶ୍ରମିକ। ବାଂଶପାଳ ଗାଁର ଡାକ୍ତର ପଧାନ (୩୦)ଙ୍କ ପାଠଘର ଶୂନ। ଦସ୍ତଖତ କରିବା ବି ଜାଣନ୍ତି ନାହିଁ। କିନ୍ତୁ ବଡ଼ ସ୍ବପ୍ନ ନେଇ ବାପା ବ୍ରହ୍ମା ପଧାନ ତାଙ୍କ ନାମ ଦେଇଛନ୍ତି ଡାକ୍ତର। ସେହିପରି ଉକ୍ତ ଗ୍ରାମର ଦୁଃଖ ପ୍ରଧାନଙ୍କ ପୁଅ ଡାକ୍ତର ପ୍ରଧାନ ଓ ଜନ୍ତାରୀ ଗାଁର ଡାକ୍ତର ଜୁଆଙ୍ଗ କଥା ମଧ୍ୟ ସମାନ। ନେଲୁଙ୍ଗ ଗ୍ରାମ ତୋଟାସାହିର ଅମିନ ନାଏକଙ୍କ ପୁଅ ହେଉଛନ୍ତି ଡାକ୍ତର ନାଏକ। ଉଭୟ ବାପାପୁଅ ପାଠ ପଢ଼ି ନାହାନ୍ତି। ଇଚିଣ୍ଡା ଗ୍ରାମର ଡାକ୍ତର ନାଏକଙ୍କ କାହାଣୀ ମଧ୍ୟ ସମାନ। କିଛିବର୍ଷ ତଳେ ଘର ନ ଥିବାରୁ ସେ ପାଇଖାନାରେ ରହୁଥିଲେ। ଏଥିପାଇଁ ସେ ଜିଲ୍ଲା ତଥା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲେ। ତେଲକୋଇ ବ୍ଲକ୍‌ ସଲେଇକନା ଗ୍ରାମର କମ୍ପାଉଣ୍ଡର୍‌ ମୁଣ୍ଡା। ଫାର୍ମାସି ପଢ଼ି ନଥିଲେ ମଧ୍ୟ ତାଙ୍କୁ ସମସ୍ତେ କମ୍ପାଉଣ୍ଡର ବୋଲି ସମ୍ବୋଧନ କରିଥାନ୍ତି। ବାଲିବନ୍ଧ ଗ୍ରାମର ତହସିଲଦାର ହାଁସଦା କହନ୍ତି, ଜେଜେବାପା ତାଙ୍କ ନାମ ତହସିଲଦାର ରଖିଥିଲେ। ବଡ଼ ହେଲେ ତହସିଲଦାର ହେବେ ବୋଲି ସେ ଏହି ନାମ ଦେଇଥିଲେ। କିନ୍ତୁ ସେ ତହସିଲଦାର ହୋଇ ପାରିଲେ ନାହିଁ, କିନ୍ତୁ ଲୋକେ ତାଙ୍କୁ ତହସିଲଦାର ଡାକୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।